ଜ୍ୟୋତିଷ

ଘରେ ହୋଇଛି କି ବୁଢ଼ିଆଣୀ ବସା? ଭୋଗିପାରନ୍ତି ଏହି କଷ୍ଟ

ବୁଢ଼ିଆଣୀ ଆର୍‌ଥ୍ରୋପୋଡା ପ୍ରଜାତିର ଏକ କୀଟ ଅଟେ। ଏହାର ଶରୀର ଦୁଇଭାଗରେ ବିଭକ୍ତ। ଗୋଟିଏ ମୁଣ୍ଡ ଏବଂ ଅନ୍ୟଟି ପେଟ। ଏ ପଯ୍ୟର୍ନ୍ତ ସୁଦ୍ଧା ବିଶ୍ୱରେ ପାଖାପାଖି ୪୦,୦୦୦ ପ୍ରଜାତିର ବୁଢ଼ିଆଣୀ ମିଳିସାରିଛନ୍ତି। ଏମାନଙ୍କ ପେଟରେ କୌଣସି ସଂଯୁକ୍ତ ଅଙ୍ଗ ନ ଥାଏ। ଏଥିରୁ ଏକପ୍ରକାର ଚିପ୍‌ଚିପା ତରଳ ପଦାର୍ଥ ବାହାରିଥାଏ, ଯଦ୍ଦ୍ଵାରା ଏହା ଜାଲ ବୁଣିଥାଏ। ମୁଣ୍ଡ ପାଖେ ୪ ଯୋଡ଼ା ଗୋଡ଼ ଲାଗିରହିଥାଏ। ଏମାନେ ମାଂସାହାରୀ ହୋଇଥାଆନ୍ତି। ଜାଲରେ କୀଟପତଙ୍ଗକୁ ଫସାଇ ଭକ୍ଷଣ କରନ୍ତି।

ତେବେ କେତେଜଣଙ୍କ ଘରେ ବୁଢ଼ିଆଣୀ ବସା ଦେଖିବାକୁ ମିଳିଥାଏ, ଯାହାକି ଘରକୁ ଅସୁନ୍ଦର କରିଦେଇଥାଏ। ଏପରି କି, ଏମାନେ ଅନେକ ପ୍ରକାର କ୍ଷତି ପହଞ୍ଚାଇ ଥାଆନ୍ତି। ଫଳରେ ଲୋକଙ୍କୁ ସମସ୍ୟା ସହିତ ନାନା ରୋଗର ସାମ୍ନା କରିବାକୁ ପଡ଼ିଥାଏ।

ଯେଉଁ ଲୋକ ନିଜ ଘରର ଉନ୍ନତି କରିବାକୁ ଚାହାଁନ୍ତି, ସେମାନେ କେବେ ବି ଘରେ ବଢ଼ିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ। ଯେଉଁମାନଙ୍କ ଘରେ ଏହା ଦେଖିବାକୁ ମିଳିଥାଏ, ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ବିବାଦ ଲାଗିରହିଥାଏ। ଝଗଡ଼ା କେବେ ବି ପିଛା ଛାଡ଼େନାହିଁ। ଘର ଲୋକ ରୋଗରେ ପଡ଼ନ୍ତି। ତେଣୁ ଯଦି କେବେ ଆପଣଙ୍କ ଘରେ ବୁଢ଼ିଆଣୀ ବସା କରେ, ତା’ହେଲେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button