ଜ୍ୟୋତିଷ

କେବଳ ଶିବଙ୍କ ପ୍ରିୟ ନୁହେଁ ଦୁଦୁରା, ଶରୀରର ଅନେକ ରୋଗ ମଧ୍ୟ କରିଥାଏ ଦୂର

ଭଗବାନ ଶିବଙ୍କର ବହୁତ ପସନ୍ଦ ଦୁଦୁରା। ଭୋଳାନାଥଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଶିବଙ୍କର ଏହି ପ୍ରିୟ ଜିନିଷ ଆପଣଙ୍କ ଭାଗ୍ୟ ଚମକାଇବା ନୁହେଁ ବରଂ ଶରୀରରୁ ଅନେକ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହା ଶରୀରର କେଉଁ ରୋଗ ପାଇଁ ଉପକାରୀ..

– ଆଜମା ରୋଗୀଙ୍କ ପାଇଁ ଦୁଦୁରା ବେଶ ଲାଭକାରୀ। ଏହାର ବ୍ୟବହାର ପାଇଁ ଦୁଦୁରା ସହିତ ଅପାମାର୍ଗ ଏବଂ ଜଓ୍ଵାସ ନାମକ ଆୟୁଦେର୍ବ ଚେରମୂଳି ସହିତ ଚୂର୍ଣ୍ଣ କରି ଖାଆନ୍ତୁ। ପ୍ରତିଦିନ ଏହାର ଗନ୍ଧ ଶୁଙ୍ଘିବା ଦ୍ୱାରା ମଧ୍ୟ ଏହି ସମସ୍ୟାର ଦୂର ହୋଇଯାଏ।

dududura

– ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ପାଇବାକୁ ହେଲେ ଦୁଦୁରା ବେଶ ଉପକାରୀ। ଏଥିପାଇଁ ଦୁଦୁରା ପତ୍ରରେ ଶିଳାଜିତ ମିଶାଇ ଏକ ଲେପ ଲଗାନ୍ତୁ।

– ଭାଇରାଲ ଜ୍ୱରରୁ ମୁକ୍ତି ପାଇବା ପାଇଁ କଳା ଦୁଦୁରା ମଞ୍ଜିକୁ ଗୁଣ୍ଡ କରି ଦିନକୁ ଦୁଇରୁ ତିନି ଥର ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ତାପମାତ୍ରା ସମାନ୍ୟ ହୋଇଥାଏ।

– ଶରୀରରୁ ଦୁର୍ବଳତା କିମ୍ବା ଥକ୍କାପଣ ଦୂର କରିବା ପାଇଁ ଏହାର ମଞ୍ଜିକୁ ଅକଲକରା ଏବଂ ଲବଙ୍ଗ ସହିତ ମିଶାଇ ବଟିକା ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ପ୍ରତିଦି ନ ଗୋଟେ କିମ୍ବା ଦୁଇଟି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।

– ଯେଉଁ ମହିଳାମାନଙ୍କର ଗର୍ଭ ବାରମ୍ବାର ରହୁନାହିଁ, ସେମାନେ ଏଥିରୁ ମୁକ୍ତି ପାଇଁ ପାଇଁ ଦୁଦୁରା ଫଳକୁ ଗୁଣ୍ଡ କରି ଚୂର୍ଣ୍ଣ  ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଘିଅ ଏବଂ ମହୁ ସହିତ ମିଶାଇ ଖାଇବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇପାରେ। ଏହାକୁ କରିବା ପୂର୍ବରୁ ଆୟୁବେର୍ଦ ଚିକିତ୍ସକଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

datura-seeds

– କାନରେ ଯନ୍ତ୍ରଣା ହେଲେ ଏହି ଗଛର ପତ୍ର ରସ ଫୁଟାଇ ଥଣ୍ଡା ହେବା ପରେ ପକାନ୍ତୁ। ଏଥିରୁ ଆରାମ ମିଳିଥାଏ।

– ଏହାର ପତ୍ରର ରସ ମୁଣ୍ଡରେ ଲଗାଇବା ଦ୍ୱାରା ରୂପି ସମସ୍ୟା ଦୂର ହୋଇଥାଏ। କେବଳ ଏତିକି ନୁହେଁ, ଚନ୍ଦାପଣରୁ ମଧ୍ୟ ମୁକ୍ତି ମିଳିଥାଏ।

– ଏହାର ଫଳକୁ ପୋଡି ବ୍ୟବହାର କରିବା ଦ୍ୱାରା ଥଣ୍ଡା, କାଶ ଇତ୍ୟାଦିରୁ ଆରାମ ମିଳିଥାଏ। ଏହା ଶରୀରରେ ଜମା ହୋଇଥିବା କଫକୁ ବାହାର କରିଦିଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button