ଦେଶ- ବିଦେଶ

ଓଜନ ନିୟନ୍ତ୍ରଣ କରିବା ସହ ଲିଭରକୁ ସୁସ୍ଥ ରଖିଥାଏ ନାଗଫେଣୀ, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା

ଅଧିକାଂଶ ଲୋକେ ନାଗଫେଣୀ ଗୁଳ୍ମକୁ ଘରେ ଆକର୍ଷଣୀୟ ପାଇଁ ରଖିଥାନ୍ତି। ଏହାର ଦେଖାଶୁଣା କରିବା ମଧ୍ୟ ବହୁତ ସହଜ। କାରଣ ଏଥିରେ କମ୍‌ ପାଣି ବ୍ୟବହାର ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ଗୁଳ୍ମ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ବ୍ୟବହାର କରିବା ପାଇଁ ପ୍ରଥମେ ଏଥିରୁ କଣ୍ଟାକୁ ଭଲ ଭାବେ କାଟି ଦେଇ ପାଣିରେ ଧୋଇଦିଅନ୍ତୁ। ଏବେ ଆପଣ ଚାହିଁଲେ ଏହାକୁ ଜୁସ କିମ୍ବା ସେମିତି ଖାଇପାରିବେ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫାଇଦା:

– ନାଗଫେଣୀରେ ଫାଇବର ଭରପୂର ରହିଥାଏ। ଏଥିପାଇଁ ନାଗଫେଣୀକୁ ସେବନ କରିବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ନ ଖାଇଲେ ମଧ୍ୟ ଚଳିବ। ଏହାସହିତ ଶରୀରରେ ଥିବା ଅତିରିକ୍ତ ଫ୍ୟାଟ ମଧ୍ୟ କମ୍‌ କରିଥାଏ ନାଗଫେଣୀ। ଏହାଦ୍ୱାରା ମୋଟାପଣ ନିୟନ୍ତ୍ରଣରେ ରହିଥାଏ।

cactus-medianos-

– ନାଗଫେଣୀର ଔଷଧୀୟ ଗୁଣ ଲିଭରକୁ ସୁସ୍ଥ ରଖିଥାଏ। ଲିଭରକୁ ସଂକ୍ରମଣ ହେବାକୁ ଦିଏନାହିଁ।

– ରକ୍ତରେ ଉଚିତ ମାତ୍ରାରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ। ଅଧ୍ୟୟନରୁ ଜଣାପଡିଛି ଯେ, ନାଗଫେଣୀରେ ଥିବା ପୋଷକତତ୍ତ୍ୱ ରକ୍ତ ଶର୍କରାକୁ ସଠିକ ରଖେ।

– ଫ୍ରି ରୋଡିକିଲ୍ସ କ୍ୟାନସର ହେବାର ପ୍ରମୁଖ କାରଣ। ଯଦି ଆପଣ ନିୟମିତ ଭାବେ ନାଗଫେଣୀ ସେବନ କରନ୍ତି ତେବେ କ୍ୟାନସର ରୋଗର ମୁକ୍ତି ମିଳିପାରିବ।

– ନାଗଫେଣୀରେ ଫେନୋଲିକ ଅଧିକ ମାତ୍ରାରେ ରହିଥାଏ। ଏଥିଯୋଗୁଁ ଘା କିମ୍ବା କ୍ଷତ ସ୍ଥାନରେ ଲଗାଇବା ଯୋଗୁଁ ଖୁବଶୀଘ୍ର ଉପଶମ ମିଳିଥାଏ।

– ନାଗଫେଣୀରେ ଭିଟାମିନ, ଖଣିଜ ଏବଂ ବିଭିନ୍ନ ପ୍ରକାରର ଫ୍ୟାଟ ଏସିଡିର ଭଲମାତ୍ରା ରହିଛି। ଯାହା ଆପଣଙ୍କ କେଶ ପାଇଁ ବେଶ ଉପଯୋଗୀ।

cactus

– ତ୍ୱଚାକୁ ସଂକ୍ରମଣରୁ ବଞ୍ଚାଇବାକୁ ଚାହୁଁଥିଲେ, ନାଗଫେଣୀ ତେଲ ଲଗାନ୍ତୁ। ଏହା ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇଥାଏ।

– ମହିଳାଙ୍କ ମାସିକଧର୍ମ ସମୟରେ ହେଉଥିବା ଯନ୍ତ୍ରଣା ଯଥା ମୁଣ୍ଡବିନ୍ଧା, ଛାତି ଦରଜ, ପେଟ ବ୍ୟଥା ରୋଗକୁ ଦୂର କରିଥାଏ ନାଗଫେଣୀ। ଏଥିରୁ ରକ୍ଷା ପାଇବା ପାଇଁ ଏହାର ରସ ପିଇ ପାରିବେ।

– ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଅଳ୍ପ ମାତ୍ରାରେ ଏହାର ରସ ପିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button