ଦେଶ- ବିଦେଶ

ଇଏ ହେଉଛି ଦୁନିଆର ସବୁଠୁ ବଡ ଶିବଲିଙ୍ଗ, ସବୁ ବର୍ଷ ବଢିଥାଏ ଏହାର ଲମ୍ବାଇ – ଜାଣନ୍ତୁ ପୁରା ଘଟଣା ଓ ଶେୟାର କରନ୍ତୁ ସମସ୍ତଙ୍କ ସହିତ

ଭଗବାନ ଶିବଙ୍କୁ ମୂର୍ତି ଏବଂ ଲିଙ୍ଗ ଦୁଇଟି ରୂପରେ ପୂଜା କରା ଯାଇଥାଏ । କେବେ କେବେ ଆପଣ ଶୁଣିଥିବେ କି ମହାକାଳ ଏବଂ ଅନ୍ୟ ଶିବଲିଙ୍ଗର ଆକାର ଦିନ କୁ ଦିନ ଛୋଟ ହୋଇ ଯାଉଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଶିବଲିଙ୍ଗ ବିଷୟରେ କହିବାକୁ ଯାଉଛୁ ଯାହାର ଆକାର କମ ହୁଏ ନାହିଁ ବରଂ ପ୍ରତି ବର୍ଷ ଏହା ବଢିଥାଏ ।

ଏହି ଶିବଲିଙ୍ଗ ଛତିଶଗଢର ଗରିୟାବଂଦ ଜିଲ୍ଲାରେ ଅବସ୍ଥିତ ଭୂତେଶ୍ୱରନାଥଙ୍କର ମନ୍ଦିର ଅଟେ । ପ୍ରାକୃତିକ ରୂପରେ ନିର୍ମିତ ଏହା ଦୁନିଆର ସବୁଠୁ ବଡ ଶିବଲିଙ୍ଗ ଅଟେ । ଏହା ମାଟିରୁ ପାଖାପାଖି ୧୮ ଫୁଟ ଉଚତ୍ତା ଏବଂ ୨୦ ଫୁଟ ଗୋଲାକାରରେ ଅବସ୍ଥିତ । ରାଜସ୍ଵ ବିଭାଗ ଦ୍ଵାରା ସବୁ ବର୍ଷ ଏହାର ଉଛତା ମପା ଯାଇଥାଏ । ଯେଉଁଥିରେ ଏହା ସବୁ ବର୍ଷ ୬ରୁ ୮ ଇଞ୍ଚ ପର୍ଯ୍ୟନ୍ତ ବଢି ଥାଏ ।

ଏହି ଶିବଲିଙ୍ଗର ମାନ୍ୟତା କଣ

ସହରରୁ ୩ କିଲୋମିଟର ଦୂରରେ ଅବସ୍ଥିତ ଘନ ଜଙ୍ଗଲର ମଝିରେ ଥିବା ମରୋଦା ଗ୍ରାମରେ ଏହି ଶିବଲିଙ୍ଗ ଅଛି । ୧୨ ଟି ଜ୍ୟୋତିର୍ଲିଙ୍ଗ ଭଳି ଏହାକୁ ବି ଅର୍ଧନାରୀଶ୍ୱର ଶିବଲିଙ୍ଗର ମାନ୍ୟତା ପ୍ରାପ୍ତ ଅଛି ।

ଏହି ବିଷୟରେ ଏକ କାହାଣୀ ଅଛି କି ବହୁତ ବର୍ଷ ପୂର୍ବରୁ ପାରାଗ୍ରାମର ନିବାସୀ ଜମିଦାର ଶୋଭା ସିଂହଙ୍କର ଏଠି ଚାଷଜମି ଥିଲା । ସୋଭା ସିଂହ ଯେତେବେଳ ସନ୍ଧ୍ୟା ସମୟରେ ନିଜର ଜମିରେ ବୁଲିବାକୁ ଯାଆନ୍ତି ତାଙ୍କୁ ସେଠି ଟୀଲାରୁ ଜୋରରେ ଷଣ୍ଢର ହୁଙ୍କାର ଏବଂ ସିଂହର ଚିତ୍କାରର ଆବାଜ ଶୁଣା ଯାଇ ଥାଏ । ପ୍ରଥମେ ସେ ଭାବିଲେ କି ତାହା ତାଙ୍କର ଭାବନା ଅଟେ, କିନ୍ତୁ ବାରମ୍ବାର ଏହି ଭଳି ଆବାଜ ଶୁଣିଲା ପରେ ଶୋଭା ସିଂହ ଗ୍ରାମବାସୀଙ୍କୁ ଏହି ବିଷୟରେ କହିଲେ ।

ଗ୍ରାମବାସୀମାନେ ବି ଟୀଲା ପକ୍ଷରୁ ବି କେତେଥର ଏହି ଆବାଜ ଶୁଣିଛନ୍ତି । ସମସ୍ତେ ଆଖପାଖରେ ଷଣ୍ଢ ଏବଂ ସିଂହକୁ ଖୋଜିଲେ, କିନ୍ତୁ ଦୂର ଦୂର ପର୍ଯ୍ୟନ୍ତ କୌଣସି ଯନ୍ତୁ ନଥିଲା । କିନ୍ତୁ ସେଠି ସେମାନଙ୍କୁ ଶିବଙ୍କର ଏହି ଲିଙ୍ଗ ଦେଖିବାକୁ ମିଳିଥିଲା । ଏହାର ଦର୍ଶନ ଏବଂ ଜଳାଭିଷେକ କରିବା ପାଇଁ ସବୁ ବର୍ଷ ହଜାର ହଜାର ସଂଖ୍ୟାରେ ଲୋକମାନେ ଚାଲିଚାଲି ଏଠାକୁ ଆସିଥାନ୍ତି ।

ବିଶ୍ଵର ବିଶାଳ ବଡ ଶିବଲିଙ୍ଗ

ପ୍ରଥମେ ଏହି ଟିଲା ଛୋଟ ରୂପରେ ଥିଲା କିନ୍ତୁ ଧୀରେ ଧୀରେ ଏହାର ଉଛତା ଏବଂ ଲମ୍ବାଇ ବଢିବାକୁ ଲାଗିଲା । ଏହା ବର୍ତ୍ତମାନ ବି ବଢୁଛି । ଲୋକମାନେ ଏହାକୁ ଶିବଲିଙ୍ଗ ରୂପରେ ପୂଜା କରୁଛନ୍ତି । ଏହି ଶିବଲିଙ୍ଗରେ ପ୍ରକୃତି ପ୍ରଦତ୍ତ ଜଳହାରୀ ବି ଦେଖିବାକୁ ମିଳେ, ଯାହା ଧୀରେ ଧୀରେ ମାଟି ଉପରକୁ ଆସୁଛି । ଛତ୍ତୀସଗଢୀ ଭାଷାରେ ହୁଙ୍କାର ଆବାଜକୁ ଭକୁରା କୁହାଯାଏ ।

ଏହି କାରଣରୁ ଭୂତେଶ୍ଵରନାଥଙ୍କୁ ଭକୁରା ମହାଦେବ ବୋଲି କୁହା ଯାଇଥାଏ । ଏହି ଶିବଲିଙ୍ଗର ପୌରାଣିକ ମହତ୍ଵ ୧୯୫୯ ମସିହାରେ ଗୋରଖପୁରରେ ପ୍ରକାଶିତ ଧାର୍ମିକ ପତ୍ରିକା କଲ୍ୟାଣର ବାର୍ଷିକ ଅଙ୍କରେ ଉଲ୍ଲେଖିତ ଅଛି । ଯେଉଁଥିରେ ଏହାକୁ ବିଶ୍ଵର ସବୁଠୁ ବଡ ଏବଂ ଅନୋଖା ଶିବଲିଙ୍ଗ ବୋଲି କୁହାଯାଇଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button