ଦେଶ- ବିଦେଶ

କ’ଣ ଆପଣ ନୂଆ ଡ୍ରେସ୍‌ କିଣିବା ପରେ ନଧୋଇ ପିନ୍ଧୁଛନ୍ତି କି? ତେବେ ଏହି ସୂଚନା ଆପଣଙ୍କ ପାଇଁ

ନୂଆ ପୋଷାକ ପିନ୍ଧିବା ସମସ୍ତିଙ୍କର ସୌକ୍‌। ଏନେଇ ଅଧିକାଂଶ ଲୋକମାନେ ନୂଆ ପୋଷାକ କିଣିବା ପରେ ତାକୁ ନଧୋଇ ପିନ୍ଧିଥାନ୍ତି। କ’ଣ ଆପଣ ବି ସେମିତି କରୁଛନ୍ତି କି? ତେବେ ଏହି ସୂଚନା ଆପଣମାନଙ୍କ ପାଇଁ, ଯାହାର ପ୍ରଭାବ ଆପଣମାନଙ୍କ ଉପରେ ଭାରି ପଡିପାରେ। ବାସ୍ତବରେ ଷ୍ଟୋରରୁ କପଡା ଆଣି ପିନ୍ଧିବା ଦ୍ୱାରା ଆପଣ ନୂଆ କପଡାରେ ଥିବା କିଛି କିଟାଣୁ ଏବଂ ଜୀବାଣୁଙ୍କ ସମ୍ପର୍କରେ ଆସିଥାନ୍ତି, ଯାହାଦ୍ୱାରା ସ୍କିନ୍‌ ଇନଫେକ୍ସନର ଆଶଙ୍କା ବଢିଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଅନେକ ସମସ୍ୟା ମଧ୍ୟ ଦେଖାଦେଇପାରେ। ତେବେ ଆସନ୍ତୁ ଜାଣିବା ନୂଆ କପଡା ନଧୋଇ ପିନ୍ଧିବା ଉଚିତ ନୁହେଁ କାହିଁକି।

stockଫ୍ୟାକ୍ଟ୍ରିରେ କପଡା ତିଆରି ହେବା ପରେ ଷ୍ଟୋରରେ ପହଞ୍ଚିବା ପୂର୍ବରୁ ତାକୁ ପରିବହନର ବିଭିନ୍ନ ଉପାୟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ୟାକ୍‌ କରି ପଠାଯାଇଥାଏ। ଏହାଦ୍ୱାରା ନୂଆ କପଡା ଅନେକ ରୋଗଜନକ ଏବଂ କୀଟାଣୁ ସମ୍ପର୍କରେ ଆସିପାରେ। ଆପଣ ମଧ୍ୟ ଏହି ସୂକ୍ଷ୍ମ ଜୀବକୁ ଦେଖି ପାରନ୍ତି ନାହିଁ। ଏହିକାରଣରୁ ଆପଣ ନିଜ ସୁରକ୍ଷା ପାଇଁ ନୂଆ କପଡା ଧୋଇ କରି ପିନ୍ଧନ୍ତୁ।

ସେହିଭଳି ବଡ ବଡ ଫ୍ୟାସନ ଷ୍ଟୋରରେ ଲୋକମାନେ ପ୍ରଥମେ ଡ୍ରେସ୍‌ ଟ୍ରାଏଲ୍‌ କରି କିଣିଥାନ୍ତି। ଏହିକାରଣରୁ ଯେତେବେଳେ ଆମେମାନେ ସେହି ସବୁ ଷ୍ଟୋରରୁ କପଡା କିଣିଥାଉ ତାହା ଆମେ ସୁନିଶ୍ଚିତ କରିପାରିବା ନାହିଁ କି ଏହି ପୋଷାକ ପୂର୍ବରୁ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛି। ଆଉ ଆମେ ଯେତେବେଳେ ଏହି ପୋଷାକ ପିନ୍ଧିିଥାଉ ସେତେବେଳେ ଆମ ତ୍ୱଚାରେ ର‍୍ୟାସେସ୍‌, କୁଣ୍ଡେଇ ହେବା ଏବଂ ଏଲର୍ଜି ହେବାର ସସମ୍ୟା ଦେଖାଯାଇଥାଏ।

dress newଏସବୁ ବ୍ୟତୀତ କପଡାକୁ ପ୍ରଥମେ ତିଆରି କରିବା ପାଇଁ ଏବଂ ସେଥିରେ ଏକ ବିଶିଷ୍ଟ ରଙ୍ଗ ଦେବା ପାଇଁ ବିଭିନ୍ନ ପ୍ରକାର ରସାୟନର ଉପଯୋଗ କରାଯାଇଥାଏ। ଯାହା ତ୍ୱଚାର ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡେଇ ହେବା ଏବଂ ରାସେଜ୍‌ ହେବାର ଆଶଙ୍କା ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button