ସ୍ୱାସ୍ଥ୍ୟ

ଡାଇବେଟିଜ, ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ସନ୍ତୁଳନରେ ରଖିଥାଏ ରସୁଣ ଲୁଣ, ଜାଣନ୍ତୁ ଏହାକୁ ଘରେ ପ୍ରସ୍ତୁତ କିପରି କରିବେ

କୌଣସି ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଅନେକ ମସଲାର ଆବଶ୍ୟକତା ରହିଥାଏ। ପ୍ରାକୃତିକ ଭାବେ ମିଳୁଥିବା ମସଲା ଲୁଣ, ଧନିଆ ପାଉଡର, ଲଙ୍କା, ଗୋଲମରିଚ ଇତ୍ୟାଦି ଆମ ଖାଦ୍ୟପଦାର୍ଥର ସ୍ୱାଦ ବଢାଇଥାଏ। କିନ୍ତୁ କିଛି ମସଲାକୁ ଆମେ ନିଜେ ପ୍ରସ୍ତୁତ କରିଥାଉ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି, ରସୁଣରୁ ପ୍ରସ୍ତୁତ ଲୁଣ ମଧ୍ୟ ଏକ ପ୍ରକାର ମସଲା। ଏହାର ବ୍ୟବହାର ସାଧାରଣ ଲୁଣ ଭଳି କରାଯାଏ, ଯାହା କୌଣସି ଖାଦ୍ୟର ଉପରେ ଗାର୍ନିସିଂ କରିବା ପାଇଁ ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ରସୁଣ ଲୁଣ ଏବଂ କ’ଣ ରହିଛି ଏହାର ଲାଭ :

garlic

ରସୁଣ ଲୁଣକୁ ସାଧାରଣ ଲୁଣ ଏବଂ ରସୁଣ ପାଉଡର ସହିତ ମିଶାଇ ପ୍ରସ୍ତୁତ କରାଯାଏ। ଏହି ଲୁଣ ପ୍ରସ୍ତୁତ କରିବା ପାଇଁ ଏକ ତୃତୀୟାଂଶ ସାଧାରଣ ଲୁଣରେ ଏକ ଭାଗ ରସୁଣ ପାଉଡର ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଓଭେନରେ ଏକ ଘଣ୍ଟା ପର୍ଯ୍ୟନ୍ତ ୧୮୦ ଡିଗ୍ରୀ ସେଣ୍ଟିଗ୍ରେଡରେ ବେକ୍‌ କରନ୍ତୁ। ପୁଣି ଏହାକୁ ବାହାର କରି ଆଉ ଥରେ ଗ୍ରାଇଣ୍ଡିଂ କରିଦିଅନ୍ତି। ଏବେ ଆପଣଙ୍କ ରସୁଣ ଲୁଣ ପ୍ରସ୍ତୁତ। ଆପଣ ଏହାକୁ ଏକ ଟାଇଟ ଡବା ଭିତରେ ଷ୍ଟୋର କରି ରଖିପାରିବେ।

Garlic-Powder

ସ୍ୱାସ୍ଥ୍ୟ ପାଇଁ ଲାଭ :

ରସୁଣ ଲୁଣ ଖାଇବା ଦ୍ୱାରା ରକ୍ତଚାପକୁ ସନ୍ତୁଳନ ରଖିବା ସହ ରକ୍ତ କୋଷିକାକୁ ସଂପ୍ରସାରଣ କରିଥାଏ।

ଏହି ଲୁଣ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ କମ୍‌ କରିବାରେ ସହାୟକ ହୋଇଥାଏ।

ଏହାଛଡା ଇନସୁଲିନ ସ୍ତରକୁ ବୁଷ୍ଟ କରିବା ସହ ଡାଇବେଟିଜ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ବ୍ୟବହାର :

food

ଏହା ଏକ ସୁବାସିତ ଲୁଣ। ଏହି ଲୁଣକୁ ଆପଣ ପିଜା, ପାସ୍ତା, ସାଲାଡ, ଫ୍ରେଞ୍ଚ ଫ୍ରାଇଜ, ପପକର୍ନ, ବ୍ରେଡ ଟୋଷ୍ଟ ଏବଂ ଗ୍ରିଲଡ ଖାଦ୍ୟ ଉପରେ ପକାଇ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button