ଜ୍ୟୋତିଷ

ଆଜି ଧନୁ ରାଶିରେ ପ୍ରବେଶ କରିବେ ବୃହସ୍ପତି, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କି ପ୍ରଭାବ

ଦେବଗୁରୁ ବୃହସ୍ପତି ପାଖାପାଖି ୧୨ବର୍ଷ ପରେ ପୁଣି ଥରେ ଆଜି ନିଜ ରାଶି ଧନୁରେ ପ୍ରବେଶ କରୁଛନ୍ତି। ବୃହସ୍ପତି ଗୋଟିଏ ଶତାବ୍ଦୀରେ ପାଖାପାଖି ୮ଥର ଧନୁ ରାଶିରେ ଅବସ୍ଥାନ କରନ୍ତି। ଗୁରୁ ଧନୁ ରାଶିରେ ଗୋଚର କରିବା ଯୋଗୁଁ ‘ହଂସ’ ଯୋଗ ହୋଇଥାଏ। ଧନୁ ଏବଂ ମୀନ ରାଶିର ଅଧିପତି ବୃହସ୍ପତି ପୁନର୍ବସୁ, ବିଶାଖା ଏବଂ ପୂର୍ବାଭାଦ୍ରବ ନକ୍ଷତ୍ରର ମଧ୍ୟ ଅଧିପତି ଅଟନ୍ତି। କର୍କଟ ରାଶି ଏହାର ଉଚ୍ଚ ଏବଂ ମକର ରାଶି ନୀଚ ସଜ୍ଞକ କୁହାଯାଇଛି। ଯେଉଁ ଜାତକଙ୍କ ଜନ୍ମ କୁଣ୍ଡଳୀରେ ଗୁରୁ ଧନୁ ରାଶିରେ ହୋଇ କେନ୍ଦ୍ର କିମ୍ବା ତ୍ରିକୋଣରେ ରହିବେ ସେମାନଙ୍କ ପାଇଁ ହଂସ ଯୋଗ ସର୍ବଶ୍ରେଷ୍ଠ ଫଳଦାୟକ ହେବ। ବୈଦିକ ଜ୍ୟୋତିଷରେ ବୃହସ୍ପତିଙ୍କୁ ସବୁଠୁ ଅଧିକ ଶୁଭ ଏବଂ ଶୀଘ୍ର ଫଳଦାୟକ ଗ୍ରହ ବୋଲି କୁହାଯାଇଛି। ଜନ୍ମ କୁଣ୍ଡଳୀରେ ଦ୍ବିତୀୟ,ପଞ୍ଚମ,ନବମ ତଥା ଏକାଦଶ ଭାବର କାରକ ହେଉଛନ୍ତି ବୃହସ୍ପତି। ତେବେ ବୃହସ୍ପତିଙ୍କ ଏହି ଚଳନ ଯୋଗୁଁ କେଉ ରାଶି ଉପରେ କଣ ପ୍ରଭାବ ପଡିବ ଜାଣନ୍ତୁ ।

ମେଷ : ଆପଣଙ୍କ ଭାଗ୍ୟଭାବରେ ବୃହସ୍ପତିଙ୍କ ଗୋଚର କୌଣସି ବରଦାନରୁ କମ୍ ନୁହେଁ। ଭାଗ୍ୟ ବୃଦ୍ଧି,ବିଦେଶ ଯାତ୍ରାର ଯୋଗ,ତୀର୍ଥ ଯାତ୍ରା ଏବଂ ଦେଶ ଭ୍ରମଣର ଆନନ୍ଦ ମିଳିବ। ଏମାନଙ୍କ ଅମୃତ ଦୃଷ୍ଟି ଆପଣଙ୍କ ଶରୀର,ଶିକ୍ଷା ଏବଂ ଜ୍ଞାନ ଉପରେ ପଡ଼ିବ ଅର୍ଥାତ୍ ସ୍ବାସ୍ଥ୍ୟ ଭଲ ରହିବ। ଶିକ୍ଷା ପ୍ରତିଯୋଗିତାରେ ସଫଳତା ଏବଂ ସନ୍ତାନର ଦାୟିତ୍ବ ପୂରଣ ହେବ।

ବୃଷ : ଆପଣଙ୍କ ଅଷ୍ଟମ ଭାଗରେ ବୃହସ୍ପତିଙ୍କ ଗୋଚର ଯୋଗୁଁ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ସମସ୍ୟା ସୃଷ୍ଟି କରିବ। କିନ୍ତୁ ମାନ ସମ୍ମାନ ଦୃଷ୍ଟିରୁ ଉତ୍ତମ ରହିବ। ଏମାନଙ୍କ ଦୃଷ୍ଟି ବ୍ୟୟଭାବ ଉପରେ ପଡ଼ିବା ଫଳରେ ଖର୍ଚ୍ଚ ଅଧିକ ହେବ। ଘର କିଣିପାରନ୍ତି।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତମ ଭାବରେ ବୃହସ୍ପତିରେ ହଂସଯୋଗ ହେବା ମଧ୍ୟ ବରଦାନଠୁ କମ୍ ନୁହେଁ। ବିବାହ ସମ୍ବନ୍ଧୀୟ ଖବର ମଧ୍ୟ ଶୁଭ ରହିବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଏବଂ ଚାକିରୀରେ ପଦୋନ୍ନତିର ସୁଯୋଗ ପାଇବେ। ଯଦି ଆପଣ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ଏବଂ ଆପଣଙ୍କର ସମସ୍ତ ଯୋଜନା ସଫଳ ହେବ।

horoscope-କର୍କଟ : କର୍କଟ ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଶତ୍ରୁ ଭାବରେ ବୃହସ୍ପତିଙ୍କ ରହିବା ମିଶ୍ରିତ ଫଳ ଦେବ। ସ୍ବାସ୍ଥ୍ୟ ଭଲ ରହିବ, କରଜରୁ ମୁକ୍ତି ମିଳିବ କିନ୍ତୁ ଗୁପ୍ତ ଶତ୍ରୁ ବଢ଼ି ପାରନ୍ତି ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।  କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ମଧୁର ସମ୍ପର୍କ ସ୍ଥାପନ କରନ୍ତୁ। ଚାକିରୀରେ ପଦୋନ୍ନତି ହୋଇପାରେ। ପାରିବାରିକ ବାତାବରଣ ମଧ୍ୟ ସୁଖଦାୟକ ରହିବ।

ସିଂହ : ଆପଣଙ୍କ ରାଶି ପାଇଁ ମଧ୍ୟ ବୃହସ୍ପତିଙ୍କ ଗୋଚର କୌଣସି ବରଦାନଠୁ କମ୍ ନୁହେଁ। ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ। ଶିକ୍ଷା କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ମିଳିବ। କୌଣସି ପ୍ରତିଯୋଗିତାରେ ବସିବାକୁ ଚାହୁଁଛନ୍ତି ଯଦି ଏହା ସବୁଠୁ ଉପଯୁକ୍ତ ସମୟ ହେବ। ବିଦେଶ ଯାତ୍ରାର ଯୋଗ ରହିଛି। ତୀର୍ଥ ଯାତ୍ରାର ମଧ୍ୟ ଆନନ୍ଦ ଉଠାଇ ପାରନ୍ତି। ସ୍ବାସ୍ଥ୍ୟ ମଧ୍ୟ ଅନୁକୂଳ ରହିବ।

କନ୍ୟା : କନ୍ୟା ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଚତୁର୍ଥ ଭାବରେ ବୃହସ୍ପତିଙ୍କ ଗୋଚର ଯୋଗୁଁ ଘର ଏବଂ ଜାଗା କିଣିବାର ଯୋଗ ରହିଛି। ଏହା ସହିତ ସମାଜରେ ମାନ ପ୍ରତିଷ୍ଠା ହେବ। ସ୍ବାସ୍ଥ୍ୟ ମଧ୍ୟ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ମନପ୍ରାଣ ଦେଇ କାର୍ଯ୍ୟ କଲେ ସଫଳତା ପାଇବେ।

rasiତୁଳା : ଆପଣଙ୍କ ପରାକ୍ରମ ଭାବରେ ବୃହସ୍ପତିଙ୍କ ଗୋଚର ଯୋଗୁଁ କାର୍ଯ୍ୟରେ ଅଳ୍ପ ବାଧା ଉତ୍ପନ୍ନ ହେବା ସହ ଧୀରେ ଧୀରେ କାର୍ଯ୍ୟ ସଫଳ ହେବ। ଚାକିରୀରେ ପଦୋନ୍ନତି ହେବ। କିନ୍ତୁ ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ।

ବିଛା : ଆପଣଙ୍କ ଧନଭାବରେ ବୃହସ୍ପତିଙ୍କ ଗୋଚର ଯୋଗୁଁ ଆକସ୍ମିକଭାବେ ଧନ ପ୍ରାପ୍ତି ହେବ।  ଏହା ସହିତ କୌଣସି ଦାମୀ ବସ୍ତୁ କ୍ରୟ କରିବେ। ହରାଇଥିବା ଧନ ପାଇବେ।

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କ କାର୍ଯ୍ୟରେ ଆଧିପତ୍ୟ ବଢ଼ିବ। ଚାକିରୀରେ ପଦୋନ୍ନତି ଏବଂ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଶିକ୍ଷାରେ ଲାଭ,ବିବାହ ଯୋଗ ଏବଂ ଭାଗ୍ୟ ବୃଦ୍ଧି ହେବ। ବିଦେଶ ଯାତ୍ରାର ଯୋଗ ରହିଛି।

ମକର : ଏହି ରାଶିର ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ମିଳିବ। ଆପଣ ଅଧିକ ଖର୍ଚ୍ଚ ପାଇଁ ବ୍ୟସ୍ତ ହେବେ। ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନ ପାଇବେ। ଆପଣଙ୍କୁ ସଂଯମ ରହିବାକୁ ପଡ଼ିବ। ଚତୁର୍ଥ ଭାବରେ ଅମୃତ ଦୃଷ୍ଟି ଯୋଗୁଁ ଘର ଏବଂ ଗାଡ଼ି କିଣିବେ ଏବଂ ଆପଣଙ୍କୁ ମାନସିକ ସୁଖ ମିଳିବ।

କୁମ୍ଭ : ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ପାଠପଢ଼ାରେ ଆଳସ୍ୟଭାବ ଦୂର କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି।

ମୀନ : ଆପଣଙ୍କ କର୍ମଯୋଗରେ ବୃହସ୍ପତିଙ୍କ ଗୋଚର ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏହାର ଫଳ ସ୍ବରୂପ କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ଖୋଲିଯିବ। ଉପରସ୍ଥ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ସ୍ଥାପନ ହେବ। ଆର୍ଥିକ ସମସ୍ୟା ଦୂର ହେବ। ଦାମୀ ବସ୍ତୁ କ୍ରୟ କରି ପାରନ୍ତି। ମାନସିକ ଚିନ୍ତା ବଢ଼ିପାରେ। ମାଆ ବାପାଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁପ୍ତ ଶତ୍ରୁଙ୍କଠୁ ଦୂରେଇ ରହିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button