ରାଜ୍ୟ

ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ‘ପନୀର ଗାର୍ଲିକ କବାବ’, ଚା ର ମଜାକୁ କରିବ ଦ୍ୱିଗୁଣା

ପ୍ରାୟ ଲୋକଙ୍କୁ ପନୀର ବହୁତ ପସନ୍ଦ। ପ୍ରାୟତଃ ନିରାମିଶାସୀ ମାନଙ୍କୁ ପନୀର ବହୁତ ପସନ୍ଦ ହୋଇଥାଏ। ପନୀର ସବୁ ଡିସ ଯଦି ଆପଣଙ୍କୁ ପସନ୍ଦ ଥାଏ ତେବେ ଏହି ଡିସ ଆପଣଙ୍କୁ ନିହାତି ପସନ୍ଦ ଆସିବ। ଆଜି ଆମେ ଆପଣଙ୍କୁ ପନୀରର ଏକ ସ୍ପେଶାଲ ରେସିପି ବିଷୟରେ ଜଣାଇବୁ ଯାହାକୁ ଆପଣ ଥରେ ଖାଇଲେ ଆଉ ଥରେ ଖାଇବାକୁ ଚାହିଁବେ। ଆମେ କହୁଛୁ ‘ପନୀର ଗାର୍ଲିକ କବାବ’ ବିଷୟରେ, ଯାହାକୁ ଆପଣ ସ୍ନାକ୍ସରେ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ ବନାଇବାର ପ୍ରସ୍ତୁତି ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ

-୧ କପ୍‌ ପନୀର (ଛୋଟ କଟା ହୋଇଥିବା)

-ଅଧା କପ୍‌ ମକା

-୧ ବଡ ପିଆଜ (ଛୋଟ କଟା ହୋଇଥିବା)

-ଦୁଇ ତିନି ବଡ ଚାମଚ ବେସନ

-୧ ବଡ ଚାମଚ ଅଦା, ରସୁଣ ପେଷ୍ଟ

-ଦୁଇଟି କଞ୍ଚା ଲଙ୍କା

-ଏକ ଛୋଟ ଚାମଚ ଜୀରା ପାଉଡର

-୧ ଛୋଟ ଚାମଚ ଚାଟ ମସଲା

-ଲୁଣ ସ୍ୱାଦାନୁସାରେ

-ତେଲ ଆବଶ୍ୟକ ଅନୁଯାୟୀ

kababପ୍ରସ୍ତୁତି ପ୍ରଣାଳୀ

ପନୀର ଗାର୍ଲିକ କବାବ ପ୍ରସ୍ତୁତ କାରିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଏକ ପାତ୍ରରେ ପନୀର, ମକା ଏବଂ ପିଆଜ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏବେ ଏଥିରେ ବେସନ, ଅଦା-ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଜୀର ପାଉଡର, ଚାଟ୍‌ ମସଲା, ଲୁଣ ମିଶାନ୍ତୁ ଏବଂ ୪ ରୁ ୫ ମିନିଟ୍‌ ପାଇଁ ଅଲଗା ରଖି ଦିଅନ୍ତୁ। ଏବେ ଏଥିରେ ପୋହାର ଚୂରା ମିଶାଇ ମିଶ୍ରଣକୁ ଭଲଭାବେ ଚକଟି ଦିଅନ୍ତୁ। ଚକଟି ଥିବା ମିଶ୍ରଣକୁ ସାହଲୁକା ହାତରେ ଦବାଇ କବାବର ଆକାର ଦିଅନ୍ତୁ। ଏହାପରେ ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କବାବକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ ଏବଂ ଏହା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ପନୀର କବାବ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଚା କିମ୍ବା କଫି ସହିତ ଖାଇ ମଜା ନେଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button