ଜ୍ୟୋତିଷ

ଜାତକରେ ଗୁରୁର ଅଶୁଭ ସ୍ଥିତି କରିଥାଏ ସମସ୍ୟା, ଏହି ଉପାୟ ଦ୍ୱାରା ଦୂର କରନ୍ତୁ ଗ୍ରହ ଦୋଷ

ଜାତକରେ ଥିବା ସମସ୍ତ ଗ୍ରହଙ୍କର ନିଜର ଖାସ୍ ମହତ୍ତ୍ୱ ରହିଛି। ଜୀବନରେ ଘଟୁଥିବା ଶୁଭ ଅଶୁଭ ଘଟଣାର ସମ୍ବନ୍ଧ ଜାତକରେ ଥିବା ଗ୍ରହ ମାନଙ୍କ ପାଇଁ ମଧ୍ୟ ହୋଇଥାଏ। ସପ୍ତାହର ସବୁଦିନର ସମ୍ବନ୍ଧ କୌଣସି ନା କୌଣସି ଗ୍ରହ ସାଥିରେ ଥାଏ। ଆଜି ଗୁରୁବାର ଏବଂ ଆଜିର ଦିନକୁ ବୃହଷ୍ପତି ଗ୍ରହ ସହିତ ଯୋଡି ହୋଇ ରହିଥାଏ। ଯଦି ଆପଣଙ୍କ ଜାତକରେ ଗୁରୁର ସ୍ଥିତି ଅଶୁଭ ରହିଥାଏ ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବୁ ଯାହାସାହାଯ୍ୟରେ ଆପଣଙ୍କୁ ବୃହଷ୍ପତିତିଙ୍କ କୃପା ଲାଭ କରିବେ ଏବଂ ସମସ୍ତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

-ଗୁରୁଙ୍କୁ ହଳଦିଆ ରଙ୍ଗ ବହୁତ ପସନ୍ଦ। ଏହି କାରଣରୁ ତାଙ୍କ ପୂଜାରେ ହଳଦିର ପ୍ରୟୋଗ ବିଶେଷ ରୂପରେ କରାଯାଇଥାଏ। ବୃହଷ୍ପତିରେ ଶୁଭ ପ୍ରାପ୍ତି ପାଇଁ କଦଳୀ ଗଛର ମୂଳ କିମ୍ବା ହଳଦି ଖଣ୍ଡକୁ ହଳଦିଆ କପଡାରେ ବେକରେ ପିନ୍ଧନ୍ତୁ।

brihaspati-upay-ଜାତକରେ ଗୁରୁଙ୍କୁ ଶୁଭ କରିବା ପାଇଁ ଗୁରୁବାର ହଳଦିଆ ଡାଲି, ହଳଦିଆ ବସ୍ତ୍ର, ବେସନ ଲଡୁ ଆଦି କୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତୁ ଏବଂ କଦଳୀ ବୃକ୍ଷରେ ଜଳ ଅର୍ପଣ କରନ୍ତୁ।

-ଗୁରୁବାର ଦିନ ‘ଓଁ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ର ଜପ କରନ୍ତୁ। ହଳଦିଆ ରଙ୍ଗର ଫଳକୁ ଭୋଗ ଲଗାନ୍ତୁ।

-ଆର୍ଥିକ କଷ୍ଟକୁ ଦୂର କରିବା ପାଇଁ ବୃହଷ୍ପତିବାର ଦିନ ବିଷ୍ଣୁସହସ୍ରନାମ ପାଠ କରନ୍ତୁ।

-ଗୁରୁବାର ଦିନ ଭଗବାନଙ୍କ ପୂଜା ପରେ ହଳଦିର ତିଳକ ଲଗାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button