ମନୋରଞ୍ଜନ

ପ୍ରେମିକଙ୍କ କଥା ମନେ ପଡ଼ିଲେ, ଝିଅମାନେ କରନ୍ତି ଏଭଳି କାମ

ଯେତେବେଳେ ଝିଅମାନେ ପ୍ରେମ କରୁଥାଆନ୍ତି ଏବଂ କୌଣସି କାରଣରୁ ସେମାନଙ୍କୁ ନିଜ ପାର୍ଟନରଙ୍କଠାରୁ ଦୂରରେ ରହିବାକୁ ପଡ଼େ, ସେତେବେଳେ ସେମାନେ ପୂରା ଦିନ ପ୍ରେମିକଙ୍କ ଭାବନାରେ ବୁଡ଼ି ରୁହନ୍ତି। କଥା ଯେବେ ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନସିପ୍‌ର ଥାଏ, ସେଠି ଝିଅମାନେ ଦିନରେ ମଧ୍ୟ ପାର୍ଟନରଙ୍କ ସ୍ୱପ୍ନରେ ଭିଜନ୍ତି। ଆସନ୍ତୁ ଜାଣିବା, ଝିଅମାନେ ନିଜ ପ୍ରେମିକଙ୍କୁ ମିସ୍‌ କଲେ, କ’ଣ କରିଥାଆନ୍ତି।

love2

-ଦୂରରେ ରହିଲେ ଝିଅମାନେ ଅଧିକ ମିସ୍‌ କରିଥାଆନ୍ତି। ଏହି ସମୟରେ ସେମାନେ ଫେସବୁକ୍‌ କିମ୍ବା ଇନଷ୍ଟାଗ୍ରାମରେ ବୟଫ୍ରେଣ୍ଡ ପ୍ରୋଫାଇଲ୍‌ ଏବଂ ଷ୍ଟାଟସ୍‌ ଦେଖିବାକୁ ଲାଗନ୍ତି।

-ରୋମାଣ୍ଟିକ୍‌ ମୁଭି ଦେଖିବା ସମୟରେ ପ୍ରେମିକଙ୍କ ବିଷୟରେ ଭାବନ୍ତି। ମୁଭି ଅନୁସାରେ ନିଜକୁ ମଧ୍ୟ ସେହିଭଳି ରୂପରେ ପ୍ରେମିକଙ୍କ ସହିତ ଅନୁଭବ କରିଥାଆନ୍ତି।

love3

-ପ୍ରେମିକଙ୍କ କଥା ମନେ ପଡ଼ିଲେ, ବାରମ୍ବାର ତାଙ୍କୁ କଲ୍‌ କରିଥାଆନ୍ତି ଏବଂ କୁହନ୍ତି, ‘ଜରୁରୀ କଥା ହେବାର ଅଛି’। କିନ୍ତୁ ସେମିତି କିଛି ନ ଥାଏ। ସେମାନଙ୍କ କଥା ‘ଆଇ ଲଭ୍‌ ୟୁ’ରୁ ଆରମ୍ଭ ହୋଇ ‘ଆଇ ଲଭ୍‌ ୟୁ’ରେ ହିଁ ଶେଷ ହୋଇଥାଏ।

-ପାର୍ଟନରଙ୍କୁ ମିସ୍‌ କଲେ, ଝିଅମାନେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଉପହାରକୁ ଦେଖିଥାଆନ୍ତି ଏବଂ ମେସେଜ୍‌କୁ ବାରମ୍ବାର ପଢ଼ିଥାଆନ୍ତି। ଏହାସହ ନିଜ ଟେଡି ବିୟରକୁ ଜାବୁଡ଼ି ଧରି ବେଶ୍‌ ଖୁସି ହୁଅନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button