ରାଜ୍ୟ

ଆପଣ ଜାଣନ୍ତି ପିଲାଙ୍କୁ ମଧ୍ୟ ହୋଇଥାଏ ଡାଇବେଟିଜ୍, ଜାଣନ୍ତୁ କଣ ଏହାର ନାମ ଏବଂ କେମିତି କରାଯିବ ଚିକିତ୍ସା

ଶରୀରରେ ଇନସୁଲିନ୍ କମ୍ ହେବା କାରଣକୁ ଡାଇବେଟିଜ୍ କୁହାଯାଏ। ଏହି ସମସ୍ୟା ଯେତେବେଳେ ପିଲାମାନଙ୍କୁ ହୋଇଥାଏ ତାହାକୁ ଜୁଭେନାଇଲ ଡାଇବେଟିଜ୍ କୁହାଯାଏ। ଏହାକୁ ଟାଇପ୍ -୧ ଏବଂ ଇନସୁଲିନ୍ ଡିପେଣ୍ଟେଟ୍ ଡାଇବେଟିସ୍ ମଧ୍ୟ କୁହାଯାଏ। ଏହା ଖାସ୍ କରି ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରେ ଜନ୍ମରୁ କିମ୍ବା ବୟସ ବଢ଼ିବା ସହିତ ହୋଇଥାଏ।

କଣ ଅଟେ ଏହି ଡାଇବେଟିଜ୍ ( ଟାଇପ-୧ ଡାଇବେଟିଜ୍ )

ଏହା ଏକ ପ୍ରକାରର ଅଟୋ ଇମ୍ୟୁନ ଡିଜିଜ୍ ଅଟେ। ଯାହା ଜିନର ଗଡବଡ କାରଣରୁ ହୋଇଥାଏ। ସେହତଭଳି ଟାଇପ-୨ ଡାଇବେଟିଜ୍ ଭୁଲ ଲାଇଫ ଷ୍ଟାଇଲରୁ ମଧ୍ୟ ହୋଇଥାଏ। ପାନକ୍ରୀୟାଜ୍ ଆମ ଶରୀରର ପ୍ରମୁଖ ଅଙ୍ଗ ଅଟେ ଏହା ଇନସୁଲିନ୍ ବନାଉଥିବା ବିଟା କୋଣିକା ଭାଇରାଲ କିମ୍ବା ବ୍ୟାକ୍ଟେରିୟାଲ ସଂକ୍ରମଣ ବା ଆଣ୍ଟିବଡିଜ ହେବା କାରଣରୁ ଯେତେବେଳେ ନଷ୍ଟ ହୋଇଯାଏ ତେବେ ଇନସୁଲିନ୍ ତିଆରି ହେବା କମ୍ କିମ୍ବା ବନ୍ଦ ହୋଇଯାଏ। ଏହାଦ୍ବାରା ରକ୍ତରେ ସୁଗାରର ସ୍ତର ଅନିୟମିତ ହେବାକୁ ଲାଗିଥାଏ।

diabetesଏହାର ଲକ୍ଷଣ

ଟାଇପ୍-୧ ଡାଇବେଟିଜ୍ ରୋଗୀଙ୍କ ମଧ୍ୟରେ ଏହାର ଲକ୍ଷଣ ତୁରନ୍ତ ଦେଖିବାକୁ ମିଳିଥାଏ। ଯାହାଦ୍ବାରା ଭୋକ, ଶୋଷ ଏବଂ ପରିଶ୍ରା ହଠାତ୍ ବଢ଼ିବା ପ୍ରମୁଖ ଲକ୍ଷଣ ଅଟେ। ଏହାଛଡା ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ଖାଇବା ପରେ ମଧ୍ୟ ଓଜନ ବଢ଼ିବା କିମ୍ବା ମୋଟା ଦେଖାଯିବା ଭଳି ସମସ୍ୟା ହୋଇଥାଏ।

ଅନେକ ଥର ଲମ୍ବା ସମୟ ଧରି ଏହି ଲକ୍ଷଣକୁ ଜାଣିପାରିଲେ ପିଲାଙ୍କ ଡାଇବେଟିଜ୍ କୀଟୋଏସିଡୋସିସ୍ ହୋଇଯାଇଥାଏ ଯାହା ଜୀବନକୁ ମଧ୍ୟ ନେଇଯାଇଥାଏ। ଏହାଦ୍ବାରା ଶରୀରରେ କୀଣ୍ଟୋସୀର ମାତ୍ରା ବଢ଼ିବା କାରଣରୁ କିଡନୀ, ହ୍ରୁଦୟ ଆଦିକୁ କ୍ଷତି ପହଁଚାଉଥିବା ଏସିଡ ତିଆରି ହେବାକୁ ଲାଗିଥାଏ।

diessesଚିକିତ୍ସା

ଟାଇପ-୨ରେ ଔଷଧ ଦ୍ବାରା ସୁଗାରକୁ ନିୟନ୍ତ୍ରଣରେ ରଖାଯାଇପାରିବ। କିନ୍ତୁ ଏମିତି ଟାଇପ -୧ରେ ହୋଇପାରିବ ପାହିଁ। ଏଥିରେ ରୋଗୀ ପୂରାପୂରୀ ଭାବରେ ଇନସୁଲିନ୍ ଉପରେ ନିର୍ଭର କରିଥାଏ।

ପିଲାଙ୍କର ଯଦି ସୁଗାରର ସ୍ତର ଖାଲି ପେଟରେ ୧୨୬, ଖାଇବା ପରେ ୨୦୦ ଏବଂ କେବେକେବେ ପରୀକ୍ଷା ପରେ ମଧ୍ୟ ଲକ୍ଷଣ ସହିତ ୨୦୦ରୁ ଅଧିକ ଆସିଥାଏ ତେବେ ରୋଗୀଙ୍କୁ ଇନଜେକସନ୍ ରୂପରେ ଇନସୁଲିନ୍ ଦିଆଯାଇଥାଏ। ଯାହା ତ୍ବଚାର ତଳେ ଦିଆଯାଇଥାଏ।

ହୋମିଓପାଥିରେ ଇନସୁଲିନ୍ ରେସିଷ୍ଟାନ୍ସ ପାଇଁ ଇନସୁଲିନ୍ ରୋଗର ସ୍ଥିତି ଦେଖି ୧୫ ଦିନ କିମ୍ବା ୩୦ ଦିନ ବ୍ୟବଧାନରେ ଦିଆଯାଇଥାଏ।

ଏହାଦ୍ବାରା ରହିଥାଏ ସୁଗାର କଣ୍ଟ୍ରୋଲ

ଆୟୁର୍ବେଦରେ ଏହାକୁ ପ୍ରିସାଜ୍ ପ୍ରମେହ କୁହାଯାଏ। ଅଁଳା, ହଳଦୀ, ମେଥିଦାନା, ଜାମୁ ଆଦି ଖାଇବା ଦ୍ବାରା ସୁଗାରର ସ୍ତର ସାମାନ୍ୟ ରହିଥାଏ। ଏହାସହିତ ଲାଳ ଚାଉଳ ଖାଇବାକୁ ଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button