ଦେଶ- ବିଦେଶ

ପିଲାଙ୍କୁ ସକାଳୁ ଶୀଘ୍ର ଉଠାଇବା ପାଇଁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ଛୋଟ ପିଲାଙ୍କ ମଜାମସ୍ତିରେ ଘର ପୂରି ଉଠେ। ରାତି ଅଧ ଯାଏଁ ଛୁଆମାନେ ଘରେ ପାଟିତୁଣ୍ଡ କରି ସକାଳେ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି। ଫଳରେ ମା’ମାନେ ମଧ୍ୟ ଆଉ କିଛି କାମ କରିପାରିନଥାନ୍ତି। ଛୁଆ ଡେରିରେ ଉଠିବା ପରେ ପୁଣି ତାଙ୍କ ଖେଳକୁଦରେ ଘର ଫାଟିିପଡ଼େ। ପିଲାଙ୍କ ଜଞ୍ଜାଳ ଯୋଗୁ ବେଳେ ବେଳେ ମା’ମାନେ ବିରକ୍ତ ହୋଇଯାଇଥାନ୍ତି। ଯାହା ଫଳରେ ପିଲାଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଆପଣ ମଧ୍ୟ ଯଦି ଏଭଳି ପରସ୍ଥିିତି ଦେଇ ଗତି କରୁଛନ୍ତି ତେବେ ସକାଳୁ ପିଲାଙ୍କୁ ଶୀଘ୍ର ଉଠାଇ ଆଗ ସେମାନଙ୍କ କାମ ସାରିଦିଅନ୍ତୁ। ଆସନ୍ତୁ ଜାଣିବା ପିଲାଙ୍କୁ ସକାଳୁ ଉଠାଇବାର କେତେକ ସହଜ ଉପାୟ…

 

ପିଲାଙ୍କୁ ସ୍ନେହରେ ଉଠାନ୍ତୁ:

ଯଦି ଆପଣଙ୍କ ଛୁଆ ସକାଳୁ ଡେରିରେ ଉଠୁଛି ତେବେ ପ୍ରଥମେ ତାଙ୍କୁ ସ୍ନେହରେ ଡାକନ୍ତୁ। ଧୀରେ ଧୀରେ ତାକୁ ଆଉଁଶି ଆଉଁଶି ଉଠାନ୍ତୁ। ଏଭଳି ଡାକିଲେ ପିଲା ନ ଉଠିଲେ ମଧ୍ୟ ତା ନିଦ ଭାଙ୍ଗିବ ଫଳରେ ଉଠିବା ପରେ ଆଉ ସେ ଚିଡ୍‌ଚିଡ୍‌ ହେବ ନାହିଁ।

ବେଡ୍‌ରେ ଶୋଇବା ବେଳେ କଥା ହୁଅନ୍ତୁ:

ବେଳେ ବେଳେ ପିଲାମାନେ ଉଠିଯାଇଥିଲେ ମଧ୍ୟ ଶେଯ ଛାଡ଼ିବାକୁ ଇଚ୍ଛା କରିନଥାନ୍ତି। ସକାଳୁ ଉଠିବା ପାଇଁ ସେମାନେ ନାରାଜ ହୋଇଥାନ୍ତି। ଏଭଳିସ୍ଥିତିରେ ଆପଣ ପିଲାଙ୍କ ସହ ତାଙ୍କ ମନପସନ୍ଦ ଟପିକ୍‌ରେ କଥା ହୁଅନ୍ତୁ। ଏହା ଦ୍ୱାରା ସେମାନେ ଆକ୍ଟିଭ୍‌ ଅନୁଭବ କରି ଉଠିଯିବେ।

ମନ ପସନ୍ଦ ମ୍ୟୁଜିକ୍‌ ଶୁଣାନ୍ତୁ:

ପିଲାଙ୍କୁ ଜିଙ୍ଗ୍‌ଲ୍ସ ଓ ମସ୍ତିଭରା ମ୍ୟୁଜିକ୍‌ ଖୁବ୍‌ ପସନ୍ଦ ଆସିଥାଏ। ବେଳେ ବେଳେ ସେମାନେ ବାପା ମା’ଙ୍କ କଥା ଅପେକ୍ଷା ମ୍ୟୁଜିକ୍‌ ଶୁଣି ଅଧିକ ଆକ୍ଟିଭ୍‌ ହୋଇଥାନ୍ତି। ଏଣୁ ସକାଳେ ପିଲା ଉଠିବାକୁ ନାରାଜ ହେଉଥିଲେ ତାକୁ ମ୍ୟୁଜିକ୍‌ ଶୁଣାନ୍ତୁ। ଏହା ଦ୍ୱାରା ପିଲା ଆରାମରେ ଉଠିଯିବ।

ପିଲାଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରନ୍ତୁ:

ଯଦି ଆପଣଙ୍କ ଛୁଆକୁ ଖାଦ୍ୟ ଖୁବ୍‌ ପସନ୍ଦ ତେବେ ଶେଯରୁ ଉଠାଇବା ପାଇଁ ଆପଣ ଏହାର ମଧ୍ୟ ସାହାଯ୍ୟ ନେଇପାରିବେ। ଛୁଆର ମନ ପସନ୍ଦର ଖାଦ୍ୟ କିମ୍ବା କୁକିଜ୍‌ ପ୍ରସ୍ତୁତ କରି ବାରମ୍ବାର ତାକୁ ସେ ବିଷୟରେ କୁହନ୍ତୁ। ନିଜ ଫେଭରାଇଟ୍‌ ଖାଦ୍ୟ ନାଁ ଶୁଣି ସେ ଶୀଘ୍ର ଉଠିଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button