ସ୍ୱାସ୍ଥ୍ୟ

ବର୍ଷା ଦିନରେ ନିଅନ୍ତୁ ଆଖିର ଯତ୍ନ ନହେଲେ ହୋଇପାରେ ସଂକ୍ରମିତ

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଗରମରୁ ତ ରକ୍ଷା ମିଳିଥାଏ କିନ୍ତୁ ଏହି ଋତୁ ଆସିବା ଯୋଗୁଁ ଅନେକ ସଂକ୍ରାମକ ରୋଗ ହୋଇଥାଏ। ଏଥିପାଇଁ ଆମ୍ଭେ ନିଜର ଧ୍ୟାନ ରଖିବା ଉଚିତ। ଖାସ୍‌ କରି ଏହି ଦିନରେ ଆଖିର ଯତ୍ନ ନେବା ବହୁତ ଜରୁରୀ। ବର୍ଷାଦିନରେ ଆଖି ସଂକ୍ରମଣ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ପକାଇବା ଦ୍ୱାରା ମୋତିଆବିନ୍ଦୁ, ଗ୍ଲୁକୋମା ହେବାର ଆଶଙ୍କା ରହିଥାଏ। ବର୍ଷା ଦିନରେ ଆଖିକୁ ହେଉଥିବା ରୋଗ ବିଷୟରେ ଆସନ୍ତୁ ଜାଣିନେବା :

ଆଖି ସମ୍ବନ୍ଧୀୟ କେତେକ ରୋଗ:

ଆଖି ସଂକ୍ରମଣ ହେଲେ କଞ୍ଜୁକ୍ୟୁଟିଭାଟିସ ବା ଆଖିଧରା, ଆଇ ଫ୍ଲୁ , କର୍ଣ୍ଣିନାଲ ଅଲସର, ଡ୍ରାଏ ଆଇ ଭଳି ରୋଗ ହୋଇଥାଏ। ଏହା ବର୍ଷାଋତୁ ଆରମ୍ଭରୁ ପରିବେଶରେ ଥିବା ସଲଫର ଡାଇଅକ୍ସସାଇଟ ଭଳି ଗ୍ୟାସ ପାଣି ସଂସ୍ପର୍ଶରେ ଆସି ଏସିଡ ହୋଇଯାଏ। ଏଥିପାଇଁ ପ୍ରଥମ ବର୍ଷାରେ ଭିଜିଲେ ଏହି ରୋଗ ହୋଇଥାଏ କଞ୍ଜୁକ୍ୟୁଟିଭାଟିସ : ଆଖିରେ ମଇଳା ହାତ ଲଗାଇବା, ସଂକ୍ରମିତ ରୁମାଲ, ଟାଓ୍ଵଲର ବ୍ୟବହାର ଦ୍ୱାରା ସଂକ୍ରମିତ ହୋଇଥାଏ।

 

କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ :

ବାହାରୁ ବୁଲି ହେଉ ଅବା କାର୍ଯ୍ୟକ୍ଷେତ୍ରରୁ ଘରକୁ ଫେରିବା ପରେ ହାତ ଧୋଇଦିଅନ୍ତୁ। ନିଜର ଔଷଧ, କଣ୍ଟାକ୍ଟ ଲେନ୍ସ, ରୁମାଲ, ଟାଓ୍ଵଲ ଆଉ କାହାକୁ ପ୍ରୟୋଗ କରିବାକୁ ଦିଅନ୍ତୁ ନାହିଁ। ଆଖି ସଂକ୍ରମଣ ହେବା ପରେ କଣ୍ଟାକ୍ଟ ଲେନ୍ସ ଲଗାନ୍ତୁ ନାହିଁ କିମ୍ବା ମେକ୍‌ଅପ୍‌ କରନ୍ତୁ ନାହିଁ। ଯଦି ସୁଇମିଂ ପୁଲର ପାଣି ଖରାପ ହୋଇଥିଲେ ଏଥିରେ ଗାଧାନ୍ତୁ ନାହିଁ। ସର୍ବଦା ଓମେଗା –୩ ଫ୍ୟାଟି ଏସିଡ ଯୁକ୍ତ ପନିପରିବା ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button