ଦେଶ- ବିଦେଶ

ପାଦ ଫୁଲିବା ଯନ୍ତ୍ରଣାରୁ ଆରାମ ଦେଇଥାଏ ଏହିସବୁ ଉପାୟ, ଜଲଦି ଦେଖାଏ ପ୍ରଭାବ

ଅଧିକ ସମୟ ପର୍ଯ୍ୟନ୍ତ ଗୋଟେ ଅବସ୍ଥାରେ କିମ୍ବା ସ୍ଥିତିରେ ବସିବା ଦ୍ୱାରା ପାଦ ଫୁଲିଥାଏ। ଯାହା ପରେ ଅନେକ ସମସ୍ୟାର କାରଣ ପାଲଟିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କିଛି ପ୍ରାକୃତିକ ଉପାୟ ଆପଣାଇବା ଦ୍ୱାରା ପାଦ ଫୁଲିବା ସମସ୍ୟାରୁ ଜଲଦି ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିନେବା କ’ଣ ସବୁ ଏହି ଉପାୟ..

ହଳଦୀ : ହଳଦୀରେ ବହୁତ ଉପକାରୀ ଗୁଣ ରହିଥାଏ, ଯାହା ବହୁତ ଲାଭକାରୀ। ଏଥିରେ ବହୁତ ପୋଷକ ତତ୍ତ୍ୱ ରହିଥାଏ, ଯେଉଁଥିରେ ପ୍ରୋଟିନ, ମିନେରାଲ୍ସ, କାର୍ବୋହାଇଡ୍ରେଟ୍‌, ଭିଟାମିନ ଏ ଇତ୍ୟାଦି ଭରପୂର ରହିଥାଏ। ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ହଳଦୀ ପାଉଡରକୁ ଅଳ୍ପ ସୋରିଷ ତେଲରେ ମିଶାଇ ତା’ର ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଫୁଲିଥିବା ସ୍ଥାନରେ ଲଗାଇ ଶୁଖିବାକୁ ଦିଅନ୍ତୁ। ଏହା ଆପେ ଆପେ ଶୁଖି ଛଡିବାକୁ ଦିଅନ୍ତୁ। ଏପରି କଲେ ଆରାମ ମିଳିବ।

tulsi

ତୁଳସୀ : ତୁଳସୀରେ ଟ୍ରେନିନ୍‌, ସେଓ୍ଵନିନ, ଗ୍ଲାଇକୋସାଇଡ ଏବଂ ଏଲକ୍ଲାଇଡସ୍‌ ରହିଥାଏ। ଯାହା ବ୍ୟାକ୍ଟେରିଆ ସହିତ ଲଢିବାରେ ସହାୟକ ହୋଇଥାଏ। ପାଦ ଫୁଲିଥିଲେ ଆପଣ ତୁଳସୀ ପତ୍ରରେ ପ୍ରସ୍ତୁତ ପାନୀୟ ପିଇପାରିବେ। ଆରାମ ମିଳିବ।

ସୋରିଷ ତେଲ : ସୋରିଷ ତେଲରେ ଅନେକ ମିନେରାଲ୍ସ ରହିଥାଏ। ଯାହା ଫୁଲିବା ସମସ୍ୟା କମ୍‌ କରିଥାଏ। ସୋରିଷ ତେଲରେ ରସୁଣ କୋଲା ମିଶାଇ ଗରମ କରି ପାଦରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।

garlic

ରସୁଣ : ପ୍ରତିଦିନ ଖାଲି ପେଟରେ ୨ରୁ ୩ଟି ରସୁଣ କୋଲା ଖିବା ଦ୍ୱାରା ପେଟ ସଂକ୍ରମଣ ସମାପ୍ତ ହୋଇଥାଏ। ଯାହା ଆପଣଙ୍କ ଏପରି ସମସ୍ୟାକୁ ଦୂର କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button