ଜ୍ୟୋତିଷ

ଘରେ ଅଶାନ୍ତି ଆଣିଥାଏ ନଟରାଜ ମୂର୍ତ୍ତି, ଜାଣନ୍ତୁ ଭଗବାନଙ୍କ କେଉଁ ମୂର୍ତ୍ତି ଘରେ ରଖିବା ଅନୁଚିତ

ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଥାଏ। ଅଧିକାଂଶ ଲୋକ ଘରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ପୂଜା କରିଥାନ୍ତି। କିନ୍ତୁ ବାସ୍ତୁ ଅନୁସାରେ ଅନେକ ମୂର୍ତ୍ତି କିମ୍ବା ଭଗବାନଙ୍କ ପ୍ରତିମୂର୍ତ୍ତି ଘରେ ରଖିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଘରେ ପୂଜା କରୁଥିବା ସ୍ଥାନରେ ଅଲଗା ଅଲଗା ଦେବାଦେବୀଙ୍କ ମୂର୍ତ୍ତି ରଖାଯାଏ। ସବୁବେଳେ ଲୋକ ନିଜ ଦିନର ଆରମ୍ଭ ପୂଜାପାଠରୁ ରକନ୍ତି। ଭୂଲ ଭାବେ ମୂର୍ତ୍ତି ପୂଜା କରିବ ଦ୍ୱାରା ଘରେ କଳହ ବଢିଥାଏ।
ବାସ୍ତୁ ଅନୁସାରେ ଘରର ଈଶ୍ୱାନ କୋଣରେ ପୂଜା ସ୍ଥାନ କରିବା ଶୁଭ ହୋଇଥାଏ। ଏହାସହିତ ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତିକୁ ରଖିଲେ ବାସ୍ତୁ ଦୋଷ ରହିଥାଏ।

ନଟରାଜ: ନଟରାଜ ଭଗବାନ ଶିବଙ୍କ ରୌଦ୍ର ରୂପ । ଯେତେବେଳେ ଭଗବାନ ଶିବ ବହୁତ କ୍ରୋଧିତ ହୋଇଥିଲେ, ସେତେବେଳେ ହିଁ ନଟରାଜ ରୂପ ଧାରଣ କରିଥିଲେ। ଯଦି ଆପଣ ଶିବଙ୍କ ନଟରାଜ ରୂପ ଘରେ ସ୍ଥାପିତ କରନ୍ତି, ତେବେ ଆପଣଙ୍କ ଘର ପରିବାରରେ ଅଶାନ୍ତି ଲାଗି ରହିଥାଏ।

shani deba

ଶନି ଦେବ : ଶନି ମହାରାଜ ସୂର୍ଯ୍ୟଙ୍କ ପୁତ୍ର। ଶନିଙ୍କ ପୂଜାରେ ଅନେକ ନୀତି ନିୟମ ପାଳନ କରିବାକୁ ପଡିଥାଏ। ସୂର୍ଯ୍ୟାସ୍ତ ହେବା ପରେ ହିଁ ଶନିଙ୍କ ପୂଜା କରାଯାଏ। ଶନିଙ୍କ ପୂଜା ସବୁବେଳେ ଘର ବାହାରେ ହେବା ଉଚିତ। ତେଣୁ ଘରେ କେବେ ବି ଶନିଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ ନାହିଁ।

ଭୈରବ ଦେବ: ଭୈରବ ଦେବ ଭଗବାନ ଶିବଙ୍କ ରୂପ। କିନ୍ତୁ ଭୈରବ ଦେବ ତନ୍ତ୍ର ମନ୍ତ୍ର ବିଦ୍ୟାର ମଧ୍ୟ ଦେବତା। ତେଣୁ ଭୈରବ ଦେବଙ୍କ ଉପାସନା କେବେ ବି ଘରେ କରିବା ଉଚିତ ନୁହେଁ।

rahu

ରାହୁ-କେତୁ : ଜ୍ୟୋତିଷରେ ରାହୁ ଏବଂ କେତୁ ପାପୀ ଗ୍ରହ ଭାବେ ଜଣାଯାଏ। ଜନ୍ମକୁଣ୍ଡଳୀରେ ରାହୁ କେତୁ ସମ୍ବନ୍ଧିତ ଦୋଷକୁ ଶାନ୍ତ କରିବା ପାଇଁ ଅନେକ ଉପାୟ କୁହାଯାଇଛି।। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏମାନଙ୍କ ପ୍ରତିମା ଘରେ ଲଗାଇବା ଉଚିତ ନୁହେଁ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button