ରାଜ୍ୟ

ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି। ଏହି ପ୍ରଦୂଷଣ ଭିତରେ ଦିଲ୍ଲୀବାସୀ ଅଣନିଶ୍ୱାସୀ ହୋଇଗଲେଣି। ସେଠାରେ ବର୍ଷା ବି କାମ ଦେଉନାହିଁ। ବଢୁଥିବା ପ୍ରଦୂଷଣ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଗଲାଣି। ଏହି ଖରାପ ପବନ ଯୋଗୁଁ ଅନେକ ଗୁରୁତର ରୋଗରେ ପୀଡିତ ହେଲେଣି। ଥଣ୍ଡା, କାଶ, ତଣ୍ଟି ଦରଜ ହେବା, ଆଖି ସଂକ୍ରମଣ ହେବା ଭଳି ଗଭୀର ରୋଗ ଯୋଗୁଁ ସମସ୍ତେ ଚିନ୍ତିତ ହୋଇଗଲେଣି। ଆଜି ଆମେ ଆପଣଙ୍କୁ ଏପରି କେତେକ ଘରୋଇ ଉପାୟ ବତାଇବୁ, ଯାହା ଦ୍ୱାରା ଆପଣ ପ୍ରଦୂଷଣ ଯୋଗୁଁ ହେଉଥିବା ସମସ୍ୟାରୁ ମୁକ୍ତି ଦେବ। immunity ଫୁସ୍‌ଫୁସ୍‌ ପାଇଁ : ଏହି ପ୍ରଦୂଷିତ ବାତାବରଣ ମଧ୍ୟରେ ଆମ ନିଶ୍ୱାସ ପ୍ରଶ୍ୱାସରେ ଅନେକ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରୁଛି। ଏମିତିରେ ଆମେ ନିଜର ଫୁସଫୁସ୍‌ର ସ୍ୱତନ୍ତ୍ର ଧ୍ୟାନ ରଖିବା ଉଚିତ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଗୋଲମରିଚ ଗୁଣ୍ଡରେ ମହୁ ମିଶାଇ ଖାଇବା ଦ୍ୱାରା ଫୁସଫୁସରେ ଜମା ଥିବା କଫ ଏବଂ ମଇଳା ବାହାରିଯାଏ। ଏହାଛଡା ଉଷୁମ କ୍ଷୀର ପିଇ ମଧ୍ୟ ଧୂଳିକଣାରୁ ବଞ୍ଚିପାରିବେ। eye ଆଖି ପାଇଁ ଗୋଲାପ ଜଳ : ଆଖିକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଘରୁ ବାହାରିବା ବେଳେ ଚଷମା ବ୍ୟବହାର କରନ୍ତୁ। ପ୍ରଦୂଷଣ ଯୋଗୁଁ ଆଖି ପୋଡାଜଳା ହୋଇଥାଏ। ଆଖିକୁ ଏଥରୁ ରକ୍ଷା କରିବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଆଖିରେ ଗୋଲାପ ଜଳ ଦୁଇ ବୁନ୍ଦା ପକାଇ ଶୁଅନ୍ତୁ। ଏହାସହ ପଢ଼ନ୍ତୁ ; ତ୍ୱଚାରେ ଶ୍ୟାମଳପଣ ବୃଦ୍ଧି ପାଉଛି କି ? ତେବେ ତୁରନ୍ତ ଛାଡିଦିଅନ୍ତୁ ଏହିସବୁ ଖାଦ୍ୟ haldi ଇମ୍ୟୁନିଟି ସିଷ୍ଟମ ବଢାଇବା ପାଇଁ ପିଅନ୍ତୁ କ୍ଷୀର ଏବଂ ହଳଦୀ : ପ୍ରଦୂଷଣ ସିଧାସଳଖ ଆମ ଇମ୍ୟୁନିଟି ସିଷ୍ଟମ ଉପରେ ପ୍ରଭାବ ପକାଏ। ଏଥିରୁ ବଞ୍ଚିବା ପାଇଁ ଅଳାଁ ବହୁତ ଉପକାରୀ। ଆପଣ ଅଳାଁରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖାଇପାରିବେ। ଏହାଛଡା ପ୍ରଦୂଷଣ କଣିକାକୁ ବାହାର କରିବା ପାଇଁ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ପିଅନ୍ତୁ।

କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥାନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍ସ’ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବଥାନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସରର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ।

‘ଆଇ ଫ୍ରେକଲ୍ସ’ହେବାର କାରଣ

ଆଇ ଫ୍ରେକଲ୍ସ ଅନେକ କାରଣରୁ ହୋଇଥାଏ। ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଆଖି ଡୋଳାରେ କଳା ଦାଗ ରହିଥାଏ। ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ। ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ। ସେହିପରି ଆଇ ଫ୍ରେକଲ୍ସ ଡୋଳାର ଯେକୌଣସି ସ୍ଥାନରେ ହୋଇପାରେ। କାରଣ କିଛି କିଛି ଆଇ ଫ୍ରେକଲ୍ସ ଦୃଶ୍ୟମାନ ହୁଅନ୍ତି ନାହିଁ। କିନ୍ତୁ ପରୀକ୍ଷା ପରେ ଡାକ୍ତରମାନେ ଏହି ବିଷୟରେ ଜାଣିପାରନ୍ତି।

eye2ଲକ୍ଷଣ

ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ। ଯେଉଁମାନଙ୍କର ଆଖି ନୀଳ ସେମାନଙ୍କ ଆଖି ଟେଷ୍ଟ କରିବା ପରେ ଏହି ଫ୍ରେକଲ୍ସ ସଂପର୍କରେ ଜଣାପଡ଼େ।

ଅଧିକାଂଶ ଆଇ ଫ୍ରେକଲ୍ସ କୌଣସି କ୍ଷତି ପହଞ୍ଚାଇ ନଥାନ୍ତି। କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍ ହେବାର ଆଶଙ୍କା ମଧ୍ୟ ରହିଛି। ଏହିକାରଣରୁ ଯେଉଁ କ୍ୟାନ୍ସର ହୋଇଥାଏ, ତାହାକୁ ‘ମେଲାନୋମା’ କୁହାଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button