ଜ୍ୟୋତିଷ

ଏହି ୫ଟି ଉପାୟ ସାହାଯ୍ୟରେ ଜାତକରୁ ଦୂର କରନ୍ତୁ ମଙ୍ଗଳ ଦୋଷ

ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ୱାଦଶ ଭାବରେ ମଙ୍ଗଳ ରହିଥାଏ ତେବେ ମାଙ୍ଗଳିକ ଦୋଷ ଲାଗିଥାଏ। ଏହି ଦୋଷ ବିବାହ ପାଇଁ ଅଶୁଭ ହୋଇଥାଏ। କିନ୍ତୁ ନାଲି ପୁସ୍ତକ ଅନୁଯାୟୀ ମଙ୍ଗଳ ଦୋଷ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ମଙ୍ଗଳବଦ ଏବଂ ଦ୍ୱିତୀୟ ମଙ୍ଗଳନେକ। ମଙ୍ଗଳବଦ ଅର୍ଥାତ ଖରାପ ମଙ୍ଗଳ ଏବଂ ମଙ୍ଗଳନେକ ଅର୍ଥାତ ଭଲ ମଙ୍ଗଳ। ଖରାପ ମଙ୍ଗଳରେ ବ୍ୟକ୍ତିଙ୍କ ଜୀବନରେ ଖରାପ ହିଁ ହୋଇଥାଏ ଏବଂ ଭଲ ମଙ୍ଗଳ ଦ୍ୱାରା ଜୀବନରେ ସବୁ କିଛି ଭଲ ହୋଇଥାଏ। କୁହାଯାଇଥାଏ ଖରାପ ମଙ୍ଗଳ ଥିବା ବ୍ୟକ୍ତିମାନେ କ୍ରୋଧୀ, ଜିଦ୍‌ ଏବଂ ଅପରାଧୀ ପ୍ରବୃତିର ହୋଇଥାନ୍ତି। ଭଲ ମଙ୍ଗଳଥିବା ବ୍ୟକ୍ତି ବିଚାରଶୀଳ, ସାହାସୀ ଏବଂ ଉଚ୍ଚପଦ ପ୍ରାପ୍ତି ହୋଇଥାନ୍ତି।

ମାନ୍ୟତା ଅନୁଯାୟୀ ୧୮ ବର୍ଷ ବୟସ ପରେ ହିଁ ମଙ୍ଗଳ ଦୋଷ ସ୍ୱତଃ ସମାପ୍ତ ହୋଇଯାଇଥାଏ। ଜ୍ୟୋତିଶାସ୍ତ୍ର ଅନୁଯାୟୀ ଯଦି କେନ୍ଦ୍ରରେ ଚନ୍ଦ୍ର ରହିଥାଏ ତେବେ ମଙ୍ଗଳ ଦୋଷ ରହିନଥାଏ। ମଙ୍ଗଳ ପରିସରରେ ଆହୁରି ଅନେକ ସ୍ଥିତି ମଧ୍ୟ ରହିଥାଏ। ଜ୍ୟୋତିଷ ବିଦ୍ୟା ଅନୁଯାୟୀ ମଙ୍ଗଳ କନ୍ୟାର ବିବାହ ମଙ୍ଗଳ ପୁଅଙ୍କ ସହ କରିବା ଉଚିତ। କିନ୍ତୁ ମଙ୍ଗଳ ଏବଂ ଶନିଙ୍କର ମିଳନରେ ଝିଅର କୁଣ୍ଡଳୀରେ ଶନି ଭାରି ହୋଇଥିଲେ ଶନି ସମାପ୍ତ ହୋଇଯାଇଥାଏ। କିନ୍ତୁ ନାଲି ପୁସ୍ତକ ଅନୁସାରେ ମଙ୍ଗଳ ଏବଂ ଶନିଙ୍କ ମିଳନ ହୋଇନଥାଏ।

kundli-ନାଲି ପୁସ୍ତକ ଅନୁଯାୟୀ ମଙ୍ଗଳଙ୍କ ପ୍ରଭାବ ଆଖି ଏବଂ ରକ୍ତରେ ରହିଥାଏ। ଏକହାକାରଣରୁ ଏହାକୁ ଭଲ ରଖିବା ଜରୁରୀ। ଏଥିପାଇଁ ଆଖିରେ ସର୍ବଦା ଧଳା ସୁରମା ଲଗାଇବା ସହ ପେଟ ସଫା ରଖନ୍ତୁ। ଏହାଦ୍ୱାରା ରକ୍ତ ମଧ୍ୟ ସଫା ହୋଇଥାଏ। ଯଦି ଧଳା ସୁରମା ନ ମିଳେ ଆପଣ କଳା ସୁରମା ମଧ୍ୟ ଲଗାଇପାରିବେ। ଖାସ୍‌ ରୂପେ ମଙ୍ଗଳବାର ଏବଂ ଶନିବାର ଦିନ ସୁରମା ଲଗାନ୍ତୁ। ଏହି ଉପାୟ ଆପଣ ଅଧିକ ରୁ ଅଧିକ ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ।

-ନାଲି ପୁସ୍ତକ ଅନୁଯାୟୀ ଭାଇ ଛୋଟ କିମ୍ବା ବଡ ହୁଅନ୍ତୁ, ସାବତ ହୁଅନ୍ତୁ କି ନିଜର ହୁଅନ୍ତୁ ଭାଇ ମଙ୍ଗଳ ହୋଇଥାଏ। ଭାଇକୁ ଖୁସି ରଖିବା ଦ୍ୱାରା ଆପଣଙ୍କ ମଙ୍ଗଳ ଠିକ୍‌ ରହିଥାଏ। ଭାଇ ସହ ଶତ୍ରୁତା କରିବା ଦ୍ୱାରା ମଙ୍ଗଳ ଖରାପ ହୋଇଥାଏ। ଏହିକାରଣରୁ ସର୍ବଦା ଭାଇ ପ୍ରତି ସେହ୍ନ, ଶ୍ରଦ୍ଧା, ସମ୍ମାନ ଏବଂ ଭଲପାଇବା ରଖନ୍ତୁ।

manglik-ମଙ୍ଗଳର ଦିଗ ପଶ୍ଚିମ। ଘରର ଦକ୍ଷିଣ କୋଣରେ ନିମ୍ବ ଗଛ ଲଗାନ୍ତୁ। ଗଛ ନଲଗାଇ ପାରିଲେ ପ୍ରତ୍ୟେକ ମଙ୍ଗଳବାର ଦିନ ନିମ୍ବ ଗଛରେ ଜଳ ଅର୍ପଣ କରନ୍ତୁ।

-ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଦୁଇ ତିନି ମାସରେ ପ୍ରଭୁ ବଜରଙ୍ଗବଲୀଙ୍କୁ ସିନ୍ଦୂର ଲାଗି କରନ୍ତୁ। ପ୍ରତି ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ। ପ୍ରଭୁ ହନୁମାନଙ୍କ ଶରଣରେ ରହିବା ଦ୍ୱାରା କେବଳ ମଙ୍ଗଳ ଦୋଷ ନୁହେଁ ଶନି, ରାହୁ ଏବଂ କେତୁ ଦୋଷ ମଧ୍ୟ ସମାପ୍ତ ହୋଇଥାଏ।

-ଆମିଷ ଭୋଜନ ତ୍ୟାଗ କରନ୍ତୁ। ଘରୁ ବାହାରକୁ ଯିବା ସମୟରେ ଗୁଡ ଖାଆନ୍ତୁ। ଏହାଦ୍ୱାରା ରକ୍ତ ସଫା ହୋଇଥାଏ। ରକ୍ତ ସଫା ହେବା ଦ୍ୱାରା ମଙ୍ଗଳ ଦୋଷ ମଧ୍ୟ ସମାପ୍ତ ହୋଇଯାଇଥାଏ। ଗୁଡ ଏବଂ ଚଣା ହନୁମାନଙ୍କ ନିକଟରେ ଭୋଗ ଲଗାଇବା ସହ ନିଜେ ସେବନ କରନ୍ତୁ। ଏପରି କରିବା ଦ୍ୱାରା କୁଣ୍ଡଳୀରୁ ମଙ୍ଗଳ ଦୋଷ ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button