ସ୍ୱାସ୍ଥ୍ୟ

ରକ୍ତହୀନତା ରୋଗ ଦୂର କରିବ ସଜନା ଶାଗ : ପ୍ରତିଦିନ ଖାଆନ୍ତୁ, ଦୂର କରନ୍ତୁ ଅନେକ ରୋଗ

ଆମ ଶରୀର ସବୁବେଳେ ସୁସ୍ଥ ରହିବା ଜରୁରୀ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଆମେ ସଠିକ୍‌ ଭାବେ ନେଇପାରୁନାହେଁ। ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ ମିଳିଥାଏ। ଆୟୁର୍ବେଦ ଚିକିତ୍ସକଙ୍କ ମତରେ ସଜନା ଶାଗ ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ଏହା ନିୟମିତ ଖାଇବା ଭଲ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।

6

-ବାଡିରେ ଥିବା ସଜନା ଗଛର ଛୁଇଁକୁ ଆମେ ତରକାରି କରି ଖାଇଥାଉ। ହେଲେ ନିୟମିତ ଏହାର ପତ୍ରକୁ ଖାଦ୍ୟରୂପେ ବ୍ୟବହାର କଲେ ଶରୀରରୁ ରକ୍ତହୀନତା ଦୂର ହୋଇଥାଏ।

-ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ।

– ଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ। କ୍ୟାନସରକୁ ଦୂରରେ ରଖିଥାଏ।

0

 

– ହାଡକୁ ମଜବୁତ କରିଥାଏ ଏବଂ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ।

– ପିଲା ହୁଅନ୍ତୁ ଅବା ବୟସ୍କ ସଜନା ପତ୍ର ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।

-ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button