ଜ୍ୟୋତିଷ

ଜାଣନ୍ତୁ ନବରାତ୍ରୀ ସମୟରେ ବଙ୍ଗାଳୀ ମହିଳାମାନେ କାହିଁକି ପିନ୍ଧିଥାନ୍ତି ଧଳା ଏବଂ ନାଲି ରଙ୍ଗର ଶାଢୀ

ନବରାତ୍ରୀ ସମୟରେ ପଶ୍ଚିମବଙ୍ଗରେ ଭବ୍ୟ ପୂଜାର ଆୟୋଜନ କରାଯାଇଥାଏ। ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗରେ ସୁନ୍ଦର ପେଣ୍ଡାଲ ତିଆରି କରାଯାଇଥାଏ ଓ ମହିଳାମାନେ ଲାଲ ବର୍ଡର ଥିବା ଧଳା ରଙ୍ଗର ଶାଢୀ ପିନ୍ଧିଥିବାର ଦେଖିବାକୁ ପାଇବେ। ଯଦିଓ ଫ୍ୟାଶନ୍ ଦୃଷ୍ଟିରୁ ବହୁ ମହିଳା ସମସ୍ତ ରଙ୍ଗର ଶାଢୀ ପିନ୍ଧନ୍ତି କିନ୍ତୁ ପ୍ରଥମ ପସନ୍ଦ ଥାଏ ଲାଲ ବଡ଼ର ଥିବା ଧଳାଶାଢୀ। ତେବେ ଜାଣନ୍ତି କି, ନବରାତ୍ରୀରେ ବଙ୍ଗାଳି ମହିଳାମାନେ ଏଭଳି ଶାଢୀ କାହିଁକି ପିନ୍ଧନ୍ତି। ଏହି ଜାମଦାନୀ ଶାଢୀକୁ ହାତରେ ବୁଣାଯାଇଥାଏ।

durgabariଏହି ଶାଢୀ କଟନର ହୋଇଥାଏ, ତେବେ ଏବେ କିନ୍ତୁ ଏଥିରେ ସିଲକ୍ ମିଶା ମଧ୍ୟ ଯାଉଛି। ଏହି ଶାଢୀର ବିଶେଷ୍ବତ ହେଉଛି ଏହା ହାଲୁକା ହୋଇଥାଏ, ଯାହାକି ପଶ୍ଚିମବଙ୍ଗର ଆଦ୍ରତାପୂର୍ଣ୍ଣ ପାଣିପାଗ ଅନୁକୂଳ ପାଇଁ ଉପଯୁକ୍ତ। ଜାମଦାନୀ ଶାଢୀର ହାଲ୍‌କା ଓଜନ କାରଣରୁ ପଶ୍ଚିମବଙ୍ଗର ମହିଳାମାନେ ଏହାକୁ ବେଶୀ ପସନ୍ଦ କରିଥାନ୍ତି।

ଏବେ ଫ୍ୟାଶନ୍ ହିସାବରେ ଜାମଦାନୀ ଶାଢୀରେ ଅନେକ ପ୍ରକାର ଡିଜାଇନ୍ କରାଯାଇଛି। ପ୍ରତି ବୟସର ମହିଳାଙ୍କୁ ଏହି ଶାଢୀ ପସନ୍ଦ ଆସିଥାଏ। ଏହା ବ୍ୟତୀତ ଧଳା ଓ ଲାଲ ପଶ୍ଚିମବଙ୍ଗର ପାରମ୍ପାରିକ ରଙ୍ଗ। ବିବାହି ତା ମହିଳାମାନେ ନବରାତ୍ରୀରେ ଏହି ଶାଢୀ ସହିତ ଲାଲ ବିନ୍ଦି, ସିନ୍ଦୁର ଓ ସୂନା ଗହଣା ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଆନ୍ତି। ଅଷ୍ଟମୀ ତିଥିରେ ପରମ୍ପରାଗତ ରୂପରେ ପ୍ରସ୍ତୁତ ହୋଇ ମା ଦୁର୍ଗାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥାଏ। ଏହାପରେ ଏହି ଶାଢିକୁ ଦଶହରା ଦିନ ପିନ୍ଧି ମା’ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରିବା ପରେ ସିନ୍ଦୁର ଖେଳିଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button