ସ୍ୱାସ୍ଥ୍ୟ

ଜାଣନ୍ତୁ କୁକୁର, ବିଲେଇ ଏବଂ ମାଙ୍କଡ କାମୁଡିବାର କେତେ ଘଣ୍ଟା ଭିତରେ ଟୀକା ନେବା ଜରୁରୀ !

କୁକୁର, ବିଲେଇ, ଗଧିଆ, ବିଲୁଆ, ନେଉଳ, ମାଙ୍କଡ ଭଳି ପଶୁ ଏମିତି ଅଛନ୍ତି ଯେଉଁମାନେ କାମୁଡିବା ଦ୍ବାରା ଜୀବନକୁ ନେଇଗଲା ଭଳି ଭାଇରାଲ ରୋଗ ହୋଇଥାଏ। ଯାହାକୁ ରିଭେଜ କୁହାଯାଏ। କୌଣସି ପଶୁ କାମୁଡିଲେ ବା ଆନିମାଲ ବାଇଟ୍ ପରେ ୭୨ ଘଣ୍ଟା ଭିତରେ ଯଦି ଡାକ୍ତରଙ୍କୁ ନଦେଖାଇଲେ ଆପଣଙ୍କ ଜୀବନ ମଧ୍ୟ ଚାଲି ଯାଇପାରେ। ଅନେକ ଗବେଷଣା ଓ ରୋଗୀଙ୍କ ସଂଖ୍ୟାକୁ ବିଚାର କରି ଦେଖାଯାଇଛି ଯେ ୯୧.୪ ପ୍ରତିଶତ ମାମଲା କେବଳ କୁକୁର କାମୁଡିବା ଦ୍ବାରା ହୋଇଛି। ଗ୍ରୁହ ପାଳିତ ପଶୁ ହେବା ପରେ ମଧ୍ୟ ୪୦ ପ୍ରତିଶତ କୁକୁର ଏମିତି ଅଛନ୍ତି ଯେଉଁମାନଙ୍କୁ ଆଣ୍ଟି ରିଭେଜ୍ ଭ୍ୟାକସିନ୍ ଦିଆଯାଏ ନାହିଁ।

ତେବେ ଆସନ୍ତୁ ଜାଣିବା ପଶୁ କାମୁଡିଲେ ପ୍ରଥମେ କଣ କରିବେ ଏବଂ ଏହାର ଲକ୍ଷଣ କଣ?

dog animalଲକ୍ଷଣକୁ ଏପରି ଚିହ୍ନନ୍ତୁ

କୌଣସି ପଶୁ ବା ଜୀବ କାମୁଡିଲେ ସେହ ସ୍ଥାନ ବହୁତ ସମ୍ବେସଦନଶୀଳ ହୋଇଯାଇଥାଏ ଏହା ହେଉଛି ତାର ପ୍ରାରମ୍ଭିକ ଲକ୍ଷଣ। ଏହାଛଡା ଗଭୀର ଜ୍ବର, ଗଳାରେ କାଶ, ମୁଣ୍ଡ ବ୍ୟଥା ହେବା ଭଳି ଲକ୍ଷଣ ଦେଖାଗଲେ ସର୍ତକତାରେ ରହିବା ଜରୁରୀ। ଏହାସହିତ ଏହି ଲକ୍ଷଣ ସବୁ ଦେଖାଗଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ।

ଗମ୍ଭୀର ଅବସ୍ଥା

ଥରେ ଠିକ୍ ହେବା ପରେ ମଧ୍ୟ ଯଦି ଠିକ୍ ଅନୁଭବ କରୁନାହାନ୍ତି ତେବେ ଏହା ଗମ୍ଭୀର ଅବସ୍ଥା ହୋଇପାରିଥାଏ। ରୋଗୀଙ୍କର ବହୁତ ଝାଳ ବହିବା, ଆଖିରୁ ପାଣି ବାହାରିବା, ପବନ କିମ୍ବା ପାଣିକୁ ଡର ଲାଗିବା, ଚିଡଚିଡା ସ୍ବଭାବ ଦେଖାଇବା ଏବଂ ମୃତ୍ୟୁକୁ ଡରିବା ଭଳି ଲକ୍ଷଣ ଦେଖା ଯାଇଥାଏ ।

catସତର୍କତା ଅବଲମ୍ବନ କରନ୍ତୁ

ପ୍ରାଥମିକ ଚିକିତ୍ସା ଭାବରେ କୁକୁର କାମୁଡିଲେ ସେହି ସ୍ଥାନକୁ ସାବୁନ ଏବଂ ପାଣି ସାହାଯ୍ୟରେ ପ୍ରାୟ ୧୦ ମିନିଟ ଲଗାତର ଧୋଇ ଦିଅନ୍ତୁ। ଆୟୋଡିନକୁ କୁକୁର କାମୁଡିଥିବା ସ୍ଥାନରେ ଲଗାନ୍ତୁ। ଡ୍ରେସିଙ୍ଗ୍ କରନ୍ତୁ ନାହିଁ। ଏହାପରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ପୋଷା କୁକୁର କିମ୍ବା ବିଲେଇ କିମ୍ବା ଅନ୍ୟ ପଶୁଙ୍କ ମଧ୍ୟରେ ଯଦି ୧୦ ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ଆପଣ ସତର୍କରେ ରୁହନ୍ତୁ।

ବେଳେବେଳେ ଟୀକା ଦିଆଯାଇଥବା ପଶୁ କାମୁଡିଲେ ମଧ୍ୟ ଭାଇରାଲ ହୋଇଥାଏ। କାରଣ ପଶୁମାନେ ଗରମ ରକ୍ତର ଅଟନ୍ତି ସେଥିପାଇଁ ସେମାନଙ୍କୁ ଟୀକାର ପ୍ରଭାବ ମଧ୍ୟ କାଟୁ କରିନଥାଏ।

animaଚିକିତ୍ସା

କୌଣସି ପଶୁ କିମ୍ବା ଜୀବ କାମୁଡିବାର ତୁରନ୍ତ ପରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଟୀକା ଲଗାଇବା ଉଚିତ। ଏହି ଟୀକାକୁ ତୃତୀୟ, ଚତୁର୍ଥ ଏବଂ ସପ୍ତମ ଦିନରେ ପୁନର୍ବାର ଲଗାଇବା ଉଚିତ। ଆବଶ୍ୟକ ପଡିଲେ ଆଣ୍ଟି ଭାଇରାଲ ଔଷଧ ନେବା ମଧ୍ୟ ଜରୁରୀ।

ଘରୋଇ ଚିକିତ୍ସା

କୁକୁର କାମୁଡିଲେ ପାଣିରେ ଧୋଇବା ପରେ ତ୍ରିଫଳା କିମ୍ବା ନିମ୍ବ ସିଝା ପାଣିରେ ସେହି ସ୍ଥାନକୁ ଧୋଇ ଦିଅନ୍ତୁ।

ଏମାନଙ୍କ ଉପରେ ମଧ୍ୟ ରଖନ୍ତୁ ଧ୍ୟାନ

କେତେକ ଥର ସାପ କିମ୍ବା ବିଛା କାମୁଡିଲେ ଏବଂ ଝିଟିପିଟି, ମହୂମାଛି, ମୂଷାମାନଙ୍କ ଠାରୁ ମଧ୍ୟ ସମସ୍ୟା ହୋଇପାରେ। ଅବଶ୍ୟ ଏହି ଜୀବମାନେ ଅଧିକ ବିଷାକ୍ତ ହୋଇନଥାନ୍ତି। ଏହା ପରେ ମଧ୍ୟ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button