ରାଜ୍ୟ

ମୁହଁରେ ଲଗାନ୍ତୁ କାକ୍‌ଟସ୍‌ ଫେସପ୍ୟାକ୍‌, ବଢିଯିବ ଉଜ୍ୱଳତା ଏବଂ ଦୂର ହେବ ବ୍ରଣ ସମସ୍ୟା

ଆପଣ କାକଟସ୍‌ ଗଛ ନିଶ୍ଚିତ ଦେଖିଥିବେ। ଏହା ଏକ କଣ୍ଟାଜାତୀୟ ଗୁଳ୍ମ ଗଛ। ଏହା ଅଧିକାଂଶ ମରୁଭୂମି ଏବଂ ପାଣି କମ୍‌ ଥିବା ସ୍ଥାନ ମାନଙ୍କରେ ଦେଖିବାକୁ ମିଳିଥାଏ। ଭାରତରେ ମଧ୍ୟ ଏହା ମରୁସ୍ଥଳୀୟ ସ୍ଥାନରେ ଉଠିଥାଏ। କିନ୍ତୁ ଏହି କଣ୍ଟାଜାତୀୟ ଗୁଳ୍ମ ଗଛ ଚେହେରା ପାଇଁ ଅନେକ ଫାଇଦା ଦେଇଥାଏ। ଏହା ନାଗଫେଣୀ ନାମରେ ଜଣାଶୁଣା। ଯାହା ଔଷଧ ପ୍ରସ୍ତୁତି ସହିତ ଘର ସଜାଇବା କାମରେ ମଧ୍ୟ ଆସିଥାଏ।

କ’ଣ ଆପଣ ଜାଣିଛନ୍ତି କି, ଆଲୋଭେରା ଭରି କାକଟସ୍‌ ମଝିରେ ମଧ୍ୟ ଜେଲ୍‌ ଭଳି ପଦାର୍ଥ ରହିଥାଏ। ଯାହା ତ୍ୱଚାର ଦେଖାଶୁଣା କରିବା ପାଇଁ ବ୍ୟବହାର କରାଯାଏ। କାକଟସରେ ଉଚ୍ଚ ମାତ୍ରାରେ ଭିଟାମିନ, ମିନେରାଲ ଏବଂ ଫ୍ୟାଟ୍‌ ଏସିଡି ରହିଥାଏ। ଏହାସହିତ କୋଷିକାରେ ପୋଷକ ତତ୍ତ୍ୱ ଏବଂ ପାଣି ଜମା ହୋଇ ରହିଥାଏ। ଆସନ୍ତୁ ଜାଣିବା ନାଗଫେଣୀ ବା କାକଟସ୍‌ର ଫାଇଦା ବିଷୟରେ….

face pack

– ବଢୁଥିବା ବୟସ ଲକ୍ଷଣକୁ ଦୂର କରିବାରେ କାକଟସ୍‌ ବହୁତ ଉପକାରୀ। କାକଟସରେ ଥିବା ଆଣ୍ଟି ଅକ୍‌ିସଡାଣ୍ଟ ତ୍ୱଚାକୁ ସୁରକ୍ଷିତ ରଖିଥାଏ। ଏହା ସହିତ ଭିଟାମିନ ତ୍ୱଚାକୁ ପୋଷଣ ପ୍ରଦାନ କରିଥଶଏ। କାକଟସ ଲଗାଇବ ଦ୍ୱାରା ତ୍ୱଚାରେ ଭାଙ୍ଗ ଏବଂ ଫାଇନ ଲାଇନରୁ ମୁକ୍ତି ମିଳିଥାଏ।

– ଖରାରେ ତ୍ୱଚାରେ ଜ୍ୱଳନ ସହିତ ହରମୋନାଲ ପିଗେମଣ୍ଟସନ୍‌ ସମସ୍ୟା ଦେଖିବାକୁ ମିଳିଥାଏ। କାକ୍‌ଟସ ଏହି ସବୁ ସମସ୍ୟାକୁ ଦୂର କରିବା ସହିତ ପିଗମେଣ୍ଟସେନ ଏବଂ ସନବର୍ନକୁ ଦୂର କରିବାର ଗୁଣ ରହିଥାଏ। ଏହାଛଡା ଡାର୍କ ସର୍କଲ ଦୂର କରିବା ପାଇଁ ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ।

– କାକ୍‌ଟସ କୋଷିକାରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ରହିଥାଏ। ଏଥିପାଇଁ ମରୁଭୂମିରେ ଏହା ଜୀବିତ ରହିଥାଏ। କାକଟସ୍‌ ତ୍ୱଚାକୁ ମଶ୍ଚରାଇଜ କରିଥାଏ। ତ୍ୱଚାକୁ ହାଇଡ୍ରେଟ୍‌, କୋମଳ ଏବଂ ମୁଲାୟମ କରିଥାଏ।

– କାକ୍‌ଟସ ତ୍ୱଚାକୁ ଥଣ୍ଡା ପ୍ରଦାନ କରିଥାଏ। ଯାହା ଫୁଲିବା, ଜଳ୍ଵନ ଦୂର କରିଥାଏ। ଏହାଛଡା ସନବର୍ନରୁ ମୁକ୍ତି ଦିଏ ଆରାମ ମିଳିଥାଏ।

cac

ଏପରି ଘରେ ପ୍ରସ୍ତୁତ କରନ୍ତୁ ଫେସମାସ୍କ :

– କାକ୍‌ଟସ ପତ୍ରକୁ ଭାଙ୍ଗିବା ପାଇଁ ହାତରେ ଗ୍ଲୋବ୍ସ ଲଗାଇ ଛୁରୀରେ କାଟନ୍ତୁ।

– ଏହାପରେ କାକଟସ୍‌କୁ ମଝିରୁ ଭାଙ୍ଗି ଛୁରୀ ସାହାଯ୍ୟରେ ଜେଲ ବାହାର କରିଦିଅନ୍ତୁ।

– ଏହି ସବୁ ଜେଲକୁ ଏକ ଜାଗାରେ ରଖନ୍ତୁ। ଏବେ ଏଥିରେ ଏକ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ ଫେସମାକ୍ସ ପ୍ରସ୍ତୁତ।

– ଏହାକୁ ଭଲଭାବେ ମୁହଁ ଏବଂ ବେକରେ ଲଗାଇବା ପରେ ୨୦ ମିନିଟ ରଖନ୍ତୁ। ତା୩ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।

– ସପ୍ତାହକୁ ୨ରୁ ୩ ଥର ଫେସମାସ୍କ ଲଗାନ୍ତୁ। ଚେହେରାରେ ଚମକ ମିଳିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button