ରାଜ୍ୟ

ପୁଣି ବଡ ଦେଉଳରୁ ଖସିଲା ପଥର ଦେଖନ୍ତୁ ଏହି ଦୃଶ୍ୟ ଭୟରେ ଭକ୍ତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁରୀ ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡ଼ଦେଉଳ ଦକ୍ଷିଣ ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର। ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା। ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା।
ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା। ସେଠାରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି। ଶ୍ରୀମନ୍ଦିରରେ ଫାଟ ହୋଇଥିବା ଖବର ପୂର୍ବରୁ ମଧ୍ୟ ଅନେକ ଦେଖିବାକୁ ମିଳିଥିଲା।
Hy
ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପରେ ଉତ୍ତରଦ୍ବାର ଗୁମୁଟ ପାର୍ଶ୍ବରେ ମଧ୍ୟ ଫାଟ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଉତ୍ତରଦ୍ବାର ପ୍ରବେଶ ବେଳେ ବାମପାର୍ଶ୍ବରେ ପଦ୍ମପାଖୁଡ଼ା ଆକୃତି ଭାସ୍କର୍ଯ୍ୟସଂପନ୍ନ ପ୍ରସ୍ତରରେ ଏହି ଫାଟ ସୃଷ୍ଟି ହୋଇଥିଲା।
ଫାଟ ଏତେ ବଡ଼ ବଡ଼ ହୋଇଛି ଯେ ଏହି ସ୍ଥାନରୁ କୌଣସି ମୂହୂର୍ତ୍ତରେ ପଥର ଖସି ପଡ଼ିବା ସମ୍ଭାବନା ରହିଛି। ଏହି ଫାଟ ଦେଖାଯିବା ପରେ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ କରିଛନ୍ତି।
Yu
ସେପଟେ ରକ୍ଷଣାବେକ୍ଷଣ ଅଭାବରୁ ଖାଲି ଚାରିଦ୍ୱାରର ପ୍ରବେଶ ଅଂଚଳ ନୁହେଁ ଶ୍ରୀମନ୍ଦିର ଭିତରେ ବି ଅନେକ ମନ୍ଦିରର ପଥର ଦୁର୍ବଳ ହୋଇଗଲାଣୀ ବୋଲି ଅଭିଯୋଗ କରିଛନ୍ତି ସେବାୟତ।
ସେପଟେ ଉତ୍ତର ଦ୍ୱାର ଭିତର ଗୁମୁଟର ମରାମତି କାର୍ଯ୍ୟ କରାଯାଉଥିବା ବେଳେ ବାହାର କାନ୍ଥ ଓ ପଥର ଗୁଡିକର ବି ଯାଂଚ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ। ବର୍ତ୍ତମାନ ସମୟରେ ପଥର ଖସିବା ଘଟଣା ASIର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ଶ୍ରୀମନ୍ଦିର ସୁରକ୍ଷା ନେଇ ବାରମ୍ବାର ପ୍ରଶ୍ନବାଚୀ ଉଠୁଥିବା ବେଳେ ବର୍ତ୍ତମାନ ପୁଣି ପଥର ଖସିବା, ସମସ୍ତଙ୍କୁ ଚିନ୍ତାରେ ପଡ଼ିଛି। ଅନ୍ୟପଟେ ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର କମିଟି ବୈଠକ। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।
ରତ୍ନଭଣ୍ଡାର ଅନୁଧ୍ୟାନ ସମ୍ପର୍କରେ କରିବେ ଆଲୋଚନା। ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ସ୍ୱତନ୍ତ୍ର କମିଟି ସହ ବୈଠକ। ତେବେ ଏହି ପଥର କେଉଁଠୁ ଖସିଲା ତାର ଅନୁଧ୍ୟାନ କରୁଛି ଏଏସଆଇ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button