ମନୋରଞ୍ଜନ

ନାମର ପ୍ରଥମ ଅକ୍ଷର S କିମ୍ବା କୁମ୍ଭ ରାଶି ହୋଇଥିଲେ ସାବଧାନ ରୁହନ୍ତି !

ନମସ୍କାର ବନ୍ଧୁଗଣ । ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନରେ ବିଶେଷ ପ୍ରଭାବ ପକେଇଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତା ବ୍ୟବହାର ,ଚରିତ୍ର ଓ ଗୁଣ ସମ୍ପର୍କରେ କହିଥାଏ । ତେଣୁ ଆଜି ଆମେ ଆପଣଙ୍କୁ S ଅକ୍ଷର ଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ କିଛି କଥା କହିବୁ । ଆପଣଙ୍କ ନାମ ଯଦି ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ତେବେ ଏହି ପୋଷ୍ଟଟିକୁ ଶେଷ ଯାଏ ନିଶ୍ଚିତ ପଢନ୍ତୁ ।

S ଅକ୍ଷରରୁ ଆରମ୍ଭ ହୋଇଥିବା ଲୋକମାନଙ୍କ ରାଶିଚକ୍ର ପ୍ରାୟତ କୁମ୍ଭରାଶି ହୋଇଥାଏ । ଏହି ବ୍ୟକ୍ତିମାନଙ୍କ ସ୍ଵଭାବ ସିଂହ ପରି ହୋଇଥାଏ । ଯେପରି ଜଙ୍ଗଲରେ ସିଂହ ଗର୍ଜନ କରିଥାଏ ଏମାନେ ମଧ୍ୟ ଠିକ ସେହି ପରି ସାହସିକ , ଚତୁର ହୋଇଥାନ୍ତି । ଜୀବନ ଯଦି ଆପଣଙ୍କୁ ପଛକୁ ଟାଣିବାକୁ ଚେଷ୍ଟା କରିଥାଏ ତେବେ ଆପଣ ଆଗକୁ ବଢି ଉନ୍ନତି ଆଗକୁ ଅଗ୍ରସର କରିଥାନ୍ତି ।

ଏହି ଅକ୍ଷରର ଲୋକମାନଙ୍କ ଜୀବନରେ ଯଦି ସମସ୍ୟା ଆସିଥାଏ ତେବେ ସେମାନେ ନିଜର ଭିନ୍ନ ପଥ ସୃଷ୍ଟି କରିଥାନ୍ତି । ଏମାନେ ଦୁର୍ବଳ ସ୍ଵଭାବ ବିଶିଷ୍ଟ ନ ହୋଇ ବୁଦ୍ଧିର ପ୍ରୋୟଗ କରନ୍ତି ।  ଏମାନେ ଯେକୋଣସି ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜର ଛାପ ନିଶ୍ଚୟ ଛାଡିକି ଆସନ୍ତି । ଯାହା ଫଳରେ ଲୋକେ ସେମାନଙ୍କୁ ଅତି ସହଜରେ ବୁଲିନଥାନ୍ତି ।

ପ୍ରତ୍ୟେକ ଲୋକେ ଦୁନିଆକୁ ଆସନ୍ତି ଓ ପଳେଇଯାଇଥାନ୍ତି ମାତ୍ର   S ଅକ୍ଷରର ଲୋକେ ନିଜର ଅଲଗା ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ସମାଜରେ ନିଜର ଖ୍ଯାତି ଓ ଯଶ ଅର୍ଜନ କରନ୍ତି ଯେ ଏମାନେ ସବୁ କାମକୁ ନିଜର ଭିନ୍ନ ଶୈଳୀରେ କରିବା ଏହି ବ୍ୟକ୍ତିବିଶେଷଙ୍କର ସବୁଠାରୁ ପ୍ରିୟ ରୁଚି  ହୋଇଥାଏ । ଏମାନେ ସ୍ଵପ୍ନଙ୍କୁ ସାକାର କରିବା ପାଇଁ ଦିନରାତି ପରିଶ୍ରମ କରିଥାନ୍ତି ଯାହା ଫଳରେ ଦିନେ ସେମାନେ ସାରା ଜଗତରେ ନିଜକୁ ପ୍ରସିଦ୍ଧ କରିଥାନ୍ତି ।

ଆପଣମାନେ ଦେଖିଥିବେ ସିନେମା ଜଗତରେ ପ୍ରସିଦ୍ଧ ହୋଇଥିବା ଅଭିନେତାମାନଙ୍କର ନାମ  S ଅକ୍ଷରରୁ ଆରମ୍ଭ ହୋଇଥାଏ । ଯେପରି କୋଇଲା ମଧ୍ୟରୁ ହୀରା ମିଳିଥାଏ ଠିକ ସେହିପରି ହୋଇଥାନ୍ତି  S ନାମ ଥିବା ବ୍ୟକ୍ତି । ଏମାନଙ୍କ ସ୍ଵଭାବ ବହୁତ ସ୍ଵଚ୍ଛ ଓ ବିଶ୍ଵାସନୀୟ ହୋଇଥାଏ । ଏମାନେ ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତି ଓ ଏମାନଙ୍କ ସମ୍ପକରେ ଯିଏ ଆସନ୍ତି ତାଙ୍କୁ ସେହି ଭଳି କରିଦିଅନ୍ତି ।

ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ହୃଦୟରେ ଯାହା ଥାଏ ମୁଖରେ ସେୟା ହିଁ ପ୍ରକାଶିତ ହୋଇଥାଏ । ଏମାନେ ପ୍ରେମ ମାମଲାରେ ସ୍ଵାର୍ଥୀ ହୋଇଥାନ୍ତି । ଏମାନେ ଚାହାନ୍ତି କି ତାଙ୍କ ପ୍ରେମକୁ ଅନ୍ୟ କିଏ ନ ଦେଖୁ   । ବିବାହ ପରେ ଏହି ନାମ ଥିବା ମହିଳାମାନଙ୍କ ଜୀବନରେ କେତେକ କଷ୍ଟ ଆସିଥାଏ ମାତ୍ର ଏହି ନାମ ଅକ୍ଷର ଥିବା ପୁରୁଷମାନଙ୍କ ଜୀବନ ହସଖୁସିରେ କଟିଥାଏ । ଏମାନେ  ନିଜର ପରିଶ୍ରମ ବଳରେ ସବୁକିଛି ହାସଲ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button