ମନୋରଞ୍ଜନ

ଶତ୍ରୁଘ୍ନ ସିହ୍ନାଙ୍କର ପ୍ରକୃତରେ ହୋଇଛି କ’ଣ? ଜଣାଇଲେ ପୁଅ – Kalinga News

[ad_1]

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହର କିଛି ଦିନ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ଖରାପ ହେବା ନେଇ ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ପ୍ରକୃତ କାରଣ ଜଣାଇଛନ୍ତି ପୁଅ। ପ୍ରଥମେ କୁହାଯାଉଥିଲା ଯେ, ଶତ୍ରୁଘ୍ନ ଜୁନ୍ ୨୫ରେ ତାଙ୍କ ଡାଇନିଂ ହଲରେ ଖସିପଡିଥିଲେ ଏବଂ ତାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଔଷଧ ଦ୍ବାରା ଯନ୍ତ୍ରଣା ନକମିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କିଛି ରିପୋର୍ଟରେ ଦର୍ଶାଯାଇଥିଲା ଯେ ଅଭିନେତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଏଥିପାଇଁ ସୋନାକ୍ଷୀ ଏବଂ ଜହିର ମଧ୍ୟ କିଛି ଦିନ ପୂର୍ବରୁ କୋକିଲାବେନ ହସ୍ପିଟାଲରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ସୋନାକ୍ଷୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ତାଙ୍କ ପୁଅ ଲବ ସିହ୍ନା ଦେଇଛନ୍ତି।

ଲବ କହିଛନ୍ତି ଯେ ବରିଷ୍ଠ ଅଭିନେତା କିଛି ଦିନ ଧରି ଜ୍ୱର ଏବଂ ଦୁର୍ବଳତାର ଶିକାର ହୋଇଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ କହିବା ମୁତାବକ, ‘ମୋ ବାପାଙ୍କର ଜ୍ୱର ଅଧିକ ଥିଲା ଏବଂ ଏଥିପାଇଁ ତାଙ୍କୁ ଡାକ୍ତରଖାନା ନେବାକୁ ସ୍ଥିର କଲୁ ଯାହା ଦ୍ବାରା ସେ ସୁସ୍ଥ ହୋଇପାରିବେ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button