ମନୋରଞ୍ଜନ

ବିବାହ ପରେ ଇଣ୍ଡଷ୍ଟ୍ରିକୁ ଛାଡି ବିଦେଶରେ ରହୁଛନ୍ତି ଏହି ସବୁ ଓଡିଆ ଅଭିନେତ୍ରୀ, ଦେଖନ୍ତୁ ଏବେ ସେମାନେ କେଉଁଠି ଓ କିପରି ଅଛନ୍ତି ?

ଆମ ଓଡ଼ିଆରେ ଏକ ଢଗ ଅଛି ଝିଅ ଜନମ ପର ଘରକୁ। ମାତ୍ର କିଛି ଝିଅଙ୍କ ପାଇଁ ଏହା ପର ଘର ସହ ପର ଦେଶକୁ ମଧ୍ୟ ହୋଇ ଯାଉଛି। ସେହିପରି ଆମ ଓଡ଼ିଆ ଟିଭି ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ମଧ୍ୟ ଆଜି ବିବାହ କରି ବିଦେଶରେ ନିଜ ଘର ସଂସାର କରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଓଡ଼ିଆ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଇଣ୍ଡଷ୍ଟ୍ରି ଛାଡ଼ି ବିବାହ କରି ଏବେ ବିଦେଶରେ ରହୁଛନ୍ତି।

୧- ଇପ୍ସିତା ମହାନ୍ତି- ଓଡ଼ିଆ ଧାରାବାହିକ “ତୁଳସୀ” ରୁ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀ ନିଜ କ୍ୟାରିଅରର ଶୀର୍ଷରେ ଥିବା ସମୟରେ ହିଁ ଇଣ୍ଡଷ୍ଟ୍ରିକୁ ବାଏ ବାଏ କହି ଦେଇଥିଲେ ଓ ବିବାହ କରି ଚାଲି ଯାଇଥିଲେ ସୁଦୂର ଦୁବାଇକୁ। ବିବାହ ପରେ ସ୍ଵାମୀ ରୋହିତ ମହାନ୍ତି ଓ ତାଙ୍କର ଦୁଇ ସନ୍ତାନଙ୍କ ସହ ସେ ଦୁବାଇରେ ରହୁଛନ୍ତି। ପୂର୍ବରୁ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲେ ଏବଂ ନିକଟରେ ସେ ଏକ କନ୍ୟା ସନ୍ତାନଙ୍କର ମଧ୍ୟ ଜନନୀ ହୋଇଛନ୍ତି।

୨- ସୁନୀତା ଗରାବଡୁ

କିଛି ଓଡ଼ିଆ ଆଲବମ୍ ଓ କିଛି ମେଗା ଧାରାବାହିକ ରେ କାମ କରିଥିବା ସୁନୀତା ବେଶ୍ କିଛି ଦିନ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିବା ପରେ ଏବେ ବିବାହ କରିଛନ୍ତି ବାବା ସୋମନାଥଙ୍କୁ। ବିବାହ ପରେ ସୁନୀତା ଏରିଲ୍ ଲ୍ୟାଣ୍ଡରେ ନିଜ ସ୍ଵାମୀଙ୍କ ସହ ରହୁଛନ୍ତି। ସେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ସକ୍ରିୟ ରୁହନ୍ତି। ସୁନୀତା ଇ-ନ-ଷ୍ଟା-ଗ୍ରା-ମ୍ ରେ ସବୁବେଳେ ନିଜ ହ-ଟ୍ ଆଣ୍ଡ ବୋ-ଲ୍ଡ ଫଟୋ ଅ-ପ-ଲୋ-ଡ କରି ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ପ୍ରଶଂସକ ମାନେ ତାଙ୍କର ଫଟୋ ସବୁ ଖୁବ୍ ଲା-ଇ-କ କରିଛନ୍ତି।

୩- ଯଜ୍ଞାସେନୀ ଜେନା

ଓଡ଼ିଆ ଧାରାବାହିକ “ତୋ ପାଇଁ ମୁଁ” ରେ ଜୟା ଭୂମିକାରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ଜାଗା ବନେଇ ନେଇଥିଲେ ଏହି ଅଭିନେତ୍ରୀ। ତେବେ ଜୟା ଏହି ବର୍ଷ ବିବାହ କରିଛନ୍ତି ଓ ଧାରାବାହିକକୁ ମଧ୍ୟ ଅଧାରୁ ଛାଡ଼ି ଚାଲି ଯାଇଛନ୍ତି। ଯଜ୍ଞାସେନୀଙ୍କ ସ୍ଵାମୀ ସଚ୍ଚିକାନ୍ତ ସ୍ୱାଇଁ ପେଶାରେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର୍। ବିବାହ ପରେ ଏବେ ଯଜ୍ଞାସେନୀ ନିଜ ସ୍ଵାମୀଙ୍କ ସହ ଦୁବାଇରେ ରହୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button