ସ୍ୱାସ୍ଥ୍ୟ

ନର୍ମାଲ ଡେଲଭରୀ ଚାହୁଁଛନ୍ତି କି ? ତେବେ ଫଲୋ କରନ୍ତୁ ଏହି ଟିପ୍ସ

ମା’ହେବା ସବୁ ମହିଳାଙ୍କ ପାଇଁ ଖାସ୍‌ ମୂହୁର୍ତ୍ତ। ଏହି ସମୟରେ ନିଜ ଶିଶୁକୁ ନେଇ ସେମାନେ ଅନେକ ପ୍ରକାର ପ୍ଲାନ କରିଥାନ୍ତି, ସେଣିକି ସେ କୌଣସି ସାଧାରଣ ମହିଳା କିମ୍ବା ସେଲିବ୍ରିଟି ହୋଇଥାନ୍ତୁ ନା କାହିଁକି। ଆମେ ସବୁ ଜାଣିଛନ୍ତି ଯେ ଗର୍ଭାବସ୍ଥା ସମୟରେ ବିଭିନ୍ନ ପ୍ରକାର କଥା ଉପରେ ଧ୍ୟାନ ରଖିବା ଜରୁରୀ କାରଣ ଆପଣଙ୍କର ଗୋଟିଏ ଛୋଟ ଭୁଲ ନିଜର ଏବଂ ପିଲା ଉଭୟଙ୍କ ପାଇଁ ଘାତକ ହୋଇଥାଏ। ଗର୍ଭାବସ୍ଥା ସମୟରେ ସବୁ ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବାକୁ ପଡିଥାଏ। ନିଜ ଡାଏଟ୍‌ ଠାରୁ ଆରମ୍ଭ କରି ଓ୍ଵାର୍କଆଉଟ୍‌ ପ୍ଲାନ ପର୍ଯ୍ୟନ୍ତ ସବୁ ଦିଗ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଯଦି ଆପଣ ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ।

-ଠିକ ସମୟରେ ପ୍ରିନେଟଲ ଭିଟାମିନସ୍‌ ନିଅନ୍ତୁ ଯାହାଦ୍ୱାରା ଆପଣ ଏବଂ ଆପଣଙ୍କର ଶିଶୁର ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ।

vegetables-ଗର୍ଭାବସ୍ଥା ସମୟରେ ପ୍ରତିଦିନ ଏକ୍ସରସାଇଜ୍‌ କରିବା ବହୁତ ଲାଭଦାୟକ ହୋଇଥାଏ। ଏହା ରକ୍ତ ସଞ୍ଜାଳନକୁ ଭଲ ରଖିଥାଏ ଏବଂ ଚିନ୍ତା ମୁକ୍ତ ମଧ୍ୟ କରିଥାଏ। ପ୍ରେଗନାଣ୍ଟ ମହିଳା ପିଲେଟସ୍‌, ଓ୍ଵାର୍କିଂ ଏବଂ ଯୋଗ ନିଶ୍ଚୟ କରନ୍ତୁ। ଏମିତି କଲେ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

-ପ୍ରତିଦିନ ଏକ୍ସରସାଇଜ୍‌ କଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ଭଲ ରଖିଥାଏ। ଏମିତି କଲେ ଆପଣଙ୍କ ୟୁରିଟସ୍‌, ବ୍ଲାଡରକୁ ସପୋର୍ଟ କରିଥାଏ।

 

-ନର୍ମାଲ ଡେଲିଭରୀ ପାଇଁ ଭାରି ଜିନିଷ ଉଠାଇବା ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏହାସହିତ ସିଡି ଚଢ଼ିବା,
ଅଧିକ ସମୟ ପଯ୍ୟର୍ନ୍ତ ଛିଡା ହୋଇରହିବା ଠାରୁ ଦୂରେଇ ରୁହନ୍ତୁ।

exercize-ନିଜ ଓଜନକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ କାରଣ ଅଧିକ ଓଜନ ହେବା ଦ୍ୱାରା ପ୍ରେଗନେନ୍ସୀରେ କମ୍ପଲିକେସନ ହେବାର ଭୟ ବଢ଼ିଯାଇଥାଏ। ଏହାସହିତ ପିଲା ଉପରେ ମଧ୍ୟ ପ୍ରଭାବ ପଡିଥାଏ।

-ସବୁଜ ପନିପରିବା, ଫଳ, ନଟସ୍‌ ଭଳି ପୋଷକ ତତ୍ତ୍ୱ ନିଜ ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ। ଏହା ନା କେବଳ ମା’ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇନଥାଏ ବରଂ ପିଲାର ମାନସିକ ଏବଂ ଶରୀରିକ ବିକାଶ ମଧ୍ୟ ଉତ୍ତମ ରହିଥାଏ।

-ଗର୍ଭବସ୍ଥା ସମୟରେ ମହିଳା ପ୍ରତିଦିନ ୮ ରୁ ୧୦ ଗ୍ଲାସ୍‌ ପାଣି ପିଇବା ଉଚିତ। ପର୍ଯ୍ୟାପ୍ତ ପାଣି ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ
କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button