ସ୍ୱାସ୍ଥ୍ୟ

କେଶ ଝଡ଼ୁଛି କି ତେବେ ନିଶ୍ଚିତ ପିଅନ୍ତୁ ଏହି ଡ୍ରିଙ୍କ୍ସ

କେଶ ଝଡ଼ିବାର ମୁଖ୍ୟ କାରଣ ହେଉଛି ପ୍ରୋଟିନ୍ ଅଭାବ ଓ ପେଟ ଗରମ। ଆପଣଙ୍କ ଶରୀରକୁ ଯଦି ଆବଶ୍ୟକ ପରିମାଣର ପ୍ରୋଟିନ୍ ମିଳିବ ଏବଂ ଆପଣଙ୍କ ପେଟ ଯଦି ଥଣ୍ଡା ରହିବ ତେବେ ଆଉ କେଶ ଝଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା କ’ଣ ପିଇବା ଦ୍ୱାରା ପେଟ ଥଣ୍ଡା ରହିବ ଓ କ’ଣ ପିଇଲେ ଶରୀରକୁ ପ୍ରୋଟିନ୍ ମିଳିବ।

ଦୈନିକ ମିଲ୍କ ସେକ୍ ପିଇଲେ ଶରୀରକୁ ଉପଯୁକ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ।ତେବେ ଏହାକୁ ପ୍ରସ୍ତୁତ କରୁଥିବା ସମୟରେ ଏଥିରେ କାଜୁ ବାଦାମ ପକାଇବାକୁ ଭୁଲିବେ ନାହିଁ।

ରାତିରେ କ୍ଷୀରରେ ହଳଦୀ ମିଶାଇ ପିଇଲେ ଥଣ୍ଡା କମ ହେବା ସହ ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ମଧ୍ୟ ମିଳିଥାଏ। ଏହା ଅନେକ ରୋଗର ଉପଚାର କରିବା ସହ କେଶକୁ ମଧ୍ୟ ସୁନ୍ଦର କରିଥାଏ।

drink

ପେଟ ଥଣ୍ଡା କରିବା ପାଇଁ ସକାଳୁ ଖାଲି ପେଟରେ ପଇଡ଼ ପାଣି ପିଅନ୍ତୁ। ନାଳି ହୋଇନଥିବା ଖାଲି ପଇଡ଼ର ପାଣି ପେଟ ପାଇଁ ବେଶି ଭଲ ହୋଇଥାଏ। ଏହା ଛର୍ମ ସହ କେଶ ପାଇଁ ମଧ୍ୟ ଖୁବ ଭଲ।

ଭୂଷି, ମିସିର ତାରିରେ ଭିଜାଇ ସକାଳକୁ ପିଅନ୍ତୁ। ଏହାକୁ ପିଇଲେ ମଧ୍ୟ ପେଟ ଥଣ୍ଡା ହୋଇଥାଏ। ଆପଣଙ୍କର ଯଦି ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ଅଛି ତେବେ ଏହା ଖୁବ୍ ଭଲ।

ଖାଇ ସାରିବା ପରେ ଘୋଳ ହଦି ପିଅନ୍ତୁ। ଦହି ପିଇବା ଦ୍ୱାରା ପେଟ ଥଣ୍ଡା ହେବା ବ୍ୟତୀତ ଉତ୍ତମ ହଜମ ମଧ୍ୟ ହୋଇଥାଏ। ଶରୀରର ଅତିରିକ୍ତ ଚର୍ବିକୁ କମ୍ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button