ସ୍ୱାସ୍ଥ୍ୟ

ଶୋଇବା ସମୟରେ ଆପଣଙ୍କ ଠାରୁ ଝାଳ ବାହାରୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ…

କେତେକ ଲୋକଙ୍କର ରାତିରେ ଶୋଇବା ସମୟରେ ମଧ୍ୟ ଦେହରୁ ଝାଳ ବାହାରିଥାଏ। ଏହାର ଅନେକ କାରଣ ରହିଥାଏ। କିଛି ଲୋକଙ୍କୁ ଭୟଙ୍କର ସ୍ୱପ୍ନ ଦେଖିବା ଯୋଗୁଁ ଏହି ସମସ୍ୟା ଭୋଗିବାକୁ ପଡିଥିବା ବେଳେ, କିଛି ଲୋକଙ୍କର ହୃଦ୍‌ସ୍ପନ୍ଦନ ବଢିଯିବାରୁ ଏପରି ହୋଇଥାଏ। ଗରମ ଦିନରେ ଦେହରୁ ଝାଳ ବୋହିବା ସାମାନ୍ୟ କଥା ହୋଇଥାଏ। କିନ୍ତୁ ଅଲଗା ସମୟରେ ଶୋଇବା ବେଳେ ଝାଳ ବୋହିବାର ଭିନ୍ନ ଲକ୍ଷଣ ରହିଥାଏ। ଯାହା ଆପଣଙ୍କ ଜୀବନ ପାଇଁ ବିପଦ ଆଣିପାରେ। ଏହା କେତେକ ବିପଦର ସଂକେତ ଦେଇଥାଏ। ଆସନ୍ତୁ ଜାଣିନେବା କ’ଣ ରହିଛି ଏହାର ଲକ୍ଷଣ:

-ଶୋଇବା ସମୟରେ ଝାଳ ବୋହିବା ଥାଇରଏଡ ବଢିବାର ସଂକେତ ଦେଇଥାଏ। କାରଣ ଏହା ହାଇପରଥାଇରଏଡଜିମର ପ୍ରମୁଖ ଲକ୍ଷଣ। ଏହାଦ୍ୱାରା ଥାଇରଏଡ ଗ୍ରନ୍ଥି ପ୍ରଭାବିତ ହୋଇଥାଏ।

-ହରମୋନ ଅସନ୍ତୁଳନ ହେଲେ ମଧ୍ୟ ଦେହରୁ ଶୋଇବା ସମୟରେ ଝାଳ ବାହାରିଥାଏ। ଏହାଦ୍ୱାରା ଶାରୀରିକ ବିକାଶରେ ବାଧା ଆସିଥାଏ। ଶରୀର ମଧ୍ୟ ସମ୍ବେଦନଶୀଳ ହୋଇଥାଏ।

man

– ଯଦି ଆପଣଙ୍କର ହାର୍ଟ ରୋଗ ରହିଛି ତେବେ ଶୋଇବା ସମୟରେ ମଧ୍ୟ ଝାଳ ବାହାରିଥାଏ। ଶୋଇବା ସମୟରେ ମଧ୍ୟ ଶରୀରକୁ ଆରାମ ନମିଳିବାରୁ ହୃତପିଣ୍ଡ ଉପରେ ପ୍ରଭାବ ପଡିଥାଏ। ଯେଉଁଥିପାଇଁ ହାର୍ଟଆଟକର ଭୟ ରହିଥାଏ।

– ବ୍ଲଡସୁଗାର ସ୍ତର କମ ହେବା ଦ୍ୱାରା ମଧ୍ୟ ଝାଳ ବାହାରିଥାଏ। କାରଣ ଶୋଇବା ପୂର୍ବରୁ ବ୍ଲଡ ଗ୍ଲୁକୋଜ ସ୍ଥିର ରହିଥାଏ।

-ଯେଉଁ ଲୋକଙ୍କ ଛାତିରେ ଜ୍ୱଳନ ଏବଂ ଦରଜ ରହିଥାଏ ସେମାନଙ୍କର ମଧ୍ୟ ଶୋଇବା ସମୟରେ ଝାଳ ବାରିଥାଏ। ଏଥିପାଇଁ ଏମାନେ ରାତିରେ ଖାଇବା ପରେ ଦୁଇଘଣ୍ଟା ଚାଲବୁଲା କରିବା ପରେ ଶୋଇବା ଉଚିତ।

– ଅଧିକ ତୈଳଯୁକ୍ତ ଖାଦ୍ୟ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ। ଯାହା ଯୋଗୁଁ ଶୋଇବା ସମୟରେ ଝାଳ ବାହାରିଥାଏ।

-ଅନେକ ସମୟରେ ଅତ୍ୟଧିକ ଔଷଧ ଖାଇବା ଦ୍ୱାରା ମଧ୍ୟ ଶୋଇବା ସମୟରେ ଝାଳ ବାହାରିଥାଏ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button