ଦେଶ- ବିଦେଶ

କେବେବି ରହିବ ନାହିଁ କୌଣସି ଅଭାବ, ଥରେ ନିଜ ଜୀବନରେ କରନ୍ତୁ ଏହି ତିନୋଟି କାମ

ଧନୀ ହେବାର ଭାବନା ସମସ୍ତଙ୍କ ମନକୁ ଆସିଥାଏ ଆଉ ତା ପୁଣି ବିନା ପରିଶ୍ରମରେ କିନ୍ତୁ କଣ ଏହା ସମ୍ଭବ ? ସମ୍ଭବ ଅଟେ। ଏହାତ ସମସ୍ତେ ଜାଣିଥିବେ ଯେ ବେଆଇନ ଉପାୟରେ ଧନୀ ହେଉଥିବା ବ୍ୟକ୍ତିମାନେ କେବେବି ଖୁସିରେ ରହିପାରନ୍ତି ନାହିଁ କାରଣ ବେଆଇନ ଉପାୟରେ ସେମାନେ ଧନୀ ତ ହୋଇପାରିବେ କିନ୍ତୁ କେବେ ଆତ୍ମସନ୍ତୋଷ ପାଇପାରିବେ ନାହିଁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଇନ ସମ୍ବନ୍ଧୀୟ ଏପରି କିଛି ରାସ୍ତା ଯାହାର ବ୍ୟବହାର କରି ଆପଣ ଧନୀ ହୋଇପାରିବେ ତାହେଲେ ଆସନ୍ତୁ ଜାଣିବା ସେହି ତିନୋଟି କାମ ।

Image result for parents blessing

ପ୍ରଥମତଃ ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳୁ ଉଠି ନିଜର ମା’ ବାପାଙ୍କୁ ଅତି ସ୍ନେହର ସହିତ ଦେଖନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ଏହି ବ୍ୟକ୍ତି ନିଜ ଜୀବନରେ କେବେ ଗରିବ ହୋଇ ରୁହନ୍ତି ନାହିଁ । ଏହି ବ୍ୟକ୍ତିଙ୍କୁ ଅନେକ ଧାନ ପ୍ରାପ୍ତି ହୋଇଥାଏ ଏବଂ ଗରିବୀ କେବେ ତାଙ୍କ ପାଖ ମାଡି ନଥାଏ । ସବୁବେଳେ ନିଜ ମା ବାପାଙ୍କର ସେବା କରିବା ଆବଶ୍ୟକ କାରଣ ମା ବାପାଙ୍କର ଆଶୀର୍ବାଦ କେବେ ବେକାର ଯାଏ ନାହିଁ ।

 

ଦ୍ବିତୀୟତଃ ଯେଉଁ ବ୍ୟକ୍ତି କଷ୍ଟ ସମୟରେ ହେଉ କିମ୍ବା ଖୁସି ସମୟରେ ହେଉ କେବେବି ଭଗବାନଙ୍କୁ ଭୁଲିନଥାଏ ସବୁବେଳେ ଭଗବାନଙ୍କୁ ନିଜ ମନ ଭିତରେ ରଖିଥାଏ ଏହିପରି ବ୍ୟକ୍ତି କେବେ ଗରିବ ହୋଇ ରୁହନ୍ତି ନାହିଁ । ଭଗବାନଙ୍କ ଆଶୀର୍ବାଦ ତାଙ୍କ ସହ ସବୁବେଳେ ରହିଥାଏ ।

 

ଶେଷରେ ଯେଉଁ ବ୍ୟକ୍ତି ଅସହାୟ ଲୋକଙ୍କୁ ସଦା ସର୍ବଦା ସାହାଯ୍ୟ କରିଥାଏ ଏବଂ ତାଙ୍କର ଦୁଃଖରେ ସବୁବେଳେ ସାମିଲ ହୋଇଥାଏ । ଏହି ବ୍ୟକ୍ତି ଜୀବନରେ କେବେ ଗରିବ ହୋଇ ରୁହନ୍ତି ନାହିଁ । ଏହିଭଳି ବ୍ୟକ୍ତି ମାନଙ୍କ ଉପରେ ଗରିବ ଏବଂ ଅସହ୍ୟ ବ୍ୟକ୍ତି ମାନଙ୍କର ଆଶୀର୍ବାଦ ସଦା ସର୍ବଦା ରହିଥାଏ ।

ଯଦି ଆପଣଙ୍କ ମଧ୍ୟରେ ବି ଏହି ତିନୋଟି ଗୁଣ ରହିଛି ତାହେଲେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଭଗବାନ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ କେହି ବୁଝିପାରିବେନି ଆପଣ କିପରି ଭାବେ କେତେବେଳେ ଧନୀ ହୋଇଯିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button