ମନୋରଞ୍ଜନ

ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ଭେଜ୍‌ ମଞ୍ଚୁରିଆନ୍‌

ଯଦି ଆପଣଙ୍କୁ ଚାଇନିଜ୍‌ ଖାଦ୍ୟ ପସନ୍ଦ ତେବେ ଘରେ କୌଣସି ପାର୍ଟି କିମ୍ବା ଗେଟ୍‌ଟୁଗେଦର୍‌ ସମୟରେ ନିଶ୍ଚିନ୍ତ ଭେଜିଟେବଲ୍‌ ମଞ୍ଚୁରିଆନ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ତିଆରି କରିବା ଖୁବ୍‌ ସହଜ। ମଞ୍ଚୁରିଆନ୍‌ ଫ୍ରାଏ ରାଇସ୍‌ ଏବଂ ନୁଡଲ୍ସ ସହ ଖାଇବା ପାଇଁ ମଧ୍ୟ ଖବୁ ଟେଷ୍ଟି ଲାଗିଥାଏ। ଭେଜ୍‌ ମଞ୍ଚୁରିଆନ୍‌ ଘରକୁ ଆସିଥିବା ଅତିଥିମାନଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସିବ। ଛୋଟ ପିଲାମାନଙ୍କର ମଧ୍ୟ ଏହି ଖାଦ୍ୟ ଖୁବ୍‌ ପସନ୍ଦ ହୋଇଥାଏ। ତେବେ ଜାଣନ୍ତୁ ଘରେ ଭେଜ୍‌ ମଞ୍ଚୁରିଆନ୍‌ ତିଆରି କରିବା ପାଇଁ କେଉଁ କେଉଁ ଜିନିଷର ଆବଶ୍ୟକତା ପଡିଥାଏ।

ଆବଶ୍ୟକୀୟ ସାମଗ୍ରୀ:

-ପତ୍ର କୋବି ୧କପ୍‌

-ଗାଜର ୧କପ୍‌

-ଅଦା ୨ ଇଞ୍ଚ

-ରସୁଣ ୪ଟି

-କଞ୍ଚଲଙ୍କା ୨

-ଅଳ୍ପ ପିଆଜ ବଟା

-କର୍ଣ୍ଣଫ୍ଲାର ୫୦ଗ୍ରାମ୍‌

veg-manchurian-ଦୁଇ ବଡ ଚାମଚ ମଇଦା

-ଖାଦ୍ୟ ଅନୁଯାୟୀ ଲୁଣ

-ଏକ ଛୋଟ ଚାମଚ୍‌ ଗୋଲମରିଚ ଗୁଣ୍ଡ

-ଟମାଟ୍‌ ସସ୍‌ ୨ ଚାମଚ୍‌

-ସୋୟା ସସ୍‌ ୨ ଚାମଚ୍‌

-ପାଣି ୧କପ୍‌

-ତେଲ ୧କପ୍‌

-ସଜାଇବା ପାଇଁ କିଛି କଟା ପିଆଜ

vegetable Manchurian

ମଞ୍ଚୁରିଆନ୍‌ ତିଆରି କରିବାର ବିଧି:

ପ୍ରଥମେ କଟା ଯାଥିବା ପତ୍ର କୋବି ଏବଂ ଗାଜରକୁ କର୍ଣ୍ଣଫ୍ଲାର, ଗୋଲ ମରିଚ ପାଉଡର, ଲୁଣ, ମଇଦା, ଅଳ୍ପକିଛି ଅଦା, ଅଳ୍ପ ରସୁଣ ଏବଂ ଅଳ୍ପ ପିଆଜ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ସେହି ମିଶ୍ରଣରେ ଛୋଟ ଛୋଟ ଗୁଳା କରି ଅଧଘଣ୍ଟା ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହାପରେ ତାକୁ ଫ୍ରିଜରୁ ବାହାର କରି ତେଲରେ ଫ୍ରାଏ କରି ଦିଅନ୍ତୁ। ଏହାପରେ ଗ୍ରେଭି କରିବା ପାଇଁ ଗୋଟିଏ ପ୍ୟାନରେ ତେଲ ଗରମ କରନ୍ତୁ। ତାପରେ ସେଥିରେ କିଛି ଅଦା, ରସୁଣ, ପିଆଜ ବଟା, ଲୁଣ, ଗୋଲମରିଚ ପାଉଡର, ଟମାଟ୍‌ ସସ୍‌ ଏବଂ ସୋୟା ସସ୍‌ ପକାଇ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ସେଥିରେ ୧କପ୍‌ ପାଣି ଡାଳନ୍ତୁ ଏବଂ ଯେତେବେଳେ ଏହି ମିଶ୍ରଣ ସିଝି ଆସିବ ସେତେବେଳେ ସେଥିରେ କର୍ଣ୍ଣଷ୍ଟାର୍ଚ ପେଷ୍ଟ ପକାନ୍ତୁ। ଯେତେବେଳେ ଗ୍ରେଭି ବହଳିଆ ହେବାକୁ ଲାଗିବ ସେତେବେଳେ ସେଥିରେ ଫ୍ରାଏ କରାଯାଇଥିବା ଭେଜିଟେବଲ ବଲ୍ସ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହାପରେ ଭେଜ୍‌ ମଞ୍ଚୁରିଆନରେ କଟା ପିଆଜକୁ ସଜାଇ ଅତିଥିମାନଙ୍କ ପାଇଁ ପରସି ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button