ଫିଟ ରହିବା ପାଇଁ ବଲିଉଡ ଅଭିନେତ୍ରୀମାନେ ଆପଣେଇଛନ୍ତି ଏହି ଡାଏଟ, ଜାଣନ୍ତୁ ଫାଇଦା

ସାଧାରଣତଃ ଫିଟ ରହିବା ପାଇଁ ସମସ୍ତେ ସ୍ୱତନ୍ତ୍ର ଭାବେ ଡାଏଟ ଫଲୋ କରିଥାନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ଭେଗାନ ଡାଏଟ । ଏହି ସ୍ୱତନ୍ତ୍ର ପ୍ରକାର ଡାଏଟକୁ ଆଜିକାଲି ବଲିଉଡର ପ୍ରାୟତଃ ସେଲିବ୍ରିଟି ଫଲୋ କରୁଛନ୍ତି । ତାହେଲେ ଆସନ୍ତୁ ଜାଣିବା କଣ ଏହି ଭେଗାନ ଡାଏଟ।
ଅନେକ ସେଲିବ୍ରିଟି ଯେପରି ବିରାଟ କୋହଲି, ଶ୍ରଦ୍ଧା କପୁର, ଋଚା ଚଢା ଇତ୍ୟାଦି ଏହି ଭେଗାନ ଡାଏଟକୁ ଫଲୋ କରନ୍ତି । ଏହି ଡାଏଟରେ ଶୁଦ୍ଧ ରୂପରେ ଶାକାହାରୀ ଭୋଜନକୁ ସାମିଲ କରାଯାଇଥାଏ । ସେଲିବ୍ରିଟିମାନଙ୍କ କହିବା ଅନୁଯାୟୀ ଏହି ଡାଏଟ ଦ୍ୱାରା ପର୍ଯ୍ୟାପ୍ତ ଏନର୍ଜି ମିଳିବା ସହିତ ଏହାର କାରଣ ମଧ୍ୟ ନୈତିକ ଅଟେ । ଭେଗାନ ଡାଏଟକୁ ଫଲୋ କରିବା ଦ୍ୱାରା କୌଣସି ପ୍ରକାର ଜୀବହତ୍ୟା ହୋଇନଥାଏ ।

କାରଣ ଭେଗାନ ଡାଏଟରେ କୌଣସି ପ୍ରକାର ମାଂସ କିମ୍ବା ଅଣ୍ଡାର ସେବନକୁ ବାରଣ କରାଯିବା ସହିତ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ପଦାର୍ଥକୁ ମଧ୍ୟ ଭେଗାନ ଡାଏଟରେ ସାମିଲ କରାଯାଇ ନଥାଏ । ଏହା ସମ୍ପୂର୍ଣ୍ଣ ରୂପେ ଶାକାହାରୀ ଅଟେ ଏବଂ ଯଦି ଆମେ ସେଲିବ୍ରିଟି ମାନଙ୍କ ଉପରକୁ ଆସିବା ମଲ୍ଲୀକା ସେରାୱତ ଗତ ୧୫ ବର୍ଷ ହେଲା ଭେଗାନ ଡାଏଟରେ ଅଛନ୍ତି ଏବଂ ସେ ଆନିମଲ ଫ୍ରି ଡାଏଟ ବିଷୟରେ କହିଥାନ୍ତି । ଆୟଶା ଟାକିୟାଙ୍କ କହିବା ଅନୁଯାୟୀ ପ୍ରେଗନେନ୍ସି ସମୟରେ ଭେଗାନ ଡାଏଟ କାରଣରୁ ସେ ଅନେକ ପ୍ରକାର ରୋଗ ଯେପରିକି କ୍ୟାନସର, ଡାଇବେଟିସ ଏବଂ ହାର୍ଟ ରୋଗରୁ ମୁକ୍ତି ପାଇଛନ୍ତି ।




