ମନୋରଞ୍ଜନ

ଛାତିରେ ଯନ୍ତ୍ରଣା ହେବାରୁ କୋଲ୍‌କାତା ଡାକ୍ତରଖାନାରେ ଭର୍ତ୍ତି ହେଲେ ମିଥୁନ ଚକ୍ରବର୍ତ୍ତୀ – Kalinga News

[ad_1]

‌କୋଲ୍‌କାତା: ଛାତିରେ ଯନ୍ତ୍ରଣା ହେଉଛି ବୋଲି କହିବାରୁ ଆଜି ସକାଳେ ଖ୍ୟାତନାମା ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲ୍‌କାତାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଅଭିନେତା ଚକ୍ରବର୍ତ୍ତୀଙ୍କର ଘନିଷ୍ଠ ଲୋକଙ୍କସୂତ୍ରରୁ ଜଣାପଡ଼ିଛି ଯେ, ଅଶ୍ବସ୍ତି ଲାଗୁଛି ବୋଲି କହିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି।

article-image
Image Courtesy of Free Press Journal

କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ଯେ, ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିନ୍ତୁ, ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିଷୟରେ ତାଙ୍କ ପରିବାର ଲୋକଙ୍କ ପାଖରୁ କିଛି ସୂଚନା ମିଳିନାହିଁ। ଡାକ୍ତରଖାନା ମଧ୍ୟ ଏପର୍ଯ୍ୟନ୍ତ କ‌ୌଣସି ବିବୃତି ଜାରି କରିନାହିଁ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତ ସରକାରଙ୍କଦ୍ବାରା ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯିବ ବୋଲି ଜାନୁଆରି ୨୪ରେ ଘୋଷଣା କରାଯାଇଥିଲା। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭିଡିଓ ବାର୍ତ୍ତାରେ ବଙ୍ଗଳା ଭାଷାରେ ଚକ୍ରବର୍ତ୍ତୀ କହିଥିଲେ, ମୁଁ ଗୌରବାନ୍ବିତ। ଏ ସମ୍ମାନ ଗ୍ରହଣ କରି ମୁଁ  ଆନନ୍ଦିତ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୁଁ କେବେ କାହାକୁ କିଛି ମାଗିନାହିଁ। ନ ମାଗି ମଧ୍ୟ କିଛି ପାଇଲେ ଯେମିତି ଲାଗେ, ମତେ ଆଜି ସେମିତି ଲାଗୁଛି। ଏ ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ। ବଡ଼ ବିଚିତ୍ର ଅନୁଭୂତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button