ଦେଶ- ବିଦେଶ

ଛଡ଼ାଇବାକୁ ଚାହୁଁଛନ୍ତି କି ଟାଇଲସ୍ ରେ ଲାଗିଥିବା ଦାଗ, ତେବେ ଏହି ସହଜ ଉପାୟ ଆପଣଙ୍କୁ ନିଶ୍ଚୟ କରିବ ସାହାଯ୍ୟ

ସମସ୍ତେ ଚାହାନ୍ତି ନିଜ ଘରକୁ ସୁନ୍ଦର କରି ସଜେଇବା ପାଇଁ ଯାହ ଫଳରେ ଘର ବହୁତ ସୁନ୍ଦର ଦେଖାଯିବ। ଏଥିପାଇଁ ଲୋକମାନେ ନିଜ ଘରେ ଟାଇଲସ୍ ଲଗାଇବାକୁ ମଧ୍ୟ ପସନ୍ଦ କରୁଛନ୍ତି। ଟାଇଲସର ଚମକ ଘରକୁ ଆକର୍ଷଣ ବଢ଼ାଇବା କାମ କରିଥାଏ। କିନ୍ତୁ ଯେତେବେଳେ ଏହି ଟାଇଲସରେ ଦାଗ ଲାଗିଗଲେ, ଜଙ୍ଗ୍ ଲାଗିଯାଇଥିଲେ କିମ୍ବା ସିଲିଣ୍ଡର ବା ଅନ୍ୟ କୌଣସି କାରଣରୁ ହୋଇଥିଲେ ଏହି ଦାଗକୁ ଛଡାଇବା ବହୁତ ମୁସକିଲ ହୋଇଯାଇଥାଏ। ଆପଣଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଖାସ୍ ଉପାୟ ଜଣାଇବୁ ଯାହା ସାହାଯ୍ୟରେ ଆପଣ ଟାଇଲସରେ ଲାଗିଥିବା ଦାଗକୁ ସହଜରେ ବାହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

brushଟୁଥପେଷ୍ଟ

ଟୁଥପେଷ୍ଟକୁ ଦାଗ ଉପରେ ଲଗାନ୍ତୁ ଏବଂ ବ୍ରଶରେ ଗୋଲ ଗୋଲ କରି ରଗଡନ୍ତୁ। ଏହାପରେ ଟାଇଲସକୁ ହାଲୁକା ପାଣି କିମ୍ବା ସାବୁନରେ ସଫା କରିଦିଅନ୍ତୁ।

ଭିନେଗାର

ଭିନେଗାରରେ ଏସିଡ୍ ରହିଥାଏ ସେଥିପାଇଁ ଏହାଦ୍ୱାରା ଦାଗ ସହଜରେ ସଫା ହୋଇଯିବ। ଭିନେଗାରକୁଦାଗ ଉପରେ ପକାଇ କିଛି ସମୟ ପରେ ସଫା କରିଦିଅନ୍ତୁ।

 

କେରୋସିନ୍‌

କେରୋସିନରେ ଦାଗ ଛଡାଇବା କାମ ଭିନେଗାର ଠାରୁ ଅଧିକ ଥାଏ। କେରୋସିନକୁ ଯେତେବେଳେ ଦାଗ ଉପରେ ପକାଉଛନ୍ତି ସେତେବେଳେ ଧ୍ୟାନ ଦିଅନ୍ତୁ ଏହାକୁ ଯେପରି ୧୦ ମିନିଟରୁ ଅଧିକ ରଖିବେ ନାହିଁ, ନଚେତ ଏହାଦ୍ୱାରା ଗନ୍ଧ ହୋଇଥାଏ।

lemonଲେମ୍ବୁ ରସ

ଟାଇଲ ଉପରେ ଲେମ୍ବୁ ରସ ଚିପୁଡି ତାହାକୁ ୧୦ ମିନିଟ ପରେ ଟୁଥ ବ୍ରଶରେ ରଗଡି ସଫା କରନ୍ତୁ। ଏହାଦ୍ୱାରା ସିଲିଣ୍ଡରର ଦାଗ ତୁରନ୍ତ ସଫା ହୋଇଯିବ।

କଟା ଟମାଟୋ

କଟା ଟମାଟୋକୁ ଦାଗ ଉପରେ ରଗଡନ୍ତୁ ଏବଂ ଏହାପରେ ବିଟ ଲୁଣ ପକାଇ ବ୍ରଶ ସାହାଯ୍ୟରେ ଗୋଲ ଗୋଲ କରି ସଫା କରନ୍ତୁ।

ବ୍ଲିଚ୍‌

ଦାଗ ହୋଇଥିବା ସ୍ଥାନରେ ବ୍ଲିଚ ପକାଇ ୧୫ ମିନିଟ ପରେ ଅଳ୍ପ ପାଣି ପକାଇ ବ୍ରଶ ସାହାଯ୍ୟରେ ଦାଗକୁ ସଫା କରିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button