ଦେଶ- ବିଦେଶ

ନିୟମିତ କରନ୍ତୁ ଏହି ୩ଟି ଯୋଗାଭ୍ୟାସ, ଜୀବନ ସାରା ଦେଖାଦେବନି ହୃଦ୍‌ରୋଗ

ହାର୍ଟ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆଜିକାଲି ଅନେକ ଲୋକ ହୃଦ୍‌ ସମ୍ବନ୍ଧୀୟ ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି। ଖାଦ୍ୟପେୟ ପ୍ରତି ଯେତେ ଧ୍ୟାନ ଦେଲେ ମଧ୍ୟ ହାର୍ଟ ସୁସ୍ଥ ରହିବା ପରିବର୍ତ୍ତେ ଅଧିକ ଖରାପ ହେଉଛି। ବାହାରର ଖାଇବା ପିଇବା ସହ ନିୟମିତ ବ୍ୟାୟାମ ଅଭାବରୁ ଧୀରେ ଧୀରେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେବାରେ ଲାଗିଛି। ଏଭଳିସ୍ଥିତିରେ ଯଦି ସବୁଦିନ ପାଇଁ ଆପଣ ହୃଦ୍‌ ସମ୍ବନ୍ଧୀୟ ରୋଗକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ନିୟମିତ ଯୋଗାସନ ଅଭ୍ୟାସ କରନ୍ତୁ। ପ୍ରତିଦିନ ଯୋଗ କରିବା ଦ୍ୱାରା ଶ୍ୱାସକ୍ରିୟା ଠିକ୍‌ ଭାବେ ହେବା ସହ ହୃଦୟ ମଧ୍ୟ ସୁସ୍ଥ ରହିଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ଯୋଗ କରିବା ଦ୍ୱାରା ଦୂର ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଯୋଗ ହୃଦୟକୁ ସୁସ୍ଥ ରଖିଥାଏ:

ଶବାସନ:

ଶବାସନ କରିବା ପାଇଁ ପ୍ରଥମେ ଭୂମିରେ ଏକ ଚଟେଇ ବିଛାନ୍ତୁ। ଏବେ ଚିତ୍‌ ହୋଇ ସିଧା ଶୋଇଯାଆନ୍ତୁ,ଯେମିତି ଗୋଡ଼ ଦୁଇଟି ମଧ୍ୟରେ ୧ ଫୁଟ ଦୂରତା ରହିବ। ଏବେ ଆଖି ବନ୍ଦ କରି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ। ଏଭଳି ୧୦ ମିନିଟ୍‌ କରନ୍ତୁ। ପ୍ରତିଦିନ ଏହି ଆସନ କରିବା ଦ୍ୱାରା ହୃଦ୍‌ ସମ୍ବନ୍ଧୀୟ ରୋଗ ହୋଇନଥାଏ।

ତ୍ରିକୋଣାସନ:

ତ୍ରିକୋଣାସନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏହି ଆସନ କଲେ ଓଜନ ମଧ୍ୟ ହ୍ରାସ ପାଏ। ମୋଟା ଲୋକଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ହୋଇଥାଏ। ଏହି ଆସନ କରିବା ପାଇଁ ପ୍ରଥମେ ଗୋଡ଼କୁ ଦୁଇ ପଟକୁ ଦୂରେଇ ସିଧା ଠିଆ ହୁଅନ୍ତୁ। ଏବେ ବାମପଟକୁ ନଇଁପଡ଼ି ବାମ ହାତକୁ ବାମ ପାଦ ସହ ସ୍ପର୍ଶ କରନ୍ତୁ। ଏହି ଅବସ୍ଥାରେ ୨ ମିନିଟ୍‌ ରହିବା ପରେ ଡାହାଣ ପଟେ ମଧ୍ୟ ସେହିଭଳି କରନ୍ତୁ। ଉଭୟ ପଟେ ୫ ଥର ଲେଖାଏଁ ତ୍ରିକୋଣାସନ କରିବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍‌ ହୋଇଥାଏ।

ପବନମୁକ୍ତାସନ:

ପେଟର ସମସ୍ତ ସମସ୍ୟା ଦୂର କରିବାରେ ପବନମୁକ୍ତାସନ ସାହାଯ୍ୟ କରେ। ଏଥିସହ ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଆପଣ ଏହି ଆସନ କରିପାରିବେ। ପବନମୁକ୍ତାସନ କରିବା ପାଇଁ ପ୍ରଥମେ ଚଟାଣରେ ଚିତ୍‌ ହୋଇ ସିଧା ଶୋଇଯାଆନ୍ତୁ। ଏବେ ବାମ ଆଣ୍ଠୁକୁ ଭାଙ୍ଗି ନାକରେ ଲଗାନ୍ତୁ। ଏଭଳି ପୋଜସନ୍‌ରେ ଯେତିକି ସମୟ ରହିପାରୁଛନ୍ତି ରୁହନ୍ତୁ। ପରେ ଧୀରେ ଧୀରେ ଆଣ୍ଠୁକୁ ସିଧା କରନ୍ତୁ। ଡାହାଣ ପଟେ ମଧ୍ୟ ସମାନ ଭାବେ ଆସନ କରନ୍ତୁ। ଏହି ଆସନ କରିବା ଦ୍ୱାରା ହୃଦ୍‌ଘାତ ଆଶଙ୍କା କମ୍‌ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button