ଦେଶ- ବିଦେଶ

ମୋଦୀଙ୍କ ‘ଯେଉଁମାନଙ୍କର ଅଧିକ ସନ୍ତାନ ଅଛି’ ଟିପ୍ପଣୀକୁ କଂଗ୍ରେସର କଡ଼ା ସମାଲୋଚନା – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସମ୍ପତ୍ତିକୁ ଅଧିକ ସନ୍ତାନ ଥିବା ଲୋକଙ୍କ ମଧ୍ୟରେ ବାଣ୍ଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଟିପ୍ପଣୀକୁ ବିରୋଧୀମାନେ କଡ଼ା ସମାଲୋଚନା କରିଛନ୍ତି। ରାଜସ୍ଥାନର ବଂଶଓ୍ଵାଡ଼ାରେ ମୋଦୀ ଏକ ରାଲିରେ ଉଦବୋଧନ ଦେଇ କଂଗ୍ରେସର ସମ୍ପତ୍ତି ପୁନଃବଣ୍ଟନ ସର୍ଭେ ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ଦେଶର ସମ୍ପତ୍ତିକୁ ଅନୁପ୍ରବେଶକାରୀ ଏବଂ ଅଧିକ ସନ୍ତାନ ଥିବା ଲୋକଙ୍କୁ ବଣ୍ଟନ କରିବ। ମୋଦୀଙ୍କ ଏହି ଟିପ୍ପଣୀର କଡ଼ା ଜବାବ ଦେଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦୀ ମିଛ କହୁଛନ୍ତି ଏବଂ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି ବୋଲି କଂଗ୍ରେସ କହିଛି। ଦଳ ପ୍ରଧାନମନ୍ତ୍ରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କ ଇସ୍ତାହାରରେ ଏଭଳି କୌଣସି ପ୍ରତିଶ୍ରୁତି ନାହିଁ ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button