ମନୋରଞ୍ଜନ

ବଜାରରେ ଏବେ ଲେମ୍ବୁ ଶସ୍ତା, ଖଟା-ମିଠା ସ୍ୱାଦରେ ବନାନ୍ତୁ ‘ଲେମ୍ବୁ ଆଚାର’

ଭାରତୀୟ ଖାଦ୍ୟରେ ଆଚାର ବହୁତ ଗୁରୁତ୍ୱପୂର୍ଣ୍ଣ ନେଇଥାଏ। ଭୋଜନରେ ଆଚାରର ଆବଶ୍ୟକ ପଡିଥାଏ। ଗରମ ଦିନରେ ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଖଟା ମିଠା ସ୍ୱାଦରେ ଭରା ଲେମ୍ବୁ ଆଚାର ବନାଇବା ପ୍ରସ୍ତୁତି ଜଣାଇବୁ। ତେବେ ଆସନ୍ତୁ ଜାଣିବା ଲେମ୍ବୁ ଆଚାର କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ଅଧା କିଲୋ ଲେମ୍ବୁ

-ଅଧା ଚାମଚ ଲୁଣ ଏବଂ କଳା ଲୁଣ

-ଦେଢ଼ ଚାମଚ ଲାଲ ଲଙ୍କା ପାଉଡର

-୧/୪ ଟେମୁଲ ଚାମଚ ହେଙ୍ଗୁ

-୧ କପ୍‌ ଚିନି

-୩ ଟେବୁଲ ଚାମଚ ଜୁଆଣୀ

-୧/୪ କପ୍‌ ସୋରିଷ (ଅଧା ପେଶା ହୋଇଥିବା)

-୧ ଟେବୁଲ ଚାମଚ ଗରମ ମସଲା ପାଉଡର

ପ୍ରସ୍ତୁତି ପ୍ରଣାଳୀ

  • ଲେମ୍ବୁ ଛୋଟ କଟା ହୋଇଥିବା
  • ଏକ ପାତ୍ରରେ ସବୁ ସାମଗ୍ରୀ ମିଶାଇ ଭଲଭାବେ ପେଶି ଦିଅନ୍ତୁ।
  • ଏହି ପେଶି ରଖିଥିବା ମସଲାକୁ ଲେମ୍ବୁରେ ମିଶାଇ ଜାରରେ ରଖିଦିଅନ୍ତୁ।
  • ଜାରକୁ କପଡାରେ ଘୋଡାଇ ମାସେ ପାଇଁ ଖରାରେ ସୁଖାଇ ଦିଅନ୍ତୁ।
  • ଗରମ ଗରମ ପରଟା ସହିତ ଏହି ଆଚାର ସ୍ୱାଦକୁ ଆହୁରି ବଢ଼ାଇଦେବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button