ଦେଶ- ବିଦେଶ

କେଶର ରୂପି ସମସ୍ୟା ଦୂର କରିବ ବେକିଂ ସୋଡା, ଏମିତି କରନ୍ତୁ ବ୍ୟବହାର

ଗରମ ଦିନରେ ଝାଳ ବୋହିବା ଯୋଗୁଁ କେଶର ଅନେକ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଚୁଟିରେ ଅନେକ ରୂପି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁଁ କେଶ ମୂଳରେ ଧଳା ଧଳା ଖୋଳପା ଛାଡିଥାଏ। ଏହା ମଧ୍ୟ କୁଣ୍ଡାଇବାର କାରଣ ହୋଇଥାଏ। କେଶର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରର ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁ। କିନ୍ତୁ ତଥାପି ଅନ୍ୟଙ୍କ ସାମ୍ନାରେ ନିଜକୁ ଲଜ୍ଜିତ ମଧ୍ୟ ଅନୁଭବ କରୁ। ଏମିତିରେ ଆପଣଙ୍କୁ ଏହି ଘରୋଇ ଉପାୟ ଏହି ସମସ୍ୟାରୁ ମୁକ୍ତି ହେବ। ଆପଣ ଏହି ସମସ୍ୟାରୁ ଛୁଟକାରା ପାଇବା ପାଇଁ ବେକିଂ ସୋଡାକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି କରିବେ ବ୍ୟବହାର…

lemon

ବେକିଂ ସୋଡା ଏବଂ ଲେମ୍ବୁ ରସ :

ଲେମ୍ବୁ ରସରେ ଭିଟାମିନ ସି ଏବଂ ଆଣ୍ଟି ଫଙ୍ଗଲ ଗୁଣ ଭରପୂର ରହିଥାଏ। ଏହା ରୂପି ସମସ୍ୟାରୁ ମୁକ୍ତି ଦିଏ। ଏହାର ବ୍ୟବହାର କରିବା ପାଇଁ ଏକ ଜାଗାରେ ୨ ବଡ ଚାମଚ ଲେମ୍ବୁ ରସ ଏବଂ ଦେଢ ଚାମଚ ବେକିଂ ସୋଡା ମିଶାଇ ଦିଅନ୍ତୁ। ଏହାର ଏକ ପତଳା ପେଷ୍ଟ କରି କେଶ ମୂଳରେ ୨ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହାକୁ ୧୫ ମିନିଟ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

vinegar

ବେକିଂ ସୋଡା ଏବଂ ଆପଲ ସାଇଡର ଭିନେଗାର :

ଆପଲ ସାଇଡର ଭିନେଗାର ଏବଂ ବେକିଂ ସୋଡା ଦୁଇଟି ଯାକ ପିଏଚ ଲେବଲକୁ ସନ୍ତୁଳନ ରଖିଥାଏ। ଆପଲ ସାଇଡର ଭିନେଗାରରେ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ, ଯାହା ରୂପିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହାର ଉପଯୋଗ କରିବା ପାଇଁ ଏକ ଜାଗାରେ ୨ ଚାମଚ ବେକିଂ ସୋଡା ଏବଂ ୩ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ଭଲ ଭାବେ ଫେଣ୍ଟିବା ପରେ କେଶ ମୂଳରେ ଲଗାନ୍ତୁ। ଏହାକୁ ମୁଣ୍ଡରେ ୨ ମିନିଟ ଯାଏଁ ହାଲକା ଭାବେ ମେସେଜ କରନ୍ତୁ। ତା’ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ସପ୍ତାହକୁ ଦୁଇଥର ଏପରି କରିବା ଦ୍ୱାରା ରୂପିସମସ୍ୟା ଗାଏବ ହୋଇଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button