ଦେଶ- ବିଦେଶ

ଲେବାନନ ଆକାଶରୁ ଇସ୍ରାଏଲର ବୋମା ବର୍ଷା; ହିଜବୁଲ୍ଲାର ୧୦୦୦ ରକେଟ୍ ଲଞ୍ଚର ନଷ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ୍ ଉପରେ ଇସ୍ରାଏଲର ଏୟାର ଷ୍ଟାଇକ୍ । ହିଜବୁଲ୍ଲା ସଂଗଠନ ଠିକଣାରେ ଜୋରଦାର ପ୍ରହାର କରିଛି ଆଇଡିଏଫ । ହିଜ୍ବୁଲ୍ଲା ନେତା ସୟଦ ହସନ୍ ନସ୍ରଲ୍ଲାହ ଟିଭିରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବା ବେଳେ ରାଜଧାନୀ ବିରୁଟ୍ ଉପରେ ଇସ୍ରାଏଲ୍ ସେନାର ଯୁଦ୍ଧ ବିମାନ ଉଡ଼ାଣ ଭରିଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଆକାଶ ମାର୍ଗରୁ ବୋମା ମାଡ଼ କରିଥିଲା ।

ପେଜର୍ ଓ ୱାକିଟକି ବିସ୍ଫୋରଣ ପରେ ଆତଙ୍କ ମଧ୍ୟରେ ବଞ୍ଚୁଥିବା ଲେବାନନ୍ବାସୀ ଆଜି ଏୟାର ଷ୍ଟ୍ରାଇକ୍ରେ ଆହୁରି ଭୟଭୀତ ହୋଇପଡ଼ିଛନ୍ତି । ଇସ୍ରାଏଲ ସେନା ହିଜବୁଲ୍ଲାର ପ୍ରାୟ ହଜାରେ ରକେଟ୍ ଲଞ୍ଚର ବ୍ୟାରେଲ କୁ ନଷ୍ଟ କରି ଦେଇଛନ୍ତି । ଏହାକୁ ଇସ୍ରାଏଲ ଉପରେ ପ୍ରୟୋଗ କରିବ ବୋଲି ହିଜବୁଲ୍ଲା ଆତଙ୍କୀ ସଂଗଠନ ରଖିଥିଲା । ଇସ୍ରାଏଲ ବାୟୁସେନା ଏକ ହଜାର ବ୍ୟାରେଲ ଥିବା ଶହେ ରକେଟ୍ ଲଞ୍ଚରକୁ ଟାର୍ଗେଟ୍ କରି ଧ୍ବଂସ କରି ଦେଇଛି ।

ଏଭଳି ସ୍ଥିତିରେ ଇସ୍ରାଏଲ୍ର ଉତ୍ତର ଓ ଲେବାନନ୍ର ଦକ୍ଷିଣ ଭାଗ ଅଶାନ୍ତ ହୋଇପଡ଼ିଛି । ହିଜ୍ବୁଲ୍ଲା ମୁଖ୍ୟ ନସ୍ରଲ୍ଲାହ ଆଜି ଟିଭି ବିବୃତିରେ ଇସ୍ରାଏଲ୍ର ପେଜର୍ ଓ ୱାକିଟକି ବିସ୍ଫୋରଣକୁ କଡ଼ା ନିନ୍ଦା କରିଥିଲେ । କହିଥିଲେ, ଏହି ଆକ୍ରମଣରେ ଆମେ ଭୟଭୀତ ହେବୁନାହିଁ । ଗାଜା ଉପରେ ଯେ ପର୍ଯ୍ୟନ୍ତ ଇସ୍ରାଏଲ୍ର ଆକ୍ରମଣ ଜାରି ରହିଥିବ, ସେ ପର୍ଯ୍ୟନ୍ତ ଇସ୍ରାଏଲ୍ର ଉତ୍ତର ଭାଗ ଶାନ୍ତ ପଡ଼ିବ ନାହିଁ । ଏଠାରେ ଆକ୍ରମଣ ଜାରି ରହିବ । ଇସ୍ରାଏଲ୍ର ପେଜର୍ ଓ ୱାକିଟକି ଆକ୍ରମଣ ଯୋଗୁ ଆମେ ସୁରକ୍ଷା ଓ ମାନବୀୟ ଦୃଷ୍ଟିକୋଣରୁ କ୍ଷତିର ସମ୍ମୁଖୀନ ହୋଇଛୁ । ଲେବାନନ୍ର ଇତିହାସରେ ଏହା ସାଙ୍ଘାତିକ ଘଟଣା । ଶତ୍ରୁପକ୍ଷ ଆମ ଉପରେ ହମଲା କଲେ ଆସନ୍ତାକାଲି ଆମେ ସେମାନଙ୍କୁ କଡ଼ା ଜବାବ ଦେବୁ ବୋଲି କହିଥିଲେ ହିଜବୁଲ୍ଲା ମୁଖ୍ୟ ।

ନସ୍ରୁଲ୍ଲାହ ଏଭଳି ବୟାନ ଦେବା କ୍ଷଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପୂର୍ବକ ଇସ୍ରାଏଲ୍ର ବାୟୁସେନା ଲେବାନନ୍ ଆକାଶ ସୀମା ଡେଇଁ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ କେତେ ଲୋକ ମୃତାହତ ହୋଇଛନ୍ତି ତାହା ଜଣାପଡ଼ି ନାହିଁ । ଏୟାର ଷ୍ଟ୍ରାଇକ୍ ଖବରକୁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସେସ୍ ସ୍ୱୀକାର କରିଛି । କହିଛି ହିଜ୍ବୁଲ୍ଲାର ଆତଙ୍କବାଦୀ ସାମର୍ଥ୍ୟ ଓ ଭିତ୍ତିଭୂମିକୁ ଧୂଳିସାତ୍ କରିଦେବା ପାଇଁ ଆମେ ନୂଆ ଆକ୍ରମଣ କରିଛୁ । ଲେବାନନରେ ପେଜର ଓ୍ବାକିଟକି ଆଟାକରେ ପ୍ରାୟ ୩୫ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫୦୦ ଅଧିକ ଲୋକ ଏହି ଆକ୍ରମଣରେ ଗୁରୁତର ଭାବେ ହୋଇଛନ୍ତି । ପେଜର ହମଲା ଯୁଦ୍ଧରେ ଏକ ନୂତନ ଯୁଦ୍ଧାସ୍ତ୍ରା । ଏହାକୁ ଇସ୍ରାଏଲ ସେନା ବ୍ୟବହାର କରୁଛି ଏବଂ ଆତଙ୍କୀ ଠିକଣାରେ ବ୍ଲାଷ୍ଟ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button