ମନୋରଞ୍ଜନ

କେବେ ପ୍ରସ୍ତୁତ କରିଛନ୍ତି କି ସ୍ୱାଦିଷ୍ଟ ‘ଦହି କବାବ୍‌’, ଆଜି ହିଁ ଘରେ ବନାନ୍ତୁ

ଆପଣମାନେ ଅନେକ ପ୍ରକାର କବାବ ଖାଇଥିବେ, ତାହା ଆମିଷ ହେଉ ଅବା ନିରାମିଷ। କିନ୍ତୁ କେବେ ଦହିରୁ ପ୍ରସ୍ତୁତ କବାବ ଖାଇଛନ୍ତି କି ? ଯଦି ନା, ଆଜି ଆପଣଙ୍କୁ ଆମେ ଜଣାଇବୁ କିପରି ଏହାକୁ ପ୍ରସ୍ତୁତ କରିବେ। ଆପଣ ପଢି ଭାବୁଥିବେ କିପରି ଦହିରୁ ପ୍ରସ୍ତୁତ ହେବ କବାବ। ଏହି କବାବ ତିଆରି କରିବା ପାଇଁ ଆପଣ ବସାଦହିକୁ ଏକ ମୁଲାୟମ କପଡାରେ ଛାଣି ଦେଇ ପ୍ରଥମେ ଟାଙ୍ଗି ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ :

ଦହି

ଭଜା ହୋଇଥିବା ବେସନ ୨ ଚାମଚ

କର୍ନଫ୍ଲୋର ୩ ବଡ ଚାମଚ

ତେଲ କିମ୍ବା ଘିଅ ୨ ବଡ ଚାମଚ

ଧନିଆପତ୍ର( କଟା ହୋଇଥିବା)

କଞ୍ଚାଲଙ୍କା (କଟା ହୋଇଥିବା)

ଅଦା ପେଷ୍ଟ (୧/୨ଛୋଟ ଚାମଚ)

ଗୋଲମରିଚ ପାଉଡର (୧/୫ ଛୋଟ ଚାମଚ)

ଲୁଣ ସ୍ୱାଦୁନସାରେ

dahi

ପ୍ରସ୍ତୁତି ପ୍ରଣାଳୀ :

ପୂର୍ବରୁ ପ୍ରସ୍ତୁତ ହୋଇ ରଖିଥିବା ଦହିକୁ ନେଇ ଏକ ପାତ୍ରରେ ରଖନ୍ତୁ। ଏବେ ଏଥିରେ ବେସନ, ଦନିଆପତ୍ର, କଞ୍ଚାଲଙ୍କା, ଗୋଲମରିଚ ଗୁଣ୍ଡ, ଅଦା ପେଷ୍ଟ ଏବଂ ଲୁଣ ପକାଇ ଦିଅନ୍ତୁ। ଏବେ ସବୁ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ। କର୍ନଫ୍ଲୋରକୁ ଏକ ପ୍ଲେଟରେ କାଢି ରଖନ୍ତୁ। ହାତରେ ଅଳ୍ପ କିଛି କର୍ନଫ୍ଲୋର ନେଇ ପ୍ରସ୍ତୁତ ମିଶ୍ରଣକୁ ନେଇ ଗୋଲ ଗୋଲ କରି ଟିକ୍କି ଭଳି ବନାନ୍ତୁ। ଏହାର ଦୁଇ ପାର୍ଶ୍ୱରେ ଭଲଭାବେ କର୍ନଫ୍ଲୋର ଭଲଭାବେ ଲଗାନ୍ତୁ। ଏବେ କବାବ ପ୍ରସ୍ତୁତ ହୋଗଲା ପରେ ତାଓ୍ଵାରେ ତେଲ ପକାଇ ଅଳ୍ପ ଆଞ୍ଚଳରେ ଦୁଇ ପାର୍ଶ୍ୱ ଭଲଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦହି କବାବ୍‌। ଏହାକୁ ଆପଣ ଗରମ ଗରମ ଚଟଣୀ କିମ୍ବା ଟମାଟୋ ସସ୍‌ ସହିତ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button