ସ୍ୱାସ୍ଥ୍ୟ

ବଦଭ୍ୟାସ ଯୋଗୁ ମଧ୍ୟ ନଷ୍ଟ ହୁଏ ସୌନ୍ଦର୍ଯ୍ୟ, ଜାଣନ୍ତୁ ମୁହଁରେ ବ୍ରଣ ଉଠିବାର ପ୍ରକୃତ କାରଣ କ’ଣ

ସାଧାରଣତଃ ଲୋକଙ୍କ ଧାରଣା ରହିଛି ଯେ କେବଳ ତେଲିଆ ତ୍ୱଚାରେ ବ୍ରଣ ହୋଇଥାଏ। କିନ୍ତୁ ପ୍ରକୃତରେ ଏହା ସତ ନୁହେଁ। ଯେକୌଣସି ସ୍କିନ୍‌ରେ ମଧ୍ୟ ବ୍ରଣ ହୋଇପାରିବ। ବ୍ରଣ ସମସ୍ୟାକୁ ଦୂର କରିବାକୁ ଆମେ ଔଷଧ ଖାଉ ଓ ଲଗାଉ। କିନ୍ତୁ ବେଳେବେଳେ ଏଥିରୁ ମୁକ୍ତି ମିଳିବା ପରିବର୍ତ୍ତେ ବରଂ ବ୍ରଣ ବଢ଼ିଯାଏ। ତେବେ ଏହା ପଛର କାରଣ କେବଳ ସ୍କିନ୍‌ର ପ୍ରକାର ନୁହେଁ, ଏହାର ଅସଲି କାରଣ ଆଉ କିଛି। ଆସନ୍ତୁ ଜାଣିବା ମୁହଁରେ ଉଠୁଥିବା ବ୍ରଣ ପାଇଁ କେଉଁ ଅଭ୍ୟାସ ଦାୟୀ…

Image result for pimple in face

ମୁହଁକୁ ବାରମ୍ବାର ଧୋଇବା:

ଯେଉଁମାନଙ୍କର ତ୍ୱଚା ଶୁଷ୍କ ସେମାନେ ବାରମ୍ବାର ମୁହଁ ଧୋଇଲେ ତ୍ୱଚାର ଆବଶ୍ୟକୀୟ ତୈଳ ମଧ୍ୟ ଧୋଇଯାଏ। ଫଳରେ ମୁହଁ କୁଣ୍ଡେଇ ହେବା ସହ ରିବି ରିବି ହୋଇ ଫଳିଯାଏ। ଯାହା ପରେ ବ୍ରଣର ରୂପ ଧାରଣ କରିଥାଏ। ଏଣୁ ବାରମ୍ବାର ସାବୁନ କିମ୍ବା ଆଲକୋହଲଯୁକ୍ତ ଟୋନ୍‌ର ବ୍ୟବହାର ନକରି କ୍ଲିଞ୍ଜର ବ୍ୟବହାର କରନ୍ତୁ।

Image result for pimple from beauty p roduct

ମାନସିକ ଚିନ୍ତା:

ମାନସିକ ଚିନ୍ତାରେ ରହିଲେ ଶରୀରରୁ ଏକ ପ୍ରକାରର ହରମୋନ୍‌ କ୍ଷରିତ ହୋଇଥାଏ, ଯାହା ଦ୍ୱାରା ମୁହଁରେ ବ୍ରଣ ଉଠେ। ଏଣୁ ବ୍ରଣ କମାଇବାକୁ ଯେତେ ପାରୁଛନ୍ତି ସେତେ ଚିନ୍ତା ମୁକ୍ତ ରୁହନ୍ତୁ। ଖୁସି ରହିବା ଦ୍ୱାରା ମୁହଁ ଦାଗମୁକ୍ତ ରହିଥାଏ।

Image result for pimple for pillow cover

ପରିଷ୍କାର ରୁହନ୍ତୁ:

ଯଦି ଆପଣ ନିୟମିତ ବ୍ୟବଧାନରେ ତକିଆ ଖୋଳ, ବେଡ୍‌ସିଟ୍‌ ଓ ଟାେଓ୍ଵଲ ଆଦିକୁ ପରିବର୍ତ୍ତନ କରୁନାହାନ୍ତି, ତେବେ ମଧ୍ୟ ମୁହଁରେ ବ୍ରଣ ଉଠେ। ଶୋଇବା ବେଳେ ମୁହଁ ସିଧାସଳଖ ତକିଆ ସଂସ୍ପର୍ଶରେ ଆସିଥାଏ, ଫଳରେ ବ୍ୟାକ୍ଟେରିଆ ମୁହଁରେ ପ୍ରବେଶ କରିଥାନ୍ତି ଓ ବ୍ରଣ ଉଠିଥାଏ।

 

ମେକଅପ୍‌ ପ୍ରଡକ୍ଟ:

ମେକ୍‌ଅପ୍‌ ପ୍ରଡକ୍ଟ ଯୋଗୁ ମଧ୍ୟ ମୁହଁରେ ବ୍ରଣ ସମସ୍ୟା ଦେଖାଯାଇଥାଏ। ମେକ୍‌ଅପ୍‌ ବେଳେ ବ୍ୟବହାର କରାଯାଉଥିବା ବ୍ରଶ, ସ୍ପଞ୍ଜ ଓ ଅନ୍ୟାନ୍ୟ ପ୍ରଡକ୍ଟକୁ ବ୍ୟବହାର କରିସାରିବା ପରେ ସବୁବେଳେ ଧୁଅନ୍ତୁ। ନଚେତ୍‌ ଏଥିରେ ଥିବା ବ୍ୟାକ୍ଟେରିଆ ତ୍ୱଚା ସଂସ୍ପର୍ଶରେ ଆସିବେ ଓ ମୁହଁରେ ବ୍ରଣ ଓ ଅନ୍ୟାନ୍ୟ ଚର୍ମ ସମସ୍ୟା ଦେଖାଯିବ।

 

ଖାଦ୍ୟପେୟ ଉପରେ ଦିଅନ୍ତୁ ଧ୍ୟାନ:

ପ୍ରତିଦିନ ଭୋଜନ କରୁଥିବା ଖାଦ୍ୟ ଯୋଗୁ ମଧ୍ୟ ତ୍ୱଚା ପ୍ରଭାବିତ ହୋଇଥାଏ। ଅଧିକ ପରିମାଣରେ ମିଠା, ଛଣାଛଣି, ହ୍ଵାଇଟ୍‌ ବ୍ରେଡ୍‌, ପାସ୍ତା ଓ ମସଲାଯୁକ୍ତ ଖାଦ୍ୟ ଭୋଜନ କଲେ ମୁହଁରେ ବ୍ରଣ ଉଠିଥାଏ। ଏଣୁ ଡାଏଟ୍‌ରେ ସବୁବେଳେ ସନ୍ତୁଳିତ ଓ କମ୍‌ ତୈଳଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button