ଦେଶ- ବିଦେଶ

ଏହିଭଳି ଘରେ ବନାନ୍ତୁ ବେବି ଫୁଡ୍‌, ସ୍ୱାଦ ସହିତ ଆପଣଙ୍କ ଛୁଆ ରହିବ ହେଲଦି

ମା ସବୁବେଳେ ଚାହାନ୍ତି ଯେ ତାଙ୍କ ପିଲା ସବୁବେଳେ ସ୍ୱାସ୍ଥ୍ୟକର ଏବଂ ପୌଷ୍ଠିକତା ଖାଦ୍ୟ ଖାଉ। ଏମିତିରେ ଜରୁରୀ ହୋଇଥାଏ ଯେ ଆପଣ ଘରେ ତା ପାଇଁ କିଛି ସହଜ ଟେଷ୍ଟୀ ଏବଂ ହେଲଦି ଡିସ୍ ବନାଇବା। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଛୋଟ ପିଲାଙ୍କ ପାଇଁ ଦୁଇଟି ରେସିପି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ସ୍ୱିଟ ରାଇସ୍ ପୁଡିଂ

riceସାମଗ୍ରୀ

ଚାଉଳ- ୧୫୦ ଗ୍ରାମ

କୋକୋନଟ ମିଲ୍କ – ୩୫୦ ମି.ଲି.

ପାଣି- ୨୦୦ ମି.ଲି.

ଚିନି କିମ୍ବା ଗୁଡ-୧୫୦ ଗ୍ରାମ

ଅଳେଇଚ ପାଉଡର –୧ ଟେବୁଲ ଚାମଚ

ପ୍ରସ୍ତୁତ ପ୍ରଣାଳୀ

ଏକ ପାତ୍ରରେ ଚାଉଳ ଏବଂ କେକୋନଟ ମିକ୍ସ କରିଦିଅନ୍ତୁ, ଚାଉଳକୁ କ୍ଷୀରରେ ପାଖାପାଖି ୧ ଘଣ୍ଟା ଭିଜାଇ ରଖନ୍ତୁ। ଏହାପରେ ପ୍ରେସର କୁୁକର ନିଅନ୍ତୁ, ସେଥିରେ ଭିଜା ଚାଉଳ ଏବଂ ପାଣି ମିଶାଇ ୨ ସିଟି ବାଜିବା ପରେ ବନ୍ଦ କରିଦିଅନ୍ତୁ। ୧୦-୧୫ ମିନିଟ ପରେ କୁକରର ଢ଼ାଙ୍କଣା ଖୋଲନ୍ତୁ ଏବଂ ସେଥିରେ ୨ ଚାମଚ ନଡିଆ କ୍ଷୀର ପକାଇ ଭଲଭାବେ ମିକ୍ସ କରନ୍ତୁ। କ୍ଷୀର ପକାଇବା ପରେ ଚିନି ଏବଂ ଅଳେଇଚ ପାଉଡର ପକାଇ ଆଉ ଥରେ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଚାଉଳକୁ ଏକ ପାତ୍ରରେ ବାହାର କରିଦିଅନ୍ତୁ। ଏହା ଏବେ ପ୍ରସ୍ତୁତ ହୋଇଯାଇଛି ଏବଂ ଥଣ୍ଡା ହେବା ପରେ ପିଲାକୁ ଖାଇବାକୁ ଦିଅନ୍ତୁ।

ବିଟରୁଟ କର୍ଡ ପୁଡିଂ

bitସାମଗ୍ରୀ

ଦହି – ୪୦୦ ଗ୍ରାମ

ଗ୍ରେଟେଡ୍ ବିଟ-୪୦ ଗ୍ରାମ

ଗ୍ରେଟେଡ୍ ଗାଜର-୪୦ ଗ୍ରାମ

ଲୁଣ –୧/୨ ଟେବୁଲ ଚାମଚ

ସୁଗାର ପାଉଡର – ୧ ଟେବୁଲ ଚାମଚ

ପ୍ରସ୍ତୁତ ପ୍ରଣାଳୀ

ସର୍ବପ୍ରଥମେ ଏକ ପାଂତ୍ରରେ ଦହି ନିଅନ୍ତୁ। ସେଥିରେ ଗାଜର ଏବଂ ବିଟକୁ ପକାଇ ମିକ୍ସ କରନ୍ତୁ। ମିକ୍ସ କରିବା ପରେ ସେଥିରେ ଲୁଣ ଏବଂ ପାଉଡର ସୁଗାର ମଶାନ୍ତୁ। ଆପଣ ଚାହିଁବେ ତ ଚିନି ଜାଗାରେ ମହୁକୁ ବି ମିଶାଇ ପାରିବେ। ଏହା ପରେ ଆପଣଙ୍କର ଏହି ଡିସ ପ୍ରସ୍ତୁତ ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button