ସ୍ୱାସ୍ଥ୍ୟ

ଟିସୁ କ୍ୟାନସର ଥିଲା ଅରୁଣ ଜେଟଲୀଙ୍କର ମୃତ୍ୟୁର କାରଣ, ଜାଣନ୍ତୁ କଣ ଏହି ରୋଗ ଏବଂ ତାର ଲକ୍ଷଣ

ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତକାଲି ଦିଲ୍ଲୀ ଏମ୍ସରେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜେଟଲୀ ଗତ କିଛିଦିନ ହେବ ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଥିଲା । ଗତ ୧୮ ମାସ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ରିପୋର୍ଟ ଅନୁଯାୟୀ ଅରୁଣ ଜେଟଲୀଙ୍କ ମୃତ୍ୟୁ ଟିସୁ କ୍ୟାନସର କାରଣରୁ ହୋଇଥିଲା । ଜାଣନ୍ତୁ କଣ ଏହି ଟିସୁ କ୍ୟାନସର ।

Image result for tissue-cancer

ସାର୍କୋମା ବା ଟିସୁ କ୍ୟାନସର ଏକ ପ୍ରକାର କ୍ୟାନସର ଅଟେ ଯାହା ହାଡ଼ ବା ମାଂସପେଶୀ ଭଳି ଟିସୁରୁ ଉତ୍ପନ୍ନ ହୋଇଥାଏ । ହାଡ଼ ଏବଂ କୋମଳ ଟିସୁ ସାର୍କୋମାର ମୁଖ୍ୟ ପ୍ରକାର ଅଟେ । ସଫ୍ଟ ଟିସୁ ସାର୍କୋମା ବସା ମାଂସପେଶୀ, ଶିରା, ଫାଇବ୍ରସ ଟିସୁ, ରକ୍ତ ବାହିକା ଏବଂ ଗଭୀର ତ୍ୱଚାର ଟିସୁ ଭଳି ସଫ୍ଟ ଟିସୁ ଗୁଡିକରେ ଉତ୍ପନ୍ନ ହୋଇଥାଏ ।ଏହା ଶରୀରରର ଯେକୌଣସି ଅଂଶରେବି ଦେଖାଯାଇପାରେ ।

ଲକ୍ଷଣ

ଏକ ନରମ ଟିସୁ ସାର୍କୋମାର ପ୍ରଥମ ଅବସ୍ଥାରେ କୌଣସି ସଂକେତ ବା ଲକ୍ଷଣ ଦେଖାଯାଇ ନଥାଏ । ଯେତେବେଳେ ଟ୍ୟୁମର ବଢିବା ଆରମ୍ଭ କରେ ସେତେବେଳେ ଏହାର ଲକ୍ଷଣ ଦେଖାଯାଇଥାଏ ।

Image result for tissue-cancer

– ଗଣ୍ଠି ବା ଫୁଲା

– ଶିରା କିମ୍ବା ମାଂସପେଶୀରେ ହୋଇଥିବା ଟ୍ୟୁମର ପାଇଁ ଯନ୍ତ୍ରଣା ହେବା

କେତେବେଳେ ନେବେ ଡାକ୍ତରଙ୍କ ପରାମର୍ଶ ?

– ଯଦି ସେହି ଗଣ୍ଠି ବା ଆବୁଟି ଆକାରରେ ବଢୁଛି ଏବଂ ତା ସହିତ ଯନ୍ତ୍ରଣା ହେଉଛି

-ଯେକୌଣସି ଆକାରର ଗଣ୍ଠି ଯାହାକି ମାଂସପେଶୀର ଭିତରେ ହୋଇଥାଏ

– ହଟାଇ ଦିଆଯାଇଥିବା ଗଣ୍ଠିର ପୁନରାବୃତ୍ତି ହେବା

କାରଣ

 

ଅଧିକାଂଶ ଘଟଣାରେ ଏହା ଜଣା ପଡ଼ିନଥାଏ ଯେ ଏହି ନରମ ଟିସୁ କେଉଁ କାରଣରୁ ସାର୍କୋମାରେ ପରିଣତ ହୋଇଥାଏ । ଅନେକ ସମୟରେ ଏହା କ୍ୟାନସରର ରୂପ ସେତେବେଳେ ନେଇଥାଏ ଯେତେବେଳେ ଡିଏନଏରେ କୋଷିକା ସମ୍ଵନ୍ଧିତ କୌଣସି ସମସ୍ୟା ଆସିଥାଏ । ଏହି ସମସ୍ୟା ଗୁଡିକ କୋଷ ଭିତରେ ବୃଦ୍ଧି ପାଇଥାଏ ଏବଂ ଏହା ନିୟନ୍ତ୍ରଣରୁ ବାହାର ହୋଇଯାଇଥାଏ । ତାପରେ ସଂଚିତ ଥିବା ଅସାମାନ୍ୟ କୋଷ ଗୁଡିକ ଏକ ଟ୍ୟୁମରରେ ପରିଣତ ହୋଇଥାନ୍ତି । ଯାହାକି ଆଖପାଖର ସଂରଚନା ଦ୍ୱାରା ବୃଦ୍ଧି ପାଇଥାଏ ଏବଂ ଏହି ଅସାମାନ୍ୟ କୋଷ ଗୁଡିକ ଶରୀରର ଅନ୍ୟ ଭାଗକୁ ମଧ୍ୟ ବିସ୍ତାର ହୋଇଯାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button