ମନୋରଞ୍ଜନ

ପତ୍ନୀଙ୍କୁ କହିକି ଦେଖନ୍ତୁ ଏହି ୬ଟି କଥା, ମନ ଆଉ ହୃଦୟରେ ଆପଣଙ୍କ ପ୍ରତି ଉଛୁଳି ପଡ଼ିବ ଢେର୍‌ ପ୍ରେମ

ସମାଜରେ ବିବାହ ବନ୍ଧନକୁ ବହୁତ ପବିତ୍ର ଏବଂ ସମ୍ମାନିତ ବୋଲି ଗଣାଯାଇଥାଏ। ଏଥିରେ ଦୁଇଟି ଅଲଗା ପରିବାର ଗୋଟିଏ ହୋଇଥାଆନ୍ତି। ବିବାହ ଏମିତି ଏକ ବନ୍ଧନ, ଯାହା ପ୍ରେମ ଏବଂ ବିଶ୍ୱାସରେ ଦୃଢ଼ୀଭୂତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବତେଇବାକୁ ଯାଉଛୁ, ଯାହାକି ଆପଣ ପତ୍ନୀ ଏବଂ ଆପଣଙ୍କୁ ଆହୁରି ପାଖକୁ ନେଇଆସିବ। ପତ୍ନୀଙ୍କୁ ଏହି କଥା କହିକି ଦେଖନ୍ତୁ, ଆପଣଙ୍କ ପ୍ରତି ତାଙ୍କର ପ୍ରେମ ଏବଂ ସ୍ନେହ ଦୁଇଗୁଣା ବଢ଼ିଯିବ।

-ଅଧିକାଂଶ ପୁରୁଷଙ୍କଠାରେ ବହୁତ ଖରାପ ଅଭ୍ୟାସ ଥାଏ। ପତ୍ନୀଙ୍କ ଦ୍ୱାରା ଯଦି କୌଣସି ଭୁଲ୍‌ ହୋଇଯାଏ, ତା’ହେଲେ ସେମାନେ ଅଧିକ କ୍ରୋଧାନ୍ଵିତ ହୋଇଯାଆନ୍ତି। ଆପଣ ଏହି ସ୍ଥିତିରେ ନିଜ ରାଗକୁ ନିୟନ୍ତ୍ରଣ କରନ୍ତୁ। ଆଉ ପତ୍ନୀଙ୍କୁ କୁହନ୍ତି, କିଛି କଥା ନାହିଁ, ଏମିତି ଭୁଲ୍‌ ହୋଇଯାଏ। ତୁମେ ଚିନ୍ତା କରନାହିଁ। ମୁଁ ଅଛି, ସବୁ ଠିକ୍‌ କରିଦେବି। ଆପଣଙ୍କଠାରୁ ଏଭଳି ଉତ୍ତର ଶୁଣି ଆପଣଙ୍କ ପତ୍ନୀଙ୍କ ହୃଦୟରେ ଆପଣଙ୍କ ପ୍ରତି ସମ୍ମାନ ବଢ଼ିଯିବ।

love3

-ପତ୍ନୀ କର୍ମଜୀବୀ ହୁଅନ୍ତୁ କି ଗୃହିଣୀ, ଏହା ଜରୁରୀ ନୁହେଁ ଯେ ଦିନସାରା ଆପଣଙ୍କ କଥା ବୁଝିବା କେବଳ ତାଙ୍କ ଦାୟିତ୍ୱ। ଆପଣ ମଧ୍ୟ କେବେ କେବେ ତାଙ୍କ ଦିନସାରାର କାମ ବିଷୟରେ ପଚାରି ପାରନ୍ତି।

-ପତ୍ନୀ କହୁଥିବା କଥାକୁ ଶୁଣନ୍ତୁ। ଯଦି କାମକୁ ନେଇ ଆପଣଙ୍କ ପତ୍ନୀ ଚିନ୍ତାଗ୍ରସ୍ତ ଅଛନ୍ତି, ତା’ହେଲେ ତାଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଅନ୍ତୁ। ଆଉ ଯଦି ସମ୍ଭବ ହୁଏ, ତାକୁ ସମାଧାନ କରିବାକୁ ପ୍ରୟାସ କରନ୍ତୁ।

-ଆପଣଙ୍କ ପତ୍ନୀ ଯେତେବେଳେ ବାହାରକୁ ଯିବେ, ସେହି ସମୟରେ ଆପଣ ବାସ୍‌ ତାଙ୍କୁ କଲ୍‌ କିମ୍ବା ମେସେଜ୍‌ କରିବାକୁ କହିଦେବେ। ଆପଣଙ୍କ ମୁହଁରୁ ଏହି ପଦିଏ କଥା ଶୁଣି ସେ ନିଶ୍ଚିତ ଭାବେ ଭାବିବାକୁ ବାଧ୍ୟ ହେବେ ଯେ ଆପଣ ତାଙ୍କୁ କେତେ କେୟାର୍‌ କରୁଛନ୍ତି। ସେ ଧରିନେବେ, ଯାହା ବି ହେଉ ନା କାହିଁକି ଆପଣ ସବୁବେଳେ ତାଙ୍କ ସହିତ ଅଛନ୍ତି।

love33

-ଯଦି ଆପଣଙ୍କ ପତ୍ନୀ ବହୁତ ସାରା କାମକୁ ନେଇ ବିଚଳିତ ହୋଇପଡ଼ୁଛନ୍ତି, ଆପଣ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। ତାଙ୍କୁ କୁହନ୍ତୁ, ଏହି କାମ ମୁଁ କରିଦେଉଛି। ମିଶିକି କାମ କରିବାରେ ମଧ୍ୟ ସମ୍ପର୍କ ଆହୁରି ନିବିଡ଼ି ହୋଇଥାଏ।

-ସବୁଦିନ ଅଫିସ କିମ୍ବା ଅନ୍ୟାନ୍ୟ କାମ ଯୋଗୁ ଦୁହେଁ ଦୁହିଁଙ୍କୁ ଏତେ ସମୟ ଦେଇପାରନ୍ତି ନାହିଁ। ତେଣୁ ଓ୍ଵିକେଣ୍ଡରେ ଆପଣ ଆପଣଙ୍କ ପତ୍ନୀଙ୍କ ସହ ରୁହନ୍ତୁ। ତାଙ୍କୁ କୁହନ୍ତୁ, ତୁମ ସହ ସମୟ ବିତାଇବାକୁ ମୋତେ ଭଲ ଲାଗୁଛି। ଏହା ଶୁଣିବା ପରେ ପତ୍ନୀଙ୍କୁ ବହୁତ ଖାସ୍‌ ଅନୁଭବ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button