ମନୋରଞ୍ଜନ

ବନାନ୍ତୁ କ୍ରଞ୍ଚି-କ୍ରିସପି ମୁଡକି, ତାହା ପୁଣି ନିଜ ହାତରେ ଅତି ସହଜରେ

ମୁଡକି ବିନା ଦୀପାବଳି ଅଧୂରା ଲାଗିଥାଏ। ଏଥିପାଇଁ କଣ ଆପଣ ମୁଡକି ବନାଇସାରିଛନ୍ତି। ଯଦି ବନାଇ ନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ କାରଣ ଏହାକୁ ବନାଇବା ବହୁତ ସହଜ। ଆଜି ଆମେ ଆପଣଙ୍କୁ ସୁଜି ମୁଡକି ବନାଇବାର ସହଜ ଉପାୟ। ଏହାର କ୍ରଞ୍ଜି ଫ୍ଲେଭର ବହୁତ ଭଲ ଲାଗିଥାଏ ଖାଇବାକୁ।

ଆବଶ୍ୟକୀୟ ସାମଗ୍ରୀ

୧ କପ୍ – ସୁଜି

ଦୁଇ କପ୍ – ଚାଉଳ ଗୁଣ୍ଡ

ଅଧା ଚାମଚ – ଜୀରା ଏବଂ ଜୁଆଣୀ

ଏକ ଟେବୁଲ ଚାମଚ- ହେଙ୍ଗୁ ପାଉଡର

ଦୁଇ ଟେବୁଲ ଚାମଚ – ବଟର

ଲୁଣ – ସ୍ୱାଦାନୁସାରେ

ତେଲ – ଛାଣିବା ପାଇଁ

sujiପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ପ୍ୟାନରେ ଆବଶ୍ୟକ ଅନୁଯାୟୀ ପାଣି ଏବଂ ଲୁଣ ମିଶାଇ ଗରମ କରନ୍ତୁ। ଫୁଟିଗଲା ପରେ ଧୀରେ ଧିରେ ଚଲାଇ ସୁଜି ପକାନ୍ତୁ। ଦେଖନ୍ତୁ ଯେପରି ବିଣ୍ଡା ହେବ ନାହିଁ। ଆଞ୍ଚ ବନ୍ଦ କରି ଚାଉଳ ଗୁଣ୍ଡ, ହେଙ୍ଗୁ ପାଉଡର, ଜୀରା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ସାମାନ୍ୟ ଥଣ୍ଡା ହେବା ପରେ ଚକଟି ଦିଅନ୍ତୁ। ମୁଡକି ମେସିନରେ ତେଲ ଲଗାଇ ଚକଟା ମିଶ୍ରଣକୁ ଭରନ୍ତୁ। କଡାଇରେ ତେଲ ଗରମ କରି ମେସିନକୁ ଗୋଲ ଗୋଲ ବୁଲାଇ ମୁଡକି ବନାନ୍ତୁ। ଧୀର ଆଞ୍ଚରେ କ୍ରିସପି ଏବଂ ସାମାନ୍ୟ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଥଣ୍ଡା ହେବା ପରେ ଟାଇଟ୍ କଣ୍ଟେନରରେ ଭରି ୮-୧୦ ଦିନ ପର୍ଯ୍ୟନ୍ତ ସୁରକ୍ଷିକ ରଖିପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button