ରାଜ୍ୟ

ଗଣେଶ ଚତୁର୍ଥୀ ଦିନ କରନ୍ତୁ ନାହିଁ ଏହି ଗୋଟିଏ ଭୁଲ, ଆପଣଙ୍କ ଉପରେ ଲାଗିପାରେ କଳଙ୍କ

ଆଉ ମାତ୍ର କିଛି ଦିନ ପରେ ପାଳନ କରାଯିବ ଗଣେଶ ଚତୁର୍ଥୀ। ସେପ୍ଟେମ୍ବର ୨ ସୋମବାର ଦିନ ପଡୁଛି ଗଣେଶ ଚତୁର୍ଥୀ। ଏହି ପର୍ବକୁ ୧୦ ଦିନ ଧରି ଗଣେଶ ଚତୁର୍ଥୀ ଠାରୁ ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ବଡ ଧୂମଧାମରେ ପାଳନ କରାଯାଇଥାଏ। ଅନେକ ସ୍ଥାନରେ ଏହାକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଇଥାଏ। ସାରା ଦେଶରେ ଗଣେଶ ଚତୁର୍ଥୀର ବହୁତ ମହତ୍ତ୍ବ ରହିଛି। କିନ୍ତୁ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀକୁ ପ୍ରମୁଖ ପର୍ବ ଭାବେ ପାଳନ କରିଥାନ୍ତି। ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ଏହି ପର୍ବକୁ ବଡ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ସବୁ ସ୍ଥାନରେ ଗହଳୀ ହେବା ସହିତ ଗଣପତି ବାପ୍ପାର ଜୟକାରରେ ପୂରା ପରିବେଶ ଭକ୍ତିମୟ ହୋଇଯାଇଥାଏ।

ଗଣେଶ ଚତୁର୍ଥୀର ପୂଜା ବିଧି

ganesh chaturthyଗଣେଶ ଚତୁର୍ଥୀର ପାବନ ପର୍ବ ସକାଳୁ ପ୍ରଥମେ ସ୍ନାନ କରି ଭଗବାନ ଗଣେଶଙ୍କର ପ୍ରତିମା ବନାନ୍ତୁ। ପ୍ରତିମା ସୁନା, ତମ୍ବା, ମାଟି କିମ୍ବା ଗାଈର ଗୋବରରେ ତିଆରି କରନ୍ତୁ। ଏହାପରେ ଏକ ସଫା କଳସ ନେଇ ସେଥିରେ ଜଳ ଭରି ତାହାକୁ ଧଳା କପଡାରେ ବାନ୍ଧି ଦିଅନ୍ତୁ। ଏହାପରେ ଯାଇ ଭଗବାନ ଗଣେଶଙ୍କର ପ୍ରତିମା ସ୍ଥାପନା କରନ୍ତୁ। ପ୍ରତିମାରେ ସିନ୍ଦୂର ଲଗାଇ ଷୋଡଶୋପଚାର ପୂଜା କରନ୍ତୁ। ଗଣେଶଙ୍କୁ ଦକ୍ଷୀଣା ସ୍ବରୂପ ୨୧ ଲଡ୍ଡୁକୁ ବ୍ରାହ୍ମଣଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।

ଭଗବାନ ଗଣେଶଙ୍କ ପୂଜା ସବୁବେଳେ ସଂଧ୍ୟା ସମୟରେ କରିବା ଉଚିତ। ପୂଜା ପରେ ଆଖିକୁ ତଳକୁ କରି ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ। ଅର୍ଘ୍ୟ ଦେବା ପରେ ବ୍ରାହ୍ମଣକୁ ଭୋଜନ ଦିଅନ୍ତୁ ଏବଂ ତାଙ୍କୁ ଦକ୍ଷୀଣା ମଧ୍ୟ ଦିଅନ୍ତୁ। ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର ଦର୍ଶନ ଆଦୌ କରନ୍ତୁ ନାହିଁ ନଚେତ କଳଙ୍କ ମିଳିପାରେ। ଏହି ପର୍ବରେ ଚନ୍ଦ୍ରଙ୍କର ଦର୍ଶନ କଲେ ମିଥ୍ୟା ଦୋଷ ଲାଗିଥାଏ।

ganesh pujaଗଣେଶ ଚତୁର୍ଥୀ ଦିନ ଭୂଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୂଲ

ଭଗବାନ ଗଣେଶଙ୍କର ପୂଜା ସବୁବେଳେ ସଂଧ୍ୟା ସମୟରେ କରିବା ଉଚିତ। ପୂଜା ପରେ ଚନ୍ଦ୍ରକୁ ନ ଚାହିଁ ଅର୍ଘ୍ୟ ଅର୍ପଣ କରନ୍ତୁ। ମାନ୍ୟତା ରହିଛି ଏହି ଦିନରେ ଚନ୍ଦ୍ରଙ୍କର ଦର୍ଶନ କରିବା ଉଚିତ ନୁହେଁ। ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦର୍ଶନ କଲେ କଳଙ୍କ ମିଳିବାର ଆଶଙ୍କା ରହିଥାଏ। ଅର୍ଘ୍ୟ ଦେବା ପରେ ବ୍ରାହ୍ମଣ ମାନଙ୍କୁ ଭୋଜନ କରାଇବା ଉଚିତ ଏବଂ ନିଜ ସାମର୍ଥ୍ୟ ଅନୁସାରେ ତାଙ୍କୁ ଦକ୍ଷୀଣା ଦେଇ ତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button