ଆବଶ୍ୟକ ସାମଗ୍ରୀ : – ୨ଟି ମଧ୍ୟମ ଧରଣର ଚୋପା ଛଡା କଟା ହୋଇଥିବା ସିଝା ଆଳୁ – ୧ଟି ଗୁଣ୍ଡ କଟା ପିଆଜ – ୧ଟି କଞ୍ଚା ଲଙ୍କା – କିଛି କଟା ଧନିଆ ପତ୍ର – ୪ ଚାମଚ ତେନ୍ତୁଳି ଚଟ୍ନୀ – ୨ ଚାମଚ ଗରମ ପୋଦନା ଚଟଣୀ – ୧ ଟି ଲେମ୍ବୁ – ୧ ବିଡ଼ା ପିଆଜ ପତ୍ର – କିଛି ଚାଟ୍ ମସଲା – ସ୍ୱାଦ ଅନୁସାରେ ଲୁଣ ୧- ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ସିଝା ହୋଇଥିବା ଆଳୁକୁ ଟିକେ ଅଧିକ ତେଲରେ ଗୋଲ୍ଡେନ୍ କଲର ହେବା ଯାଏ ଭଲ ଭାବେ ଫ୍ରାଏ କରନ୍ତୁ । ଫ୍ରାଏ ହୋଇଗଲା ପରେ ଆଳୁକୁ ଗୋଟିଏ ପାତ୍ରକୁ କାଢ଼ି ଦିଅନ୍ତୁ ଓ ପ୍ୟାନ୍ରେ ଥିବା ଅଧିକ ତେଲକୁ ଅଲଗା କରି ଦିଅନ୍ତୁ । ୨- ଏବେ ପାତ୍ରରେ ଥିବା ଫ୍ରାଏଡ୍ ଆଳୁରେ କଟା ହୋଇଥିବା ଗୁଣ୍ଡ ପିଆଜ, କଞ୍ଚା ଲଙ୍କା ଓ ଧନିଆ ପତ୍ର ମିଶାଇ ଦିଅନ୍ତୁ । ତା’ ଉପରେ ତେନ୍ତୁଳି ଓ ପୋଦନା ଚଟଣୀ ମିଶାଇ ଦିଅନ୍ତୁ । ୩- ଏବେ ତା’ ଉପରେ କିଛି ଲେମ୍ବୁ ରସ ଚିପୁଡି ଦିଅନ୍ତୁ ଓ ଏବେ ଚାଟ୍ ମସଲା, ପିଆଜ ପତ୍ର ଓ ଲୁଣ ଦେଇ ଭଲ ଭାବରେ ଗୋଳାଇ ନିଅନ୍ତୁ । ୪- ଏବେ ଗରମ ଗରମ ପରସନ୍ତୁ ।