ମନୋରଞ୍ଜନ

ପ୍ରତିଦିନ ସେହି ଖାଦ୍ୟ ଖାଇ ଖାଇ ବୋର୍ ହୋଇଗଲେଣି ନା, ଆଜି ହିଁ ବନାନ୍ତୁ ‘ପାଳଙ୍ଗ ମସ୍‌ରୁମ ମଖାନୀ’

ମସ୍‌ରୁମ୍ ଖାଇବାକୁ କିଏ ବା ଭଲ ନ ପାଏ। ଯଦି ଆପଣ ମସ୍‌ରୁମପ୍ରିୟ, ତା’ହେଲେ ଏଥିରୁ ପ୍ରସ୍ତୁତ ଅନେକ ରେସିପି ନିଶ୍ଚୟ ଖାଇଥିବେ। କିନ୍ତୁ କେବେ ଖାଇଛନ୍ତି କି ପାଳଙ୍ଗ ମସ୍‌ରୁମ। ହଁ, ଆଜି ଆମେ ଆପଣଙ୍କୁ ପାଳଙ୍ଗ ସହ ମସ୍‌ରୁମ୍ ମିଶାଇ ଏକ ଭିନ୍ନ ପ୍ରକାର ରେସିପି ବିଷୟରେ କହିବାକୁ ଯାଉଛୁ, ଯାହାର ନାଁ ‘ପାଳଙ୍ଗ ମସ୍‌ରୁମ ମଖାନୀ’। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ

-ପାଳଙ୍ଗ ୨୦୦ ଗ୍ରାମ

-ମସ୍‌ରୁମ ୨୦ଟି

-ପିଆଜ ଗୋଟିଏ

-ଟମାଟୋ ପ୍ୟୁରୀ ୨ ଚାମଚ

-ରସୁଣ ୫ଟି

-ଜିରା ୧/୨ ଚାମଚ

-କଞ୍ଚା ଲଙ୍କା ୨ଟି

-ଲଙ୍କା ଗୁଣ୍ଡ ୧ ଚାମଚ

-ଗରମ ମସଲା ୧ ଚାମଚ

-ତାଜା କ୍ରିମ୍ ୨ ଚାମଚ

-ବଟର ୧ ଚାମଚ

-ଲୁଣ ସ୍ୱାଦ ଅନୁସାରେ

palang

ପ୍ରସ୍ତୁତି ପ୍ରଣାଳୀ

ପାଣିରେ ପାଳଙ୍ଗକୁ ୫ ମିନିଟ୍ ପାଇଁ ସିଝାଇ ଦିଅନ୍ତୁ ଏବଂ ଏହାର ଛାଣି ଥଣ୍ଡା ପାଣିରେ ପକାନ୍ତୁ। କିଛି ସମୟ ପରେ ଏହାକୁ ମିକ୍ସିରେ ପେସି ଦିଅନ୍ତୁ। ଏବେ ପ୍ୟାନ୍ ଗରମ କରି ସେଥିରେ ବଟର ପକାନ୍ତୁ। ଏହା ଗରମ ହୋଇଗଲେ, ଜିରା, କଟା ହୋଇଥିବା କଞ୍ଚା ଲଙ୍କା ଏବଂ ଲଙ୍କା ଗୁଣ୍ଡ ପକାନ୍ତୁ। ଏବେ ପ୍ୟାନ୍‌ରେ କଟା ପିଆଜ ପକାଇ ଭାଜନ୍ତୁ। ପୁଣି ରସୁଣ ପକାଇ ୨ ମିନିଟ୍ ଯାଏ ଭାଜନ୍ତୁ। ଶେଷରେ ପ୍ୟାନ୍‌ରେ କଟା ମସ୍‌ରୁମ ପକାଇ ଦିଅନ୍ତୁ।

ଯେତେବେଳେ ମସ୍‌ରୁମ ନିଜ ରସ ଛାଡ଼ିବାକୁ ଲାଗିବ, ସେତେବେଳେ ଟମାଟୋ ପ୍ୟୁରୀ ପକାଇ ଲୁଣ ଛିଞ୍ଚି ଦିଅନ୍ତୁ। ୨-୩ ମିନିଟ୍ ପରେ ସେଥିରେ ପାଳଙ୍ଗ ପେଷ୍ଟ ଏବଂ ଗରମ ମସଲା ପକାଇ ଭାଜନ୍ତୁ। ଏବେ ପ୍ୟାନ୍ କଭର୍ ଦେଇ ଧିମା ଆଞ୍ଚରେ ୬-୭ ମିନିଟ୍ ଯାଏ ଛାଡ଼ି ଦିଅନ୍ତୁ। ତରକାରୀ ପ୍ରସ୍ତୁତ ହୋଇଗଲେ ସେଥିରେ କ୍ରିମ୍ ପକାଇ ଘାଣ୍ଟି ଦିଅନ୍ତୁ। ଏବେ ଆପଣଙ୍କ ପାଳଙ୍ଗ ମସ୍‌ରୁମ ମଖାନୀ ପ୍ରସ୍ତୁତ ହୋଇଗଲା। ଧନିଆ ପତ୍ର ପକାଇ ଏହାକୁ ଗରମ ଗରମ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button