ଜ୍ୟୋତିଷ

ତୁଳସୀରେ ରହିଛି ଏହି ଚତ୍ମକାରୀ ଗୁଣ, ଯାହା ଆପଣଙ୍କ ଶରୀର ପାଇଁ ରାମବାଣ

ହିନ୍ଦୁଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି ଧରାଯାଏ । ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଛି। ତୁଳସୀ ଯେତିକି ପବିତ୍ର ସେତିକି ଗୁଣକାରୀ ମଧ୍ୟ। ତୁଳସୀ ଗଛ ଅନେକ ପ୍ରକାରର ରହିଛି। ଶ୍ୟାମା ତୁଳସୀ, ରାମ ତୁଳସୀ, ବିଷ୍ଣୁ  ତୁଳସୀ, ବଣ ତୁଳସୀ, ଲେମ୍ବୁ ତୁଳସୀ। ଏହି ସବୁ ତୁଳସୀ ଗଛର ଭିନ୍ନ ଭିନ୍ନ ଫାଇଦା ରହିଛି। କ’ଣ ରହିଛି ଏହାର ଫାଇଦା ଆସନ୍ତୁ ଜାଣିବା :

– ତୁଳସୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଛି। ତୁଳସୀ ପତ୍ରକୁ କିଛି ସମୟ ପାଣିରେ ପକାଇ ପାଣିକୁ ପିଇବା ଦ୍ୱାରା ଇମ୍ୟୁନିଟି ବଢିଥାଏ।

– ଗୁଣକାରୀ ତୁଳସୀ ଜ୍ୱର, ସ୍ୱାଇନ ଫ୍ଲୁ , ଡେଙ୍ଗୁ, ଥଣ୍ଡା, ଖାସ, ମେଲେରିଆ, ପ୍ଲେଗ ଭଳି ରୋଗ ଭଲ କରିଥାଏ।

– ମହୁ ସହିତ ତୁଳସୀ ସେବନ କରିବା ଦ୍ୱାରା ଥଣ୍ଡା, ଏବଂ ତଣ୍ଟି ଦରଜ ଭଲ ହୋଇଥାଏ।

tulsi 1

– ତୁଳସୀ ଆଣ୍ଟି ବାୟୋଟିକ ଭାବେ ମଧ୍ୟ କାମ କରିଥାଏ। ପ୍ରତିଦିନ ଏହାର ବ୍ୟବହାର କରିବା ଦ୍ୱାରା ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଯାଇଥାଏ।

– ତୁଳସୀରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ଭରି ରହିଛି। ଏହାର ଲଗାତାର ସେବନ କରିବା ଦ୍ୱାରା ରେଡ ବ୍ଲଡ ସେଲସ ଶରୀରରେ ବୃଦ୍ଧି ପାଇଥାଏ।

– ଗର୍ଭବତୀ ମହିଳାଙ୍କୁ ହେଉଥିବା ବାନ୍ତି ସମୟରେ ତୁଳସୀ ବେଶ ଲାଭଦାୟକ ହୋଇଥାଏ।

– ମୁହଁରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ତୁଳସୀ ସହାୟକ ହୋଇଥାଏ। ଏହାସହିତ ଦାନ୍ତ ଦରଜ ଏବଂ ମାଢିରୁ ରକ୍ତ ବାହାରିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

tulsi

– ମଶା ଦାଉରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରକୁ ଶରୀରରେ ଭଲଭାବେ ଘଷିଦିଅନ୍ତୁ। ଏପରି କଲେ ମଶା ଆଉ କାମୁଡିବେ ନାହିଁ  ।

– କୌଣସି ଘା’ ହୋଇଥିଲେ ସେହି ସ୍ଥାନରେ ତୁଳସୀ ରସ ପକାଇବା ଦ୍ୱାରା ସଂକ୍ରମଣ ହୋଇନଥାଏ।

– କାନରେ ଯନ୍ତ୍ରଣା ହେବା ପରେ ତୁଳସୀ ରସକୁ ଗରମ କରି କାନରେ ପକାଇବା ଦ୍ୱାରା ଯନ୍ତ୍ରଣା କମ୍‌ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button