ମନୋରଞ୍ଜନ
ପୁଣି ବଡ଼ ପରଦାକୁ ଆସିବ ‘ଦମନ

ଭୁବନେଶ୍ଵର: ୨୦୨୨ର ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ଦମନ ପୁଣି ଥରେ ବଡ଼ ପରଦାକୁ ଆସିବାକୁ ଯାଉଛି। ଆସନ୍ତା ୯ ତାରିଖରେ ଦମନ।ଭୁବନେଶ୍ଵର,କଟକ, ସମ୍ବଲପୁର,ରାଉରକେଲା,ଅନୁଗୁଳରେ ଥିବା ପ୍ରେକ୍ଷାଳୟରେ ପୁଣି ଥରେ ମୁକ୍ତିଲାଭ କରିବ। ମାଲକାନଗିରିର ସତ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ‘ଦମନ’।
ଆଗାମୀ ୮ ତାରିଖରେ ‘ଦମନ’କୁ ମିଳିବ ଜାତୀୟ ପୁରସ୍କାର ଏବଂ ୯ ତାରିଖରେ ପୁଣି ସିନେମା ହଲ୍ ରେ ଆସିବ ସିନେମା ।ଓଡ଼ିଶାରେ ୬ ଟି ହଲ୍ ରେ ରିଲିଜ ହେବ ଦମନ ।