ସ୍ୱାସ୍ଥ୍ୟ

ବାୟୁ ପ୍ରଦୂଷଣ ପାଇଁ ମଧ୍ୟ ଦାୟୀ ପରଫ୍ୟୁମ ଏବଂ ହେୟାର ସ୍ପ୍ରେ : ରିସର୍ଚ୍ଚ

ଏବେ ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଭାଇରସ ଯୋଗୁଁ ୪ ହାଜରରୁ ଉର୍ଦ୍ଧ୍ୱ ଲୋକ ମରିଥିବା ବେଳେ ଲକ୍ଷାଧିକ ସଂକ୍ରମିତ ରହିଛନ୍ତି। ଏହି ଭାଇରସ ଏବେ ବାୟୁ ମାଧ୍ୟମରେ ମଧ୍ୟ ସଂକମ୍ରତି ହେଉଛି। ଆଜିକାଲି ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ମଧ୍ୟ ଲାଗିଛି। ବାୟୁ ପ୍ରଦୂଷଣ ଯୋଗୁଁ ବିଭିନ୍ନ ପ୍ରକାର ହୃଦ ସମ୍ବନ୍ଧୀୟ ରୋଗ ମଧ୍ୟ ହେଉଛି। ଧୀରେ ଧୀରେ ଗ୍ଲୋବାଲ ଓ୍ଵାର୍ମିଂ ମଧ୍ୟ ବଢିବାରେ ଲାଗିଛି।

air p

କେବଳ ବାୟୁ ପ୍ରଦୂଷଣ ଯେ, ଗାଡି ଧୂଆ, କିମ୍ବା ଅନ୍ୟ କୌଣସି ଇନ୍ଧନରୁ ହେଉନାହିଁ। ବରଂ ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

hair

ଗାଡ଼ି ମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲୋକ୍ଟ୍ରନିକ୍ସ ଦ୍ରବ୍ୟଠାରୁ ଏସବୁ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରିଥାନ୍ତି। ଏସବୁ ପ୍ରସାଧନ ସାମଗ୍ରୀରେ ଥିବା ରାସାୟନିକ ପଦାର୍ଥ ଯୋଗୁ ଏଭଳି ହୋଇଥାଏ। ଏଥିରେ ଆଲକୋହଲ, କାର୍ବନ ଡାଇଅକ୍ସାଇଡ୍‌, ହାଇଡ୍ରୋକାର୍ବନ ପ୍ରଚୁର ମାତ୍ରାରେ ରହିଥାଏ। ଏହା ବାୟୁ ମଣ୍ଡଳରେ ଥିବା ସଲଫର, ନାଇଟ୍ରୋଜେନ୍‌, ଅମ୍ଳଜାନ ସହ ପ୍ରତିକ୍ରିୟା କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button